ଓଡିଶା

odisha

ETV Bharat / sukhibhava

ଏହି ରୋଗୀମାନେ ହଳଦୀ ଖାଇଲେ ସମସ୍ୟା ହୋଇପାରେ ଗମ୍ଭୀର !

ହଳଦୀ(Turmeric) ସାଧାରଣତଃ ରୋଗ ଉପଶମକାରୀ ବୋଲି ସମସ୍ତେ ଜାଣିଥିବେ । ହେଲେ ଆପଣ ଜାଣନ୍ତି କି, କେତେକ ରୋଗ ଅଛି, ଯେଉଁଥିରେ ପୀଡିତ ବ୍ୟକ୍ତି ହଳଦୀ ଖାଇବା ଦ୍ବାରା ପରିସ୍ଥିତି ଗମ୍ଭୀର ହୋଇପାରେ । ଅଧିକ ପଢନ୍ତୁ

ଏହି ରୋଗୀମାନେ ହଳଦୀ ଖାଇଲେ ସମସ୍ୟା ହୋଇପାରେ ଗମ୍ଭୀର !
ଏହି ରୋଗୀମାନେ ହଳଦୀ ଖାଇଲେ ସମସ୍ୟା ହୋଇପାରେ ଗମ୍ଭୀର !

By

Published : Oct 17, 2022, 6:29 PM IST

ହାଇଦ୍ରାବାଦ: ହଳଦୀ ଏପରି ଏକ ମସଲା, ଯାହା ରୋଷେଇ ଘରେ ନିଶ୍ଚିତ ରୂପେ ଉପଲବ୍ଧ ଥାଏ । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ, ବରଂ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ । ହଳଦୀରେ ଥିବା ଔଷଧୀୟ ଗୁଣ କାରଣରୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନିୟମିତ ଖାଇବାକୁ ପରାମର୍ଶ ଦେଇଥାନ୍ତି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ ।

ଆସନ୍ତୁ ଜାଣିବା କେଉଁ ଲୋକମାନେ ଅଧିକରୁ ଅଧିକ ହଳଦୀ ଖାଇବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

1. ମଧୁମେହ ରୋଗୀ

ମଧୁମେହ ରୋଗରେ ପୀଡିତ ବ୍ୟକ୍ତିମାନେ ସାଧାରଣତଃ ଅନେକ ଔଷଧ ସେବନ କରନ୍ତି, ସେମାନଙ୍କ ରକ୍ତକୁ ପତଳା ରଖିବା ସହିତ ଗ୍ଲୁକୋଜର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡେ । ଯଦି ମଧୁମେହ ରୋଗୀମାନେ ଅତ୍ୟଧିକ ହଳଦୀ ଖାଆନ୍ତି, ତେବେ ସେମାନଙ୍କ ଶରୀରରେ ରକ୍ତ ପରିମାଣ ଯଥେଷ୍ଟ ହ୍ରାସ ପାଇବ, ଯାହା ଶରୀର ପାଇଁ ଆଦୌ ଭଲ ନୁହେଁ । ତେଣୁ ମଧୁମେହ ରୋଗୀ ଅଧିକ ହଳଦୀ ଖାଇବା ଉଚିତ୍ ନୁହଁ ।

2. ଜଣ୍ଡିସ୍ ରୋଗୀ

ଯେଉଁମାନଙ୍କର ଜଣ୍ଡିସ୍ ରୋଗ ଅଛି ସେମାନେ ଯଥା ସମ୍ଭବ ହଳଦୀ ଠାରୁ ଦୂରେଇ ରହିବା ଉଚିତ୍ । ଯଦି ଆପଣ ତଥାପି ହଳଦୀ ଖାଇବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏଥିପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ, ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ସେରମ୍ ବିଲିରୁବିନର ସ୍ତର ବଢିପାରେ ।

3. ଷ୍ଟୋନ୍ ହୋଇଥବା ରୋଗୀ

ପଥର ଏକ ଅତ୍ୟନ୍ତ ଜଟିଳ ରୋଗ, ଯେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେମାନଙ୍କୁ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏପରି ପରିସ୍ଥିତିରେ, ହଳଦୀ ସେବନକୁ ହ୍ରାସ କରନ୍ତୁ, ନଚେତ୍ ସମସ୍ୟା ବଢିପାରେ ।

4. ରକ୍ତସ୍ରାବ ରୋଗୀ

ଯେଉଁମାନଙ୍କର ନାକରୁ କିମ୍ବା ଶରୀରର କୌଣସି ଅଙ୍ଗରୁ ରକ୍ତସ୍ରାବ ହେଉଛି, ସେମାନେ ହଳଦୀ ଗ୍ରହଣକୁ ହ୍ରାସ କରିବା ଉଚିତ୍, ନଚେତ୍ ରକ୍ତସ୍ରାବ ବଢିପାରେ ଏବଂ ଶରୀରରେ ରକ୍ତ ଅଭାବ ହୋଇପାରେ, ଯାହା ଭବିଷ୍ୟତରେ ଦୁର୍ବଳତାର କାରଣ ହେବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରୀ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details