ଓଡିଶା

odisha

ETV Bharat / sukhibhava

World Coconut Day 2023: ଆଜି ବିଶ୍ବ ନାରିକେଳ ଦିବସ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ନଡିଆ ଉପଯୋଗୀ - ନଡିଆର ସ୍ବାସ୍ଥ୍ୟ ଲାଭ

ସ୍ବାସ୍ଥ୍ୟ ପକ୍ଷେ ନଡିଆର ଉପକାରିତା ଏବଂ ଗୁରୁତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖରେ ବିଶ୍ବ ନଡ଼ିଆ ଦିବସ ପାଳନ କରାଯାଏ। ଅଧିକ ପଢନ୍ତୁ

World Coconut Day
World Coconut Day

By ETV Bharat Odisha Team

Published : Sep 2, 2023, 6:05 AM IST

ହାଇଦ୍ରାବାଦ: ନଡ଼ିଆ..ଅଳ୍ପ ବହୁତେ ସମସ୍ତେ ସେବନ କରିଥିବେ। କିଛି ଜଣଙ୍କୁ ପଇଡ ପାଣି ପିଇବାକୁ ଭଲ ଲାଗୁଥିବା ବେଳେ ଆଉ କିଛି ଜଣଙ୍କୁ ନଡିଆ ଖାଇବା ପସନ୍ଦ ରହିଥାଏ। ଭାରତ ସମେତ ପ୍ରଶାନ୍ତ ମହାସାଗରର ବିଭିନ୍ନ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର 2 ତାରିଖକୁ ବିଶ୍ୱ ନଡ଼ିଆ ବା ନାରିକେଳ ଦିବସ ଭାବେ ପାଳନ କରାଯାଏ। ପ୍ରଥମେ 2009ମସିହାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରାଯାଇଥିଲା। ନଡ଼ିଆର ଉପକାରିତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ତେବେ ନଡିଆ ସହିତ ଏହାର ପାଣି ବା ପଇଡ ପାଣି ମଧ୍ୟ ସ୍ବାସ୍ଥ୍ୟ ଉପକାରୀ ଅଟେ। ଅନ୍ୟପଟେ ନଡ଼ିଆ କ୍ଷୀର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି।

ପ୍ରଶାନ୍ତ ଏବଂ ଏସୀୟ ଅଞ୍ଚଳର ଦେଶମାନଙ୍କରେ ଏହି ଦିନଟି ବିଶେଷ ଭାବରେ ପାଳନ କରାଯାଏ। ଏସିଆନ୍ ପାସିଫିକ୍ ନଡ଼ିଆ କମ୍ୟୁନିଟି (APCC) ପ୍ରଥମେ ଜାକର୍ତ୍ତାରେ ବିଶ୍ୱ ନଡ଼ିଆ ଦିବସ ଆରମ୍ଭ କରିଥିଲା। ଏହାପରେ ସ୍ବାସ୍ଥ୍ୟ ପ୍ରତି ସଚେତନତା ପାଇଁ ପ୍ରତିବର୍ଷ ଏହି ଦିବସକୁ ନଡିଆ ଦିବସ ଭାବେ ପାଳନ କରିବା ପାଇଁ ଏସିଆ ପ୍ରଶାନ୍ତ ମହାସାଗର(UN-SDCAP) ଏସିଆନ୍ ପାସିଫିକ୍ ନଡ଼ିଆ କମ୍ୟୁନିଟି ଅନୁମତି ଦେଇଥିଲା। ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ନଡ଼ିଆ ଏବଂ ବିଭିନ୍ନ ଶିଳ୍ପରେ ଏହାର ବ୍ୟବହାର ଏବଂ ଲାଭ ବିଷୟରେ ସଚେତନତା ସୃଷ୍ଟି କରିବ। ଇଣ୍ଡୋନେସିଆ ହେଉଛି ବିଶ୍ୱର ସବୁଠାରୁ ଅଧିକ ନଡ଼ିଆ ଉତ୍ପାଦନକାରୀ ଦେଶ। ଏହା ପଛରେ ଫିଲପାଇନ୍ସ ଦ୍ବିତୀୟରେ ରହିଥିବା ବେଳେ ତୃତୀୟରେ ଭାରତ ରହିଛି।

ଏହା ମଧ୍ୟ ପଢନ୍ତୁ: Coconut Water Benefits: ପଇଡ ପାଣିରେ ଭରି ରହିଛି ଏହି ସବୁ ସ୍ବାସ୍ଥ୍ୟ ଉପକାରୀ ଗୁଣ

ନଡିଆର ସ୍ବାସ୍ଥ୍ୟ ଉପକାରିତା:

ସୁସ୍ଥ ବା ସ୍ବାସ୍ଥ୍ୟ ହିତକର ଚର୍ବି:ନଡିଆ କ୍ରିମରେ ସୁସ୍ଥ ଚର୍ବି ମିଳିଥାଏ। ଯାହା ଓଜନ ହ୍ରାସ ଏବଂ ମେଟାବୋଲିଜିମ(ହଜମ ପ୍ରକ୍ରିୟା) ପାଇଁ ଉତ୍ତମ ବୋଲି ବିଚେଚନା କରାଯାଏ।

ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ:ନଡ଼ିଆ କ୍ରିମରେ କାର୍ବୋହାଇଡ୍ରେଟ କମ ପରିମାଣରେ ରହିଥିବା ବେଳେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଯାହାକି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ।

ପଲିଫେନୋଲ:ନଡ଼ିଆରେ ପଲିଫେନୋଲ ରହିଥାଏ। ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବା ସହିତ ଅନେକ ରୋଗରୁ ରକ୍ଷା କରିଥାଏ।

ଡାଏଟିଂ ପାଇଁ ଉତ୍ତମ ବିକଳ୍ପ:ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ବା ଡାଏଟିଂରେ ରହୁଛନ୍ତି ସେମାନ ନଡିଆ ଖାଇପାରିବେ। ଏହା ଦ୍ବାରା ଓଜନ ବୃଦ୍ଧି ହୋଇନଥାଏ।

ଭରପୂର ପୋଷକ ତତ୍ତ୍ବ:ନଡିଆରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ।

ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ ରଖେ:ନଡ଼ିଆ ପାଣି ପରି ଏହାର ରସ ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏଥିରେ ଲୌରିକ ଏସିଡ ରହିଥାଏ। ଏହା ଶରୀରକୁ ଜୀବାଣୁ, କୀଟାଣୁ ଏବଂ କବକ ଦ୍ବାରା ହେଉଥିବା ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ। ନଡିଆକୁ ନେଇ କୌଣସି ପ୍ରକାର ଆଲର୍ଜି ରହିଥିଲେ ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details