ହାଇଦ୍ରାବାଦ: ଶରୀରରେ ଜଳୀୟଅଂଶର ଅଭାବକୁ ଡିହାଇଡ୍ରେସନ୍ କୁହାଯାଏ । ମାନବ ଶରୀର 70 ପ୍ରତିଶତରୁ ଅଧିକ ତରଳ ପଦାର୍ଥରେ ଗଠିତ । ସେଥିପାଇଁ ଆମ ଶରୀର ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଅଧିକାଂଶ ଲୋକଙ୍କର ଜଳ ଅଭାବ କାରଣରୁ ନାନା ସମସ୍ୟା ସୃଷ୍ଟିହୁଏ । ଗ୍ରୀଷ୍ମଦିନରେ ବିଶେଷ କରି ଡିହାଇଡ୍ରେସନ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ସାଧାରଣ ହେଲେ ମଧ୍ୟ ବେଳେବେଳେ ଗମ୍ଭୀର କରିପାରେ ।
ସଠିକ୍ ସମୟରେ ଡିହାଇଡ୍ରେସନ୍ ଲକ୍ଷଣ ଚିହ୍ନଟ ନହେଲେ ହୃଦଘାତ ହୋଇପାରେ । କାରଣ ଜଳର ଅଭାବ କାରଣରୁ ସ୍ନାୟୁ ଟିସୁ ଏବଂ ଧମନୀ ସଂକୁଚିତ ହୋଇଯାଏ, ଯେଉଁ କାରଣରୁ ହୃତପିଣ୍ଡ ସ୍ପନ୍ଦନ ଅନୁଯାୟୀ ରକ୍ତ ପ୍ରବାହ ବଢିଥାଏ ଏବଂ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ । ଫଳରେ ହୃଦ୍ଘାତ ବିପଦ ବଢିଯାଏ । ତେଣୁ ଡିହାଇଡ୍ରେସନ୍ ଲକ୍ଷଣ କଣ, ସମସ୍ତ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ସମାନ କି ନୁହେଁ, ଜାଣନ୍ତୁ...
- ଡିହାଇଡ୍ରେସନ୍ ହେଲେ ପ୍ରଥମେ ପରିସ୍ରା ରଙ୍ଗର ପରିବର୍ତ୍ତନ ଘଟେ । ପରିସ୍ରା ରଙ୍ଗ ହଳଦିଆ ହେବା ଆରମ୍ଭ କରେ ।
- ପ୍ରାରମ୍ଭରେ ପରିସ୍ରାର ରଙ୍ଗ ହାଲୁକା ହଳଦିଆ କିନ୍ତୁ ଯଦି ଡିହାଇଡ୍ରେସନ୍ ସ୍ତର ବଢିଯାଏ ତେବେ ରଙ୍ଗ ଗାଢ ହଳଦିଆ ହୋଇଯାଏ ଏବଂ ପରିସ୍ରା ଫ୍ରିକ୍ୱେନ୍ସି ମଧ୍ୟ ବଦଳିଯାଏ ।
- ଡିହାଇଡ୍ରେସନ୍ରେ ବାରମ୍ବାର ପରିସ୍ରା ଲାଗେ, କିନ୍ତୁ ମୂତ୍ର କ୍ଷରଣ ସ୍ବଳ୍ପ ହୋଇଥାଏ ।
- ସ୍ବଳ୍ପ ମୂତ୍ର ସାଙ୍ଗକୁ ଜ୍ବଳନ ଭଳି ସମସ୍ୟା ମଧ୍ୟ ହୋଇପାରେ