ହାଇଦ୍ରାବାଦ:ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ସମସ୍ତ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଫଳ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଫଳ ଖାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । ତେବେ ଅନେକ ଏଭଳି ରହିଛନ୍ତି ଯେଉଁମାନେ ରାତ୍ରୀ ଭୋଜନ ପରେ ଫଳ ଖାଆନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏପରି କିଛି ଫଳ ରହିଛି ଯାହାକି ରାତିରେ ଖାଇବା ଦ୍ବାରା ସ୍ବାସ୍ଥ୍ୟରେ ଉନ୍ନତି ହେବା ପରିବର୍ତ୍ତେ ଅବନ୍ନତି ହୋଇଥାଏ ।
କଦଳୀ: ପୋଷକ ତତ୍ତ୍ବରେ ସମୃଦ୍ଧ କଦଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ରାତିରେ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ରାତିରେ ଏହାକୁ ଗ୍ରହଣ କଲେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ ଏବଂ ହଜମ କରିବାକୁ ସମୟ ଲାଗିଥାଏ । ଫଳରେ ନିଦ୍ରାରେ ବ୍ୟାଘାତ ହେବାର ସମ୍ଭାବନା ରହିଥାଏ।
ଆପଲ୍: ତେବେ ପ୍ରତିଦିନ ସକାଳେ ଗୋଟିଏ ଆପଲ ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ଅନେକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । କିନ୍ତୁ ରାତିରେ ଆପଲ ଖାଇବା ଦ୍ବାରା ପେଟରେ ଅମ୍ଳତା ସୃଷ୍ଟି ହୋଇପାରେ । ହଜମଜନିତ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥିବାରୁ ଏହାକୁ ଖାଇବା ପାଇଁ ବାରଣ କରାଯାଇଥାଏ।
ଏହା ମଧ୍ୟ ପଢନ୍ତୁ: ଖାଲି ପେଟରେ କେଉଁ ଫଳ ଖାଇବା ଉଚିତ, ଜାଣନ୍ତୁ ଫଳ ଖାଇବା ତରିକା