ହାଇଦ୍ରାବାଦ: ପାର୍କିନ୍ସନ୍ ରୋଗ ଏକ ମସ୍ତିଷ୍କ ବ୍ୟାଧି । ବୃଦ୍ଧାବସ୍ଥାରେ ଏହି ରୋଗ ଦେଖାଯାଏ । ଏହି ରୋଗ ବାବଦର ଆଜି ବି ଅନେକ ଲୋକ ଅବଗତ ନାହାନ୍ତି । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ରୋଗ ବିଷୟରେ ସତର୍କ କରାଇବା ଉଦ୍ଦେଶ୍ୟରେ ଆଜିର ଦିନକୁ(11 ଅପ୍ରେଲ)କୁ ବିଶ୍ୱ ପାର୍କିନ୍ସନ୍ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଅନେକ ସଚେତନମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ତେବେ ପାର୍କିନ୍ସନ୍ ରୋଗ କଣ ଜାଣିବା ପାଇଁ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ପଢନ୍ତୁ...
ପାର୍କିନ୍ସନ୍ ରୋଗ ହେଲେ ମସ୍ତିଷ୍କର ନିର୍ଦ୍ଦିଷ୍ଟ କେତେକ କୋଷ କ୍ଷତିଗ୍ରସ୍ତ ହୁଏ । ଏହି ରୋଗ ହେଲେ ଶାରୀରିକ ସନ୍ତୁଳନ ବଜାୟ ରହେ ନାହିଁ । ଏହିପରି ସମସ୍ୟାକୁ ପ୍ରୋଗ୍ରେସିଭ୍ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି ମଧ୍ୟ କୁହାଯାଏ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ, କେବଳ ଖାଦ୍ୟ ମାଧ୍ୟମରେ କେତେକ ସତର୍କତା ଅବଲମ୍ବନ କରିପାରିଲେ ଏହି ରୋଗ ନିରାକରଣ ହୋଇପାରିବ ।
ପାର୍କିନ୍ସନ୍ ରୋଗର ଲକ୍ଷଣ :Parkinson.orgରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାର୍କିନ୍ସନ୍ ରୋଗ (PD) ହେଉଛି ଏକ ନ୍ୟୁରୋଡିଜେନେରେଟିଭ୍ ବ୍ୟାଧି, ଯାହା ମୁଖ୍ୟତଃ ମସ୍ତିଷ୍କର ସ୍ନାୟୁକୁ ପ୍ରଭାବିତ କରିଥାଏ । ଏହାର ଲକ୍ଷଣ ହଠାତ୍ ଦେଖାଯାଏ ନାହିଁ । ଧୀରେଧୀରେ ସଙ୍କେତ ବିକଶିତ ହୁଏ । ରୋଗର ବିବିଧତା ହେତୁ ଲକ୍ଷଣର ରୂପ ପ୍ରାୟତଃ ବ୍ୟକ୍ତିଙ୍କଠାରୁ ଭିନ୍ନ ଭିନ୍ନ ହୋଇଥାଏ । ପାର୍କିନ୍ସନ୍ ରୋଗର ଲକ୍ଷଣ ହେଉଛି...
- ବିଶ୍ରାମ ସମୟରେ ହାତ ଓ ପାଦର କମ୍ପନ
- ଅଙ୍ଗରେ କଠିନତା
- ଚାଲିବା ସମୟରେ ସନ୍ତୁଳନ ସମସ୍ୟା
- ପୋଷ୍ଚୁରାଲ୍ ସମସ୍ୟା
- ଅନିଦ୍ରା
- ପାର୍କିନ୍ସନ୍ ରୋଗର କାରଣ