ହାଇଦ୍ରାବାଦ: ଶରୀର ପାଇଁ ଭିଟାମିନ୍ B12 ଏକ ଜରୁରୀ ଆବଶ୍ୟକତା । କିନ୍ତୁ ଶରୀର ନିଜେ ଏହାକୁ ତିଆରି କରିବାରେ ଅସମର୍ଥ । ଭିଟାମିନ୍ B12 ଶରୀରକୁ ଲୋହିତ ରକ୍ତ କଣିକା ଏବଂ DNA ତିଆରି କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ସ୍ନାୟୁ ପ୍ରଣାଳୀ ଭଲ କାମ କରିବା ପାଇଁ ଭିଟାମିନ୍ B12 ମଧ୍ୟ ଆବଶ୍ୟକ । ତେଣୁ ଭିଟାମିନ୍ B12ର ଅଭାବ ହେତୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଶରୀରରେ ଭିଟାମିନ୍ B12 ର ଅଭାବ ନାହିଁ କିମ୍ବା ଯଦି ଅଭାବ ଅଛି ଜାଣିବେ କିପରି, ତାହା ଗୁରୁତ୍ବପୂର୍ଣ୍ଣ । ଆଜିର ଏହି ଆର୍ଟିକିଲରେ ସେନେଇ ଆଲୋଚନା କରିବା, ଯାହା ଦ୍ବାରା କେତେକ ଲକ୍ଷଣ ଚିହ୍ନଟ କରି ଭିଟାମିନ୍ B12ର ଅଭାବ ଜାଣିପାରିବେ
ଦୁର୍ବଳତା ଏବଂ ଅସ୍ଥିରତା:ଯଦି ଶରୀରରେ ଭିଟାମିନ୍ B12ର ଅଭାବ ଥାଏ, ତେବେ ଦୁର୍ବଳ ଏବଂ ଅସ୍ଥିରତା ଅନୁଭବ କରିବା ଆରମ୍ଭ କରନ୍ତି । ଏହା ଫଳରେ କିଛି ସମୟ କାମ କରିବା ପରେ ଥକିଯିବା ଆରମ୍ଭ କରନ୍ତି । ଶରୀରରେ ଲୋହିତ ରକ୍ତ କଣିକା ଗଠନ କମ୍ କାରଣରୁ ଏହା ଘଟେ, ଯେଉଁଥିପାଇଁ ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍ ଭାବରେ ହୋଇନଥାଏ । ଏହି କାରଣରୁ ଜଣେ ବ୍ୟକ୍ତି ରକ୍ତହୀନତାର ଶିକାର ହୁଅନ୍ତି ।
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା:ଯେତେବେଳେ ଶରୀରରେ ଭିଟାମିନ୍ B12ର ଅଭାବ ଥାଏ, ସେତେବେଳେ ଧଇଁସଇଁ ଲାଗେ ବା ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୁଏ । କମ୍ କାମ କରିବା କିମ୍ବା ବିନା ପରିଶ୍ରମରେ ମଧ୍ୟ ଏପରି ଅନୁଭବ ହୋଇଥାଏ । ଭିଟାମିନ୍ B12 ଅଭାବର ଏହା ହେଉଛି ଏକ ମୁଖ୍ୟ ଲକ୍ଷଣ ।