ହାଇଦ୍ରାବାଦ:ରାତି 8ରୁ 10 ମଧ୍ୟରେ ଶୋଇବାକୁ ଏକ ଭଲ ଅଭ୍ୟାସ ଭାବରେ ବିବେଚନା କରାଯାଏ । ଅବଶ୍ୟ, ଆଜିର ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଲୋକମାନେ ପ୍ରାୟତଃ ଠିକ୍ ସମୟରେ ଶୋଇପାରୁ ନାହାଁନ୍ତି । କେତେକ ଲୋକଙ୍କର ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ଅଛି । ହେଲେ, ଜାଣନ୍ତି କି ଏହି ଅଭ୍ୟାସ ସ୍ବାସ୍ଥ୍ୟକୁ ବିଗାଡିପାରେ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଆମ ଶରୀର ଏକ ପ୍ରାକୃତିକ ସର୍କାଡିୟନ୍ ରିଦମ୍ ଉପରେ କାମ କରିବା ପାଇଁ ଗଠନ ହୋଇଛି, ଯାହା ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ଥ ସହ ତାଳ-ମେଳ ରଖି କାମ କରେ । ଠିକ୍ ସମୟରେ ପର୍ଯ୍ୟାପ୍ତ ଶୋଇବା ଏକ ସୁସ୍ଥ ଜୀବନଶୈଳୀକୁ ବଜାୟ ରଖିବାରେ ସାହାଯ୍ୟ କରେ । ଏହି କ୍ରମରେ ବିଳମ୍ବିତ ରାତିରେ ଶୋଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ତେବେ ସଠିକ୍ ସମୟରେ ଶୋଇଲେ କି କି ଉପକାରିତା ମିଳିଥାଏ, ଜାଣନ୍ତୁ...
ଭଲ ନିଦ: ଯେତେବେଳେ ଆମେ ଠିକ୍ ସମୟରେ ଶୋଇଥାଉ, ସେତେବେଳେ ଆମ ଶରୀର ବିଶ୍ରାମ ନେଇଥାଏ । ଏହାର ଅନେକ ଲାଭ ମଧ୍ୟ ଅଛି, ଯେପରିକି ଏକ ଭଲ ମନୋବଳ ବଜାୟ ରଖିବା, ପ୍ରଡକ୍ଟଭିଟିରେ ବୃଦ୍ଧି ଇତ୍ୟାଦି । ଭଲ ଓ ପର୍ଯ୍ୟାପ୍ତ ନିଦ ପାଇବା ଦ୍ୱାରା ମଧୁମେହ, ହୃଦ୍ରୋଗ ଏବଂ ମୋଟାପଣ ଭଳି ଶାରୀରିକ ସମସ୍ୟାର ଆଶଙ୍କା ନଥାଏ ।
ହରମନ୍ ନିୟନ୍ତ୍ରଣ କରେ:ଶୀଘ୍ର ଏବଂ ଠିକ୍ ସମୟରେ ଶୋଇବା ଆମ ଶରୀରର ହରମନ୍, ବିଶେଷକରି ଚାପ ସହିତ ଜଡିତ ହରମନ୍ ନିୟନ୍ତ୍ରଣ କରିବାରେ ବହୁତ ସାହାଯ୍ୟ କରିଥାଏ । ଆମର ଚାପର ପ୍ରତିକ୍ରିୟା ପାଇଁ କର୍ଟିସୋଲ୍, ଏକ ହରମନ୍, ପ୍ରଭାତ ସମୟରେ ସର୍ବନିମ୍ନ ଥାଏ । ରାତିରେ ଶୀଘ୍ର ଶୋଇବା କର୍ଟିସୋଲର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆମର ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ଭଲ ପ୍ରଭାବ ପଡିଥାଏ ।