ଓଡିଶା

odisha

ETV Bharat / sukhibhava

କଣ ପ୍ରତିଦିନ ମୁଣ୍ଡ ଧୋଇବା ଉଚିତ କି? କଣ କହୁଛନ୍ତି ବିଶେଷଜ୍ଞ - କେତେ ଦିନକୁ ଥରେ କେଶ ଧୋଇବା ଉଚିତ

ପ୍ରତିଦିନ କେଶ ଧୋଇବା ଠିକ୍ ବିବେଚନା କରାଯାଏ ନାହିଁ । ତଥାପି କେତେକ ଅବସ୍ଥା ବା ପରିସ୍ଥିତିରେ ଦୈନିକ କେଶ ଧୋଇବା ମଧ୍ୟ ଆବଶ୍ୟକ ହୋଇଥାଏ । ଅଧିକ ପଢନ୍ତୁ

hair care tips
hair care tips

By

Published : Jun 15, 2023, 5:42 PM IST

ହାଇଦ୍ରାବାଦ:ଯୁବପିଢି ହୁଅନ୍ତୁ ଅବା ବୟସ୍କ ସମସ୍ତେ ଆକର୍ଷଣୀୟ କେଶ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ଆଜିକା ସମୟରେ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଛି । ମହିଳା, ପୁରୁଷ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ତେବେ ଏଭଳି ସ୍ଥିତିରେ ଗୋଟିଏ ସପ୍ତାହରେ କେତେ ଥର କେଶ ଧୋଇବା ଉଚିତ୍ ? ପ୍ରତ୍ୟେକ ମହିଳାଙ୍କ ମନରେ ଏହି ପ୍ରଶ୍ନ ଉଠିଥାଏ। କିଛି ମହିଳା ପ୍ରତିଦିନ କେଶ ଧୋଉଥିବା ବେଳେ ଆଉ କିଛି ଜଣ ସପ୍ତାହକୁ 2ରୁ 3 ଥରେ ଧୋଇଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସପ୍ତାହରେ କେତେଥର କେଶ ଧୋଇବା ଉଚିତ ? ଜାଣନ୍ତୁ କେଶ ଧୋଇବାର ଉପକାରିତା ଏବଂ ଅପକାରିତା

1.କଣ ପ୍ରତିଦିନ କେଶ ଧୋଇବା ଆବଶ୍ୟକ?: ସ୍କିନ କେୟାର ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ କେଶ ଧୋଇବା ଉଚିତ୍ ନୁହେଁ। ପ୍ରତିଦିନ ସାମ୍ପୁ ବ୍ୟବହାର କରି କେଶ ଧୋଇବା ଦ୍ବାରା କେଶ ଶୁଷ୍କ ହୋଇଯାଇଥାଏ। ସାମ୍ପୁରେ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ, ଯାହା ଦ୍ବାରା ସମସ୍ୟା ବୃଦ୍ଧି ପାଇପାରିପାରେ ।

2. କେତେ ଦିନକୁ ଥରେ କେଶ ଧୋଇବା ଉଚିତ? : ଯେତେବେଳେ କେଶ ଅତ୍ୟଧିକ ତେଲିଆ କିମ୍ବା ମଇଳା ହୋଇଯାଏ, ତେବେ କେଶ ପ୍ରତିଦିନ ଧୋଇ ପାରିବେ । ତ୍ୱଚାରେ ସେବମ୍ ମୁକ୍ତ ହେବା ପାଇଁ ଅତି କମରେ ଦୁଇ ଦିନ ଲାଗେ, ଯାହା ତ୍ୱଚାକୁ ଅପରିଷ୍କାର କରିଥାଏ । ତଥାପି ମୁଣ୍ଡ ପ୍ରତିଦିନ ଅପରିଷ୍କାର ହୁଏ ନାହିଁ । ଏହି ପରିସ୍ଥିତିରେ 2 ଦିନ ପରେ କେଶ ସଫା କରିପାରିବେ ।

3. ସପ୍ତାହକୁ ଦୁଇଥର କେଶ ଧୋଇବା ଉଚିତ କି ନାହିଁ ?: ଯେତେଥର ମୁଣ୍ଡ ଧୋଇବେ ସେତେଥର କେଶ ଧୋଇବାକୁ ପଡିଥାଏ । ଏହା ଦ୍ବାରା କେଶର ମୂଳ ଏବଂ କେଶରେ ଆଦ୍ରତା ବା ମସ୍କ୍ୟୁରାଇଜର ରହିଥାଏ । ତଥାପି, ଅଧିକାଂଶ ମହିଳା ଏହା କରିବାକୁ ସକ୍ଷମ ନୁହଁନ୍ତି । ସେଥିପାଇଁ ସପ୍ତାହରେ ଦୁଇ ଦିନ ତେଲ ଲଗାଇବା ଏବଂ କେବଳ ଦୁଇ ଦିନ କେଶ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ତଥାପି, ବେଳେବେଳେ ସପ୍ତାହରେ 3ଥର କେଶ ଧୋଇ ହୋଇପାରେ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କେଶ ଧୋଇବା ମାତ୍ରେ ତେଲ ଲଗାଇବା ଉଚିତ ।

4. ପ୍ରତିଦିନ କେଶ ସଫା କରିବା ଦ୍ବାରା କଣ କ୍ଷତି ହୋଇଥାଏ:

  • କେଶ ଫାଟିଯାଇ ଦୁଇ ଭାଗ ହେବା
  • ତ୍ୱଚା ଶୁଷ୍କତା, କେଶ କୁଞ୍ଚନ ସମସ୍ୟା
  • କେଶ ନଷ୍ଟ ହୋଇପାରେ।
  • କେଶ ଝଡିବା ସମସ୍ୟା।

5. ଯଦି ପ୍ରତିଦିନ ମୁଣ୍ଡ ଧୋଇବା ପାଇଁ ଚାହାନ୍ତି ଏଭଳି ଧୋଇପାରିବେ: କେଶକୁ କେତେଥର ଧୋଇବା ଉଚିତ୍, ଏହା ମଧ୍ୟ କେଶର ପ୍ରକୃତି ଉପରେ ନିର୍ଭର କରେ । ଯଦି କାହାର କେଶ ଅଧିକ ତେଲିଆ ଏବଂ ସେମାନେ ଅଧିକ ଶାରୀରିକ କାର୍ଯ୍ୟକଳାପ କରନ୍ତି, ତେବେ ସେମାନଙ୍କର ଅଧିକ ଝାଳ ବାହାରିଥାଏ । ଏପରି ପରିସ୍ଥିତିରେ କେଶରେ ସାମ୍ପୁ ଲଗାଇବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details