ଓଡିଶା

odisha

ETV Bharat / sukhibhava

ମିଶ୍ରିରେ ଭରି ରହିଛି ସ୍ବାସ୍ଥ୍ୟ ଉପକାରୀ ଗୁଣ, ଚୁଟ୍‌କିରେ ଦୂର କରେ ଏହି ସବୁ ସମସ୍ୟା

କ୍ୟାଲସିୟମ୍, ଆଇରନ୍, ଫସଫରସ୍ ଭଳି ଉପକାରୀ ଖଣିଜ ପଦାର୍ଥରେ ଭରପୂର ମିଶ୍ରି । ଏହି ସବୁ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରେ । ଅଧିକ ପଢନ୍ତୁ

By

Published : Apr 18, 2023, 10:51 PM IST

Etv Bharat
Etv Bharat

ହାଇଦ୍ରାବାଦ: ଆମେ ଖାଉଥିବା ଖାଦ୍ୟରୁ ଶରୀର ପୋଷକ ତତ୍ତ୍ୱ ପାଇଥାଏ । ଏହି ସବୁ ଖାଦ୍ୟ ମଧ୍ୟରୁ ମିଶ୍ରି ମଧ୍ୟ ଅନ୍ୟତମ । ସାଧାରଣତଃ ଲୋକମାନେ ଶରୀରକୁ ସତେଜ କରିବା ପାଇଁ ମିଶ୍ରି ଖାଇଥାନ୍ତି । ଏଥିରେ ଅନେକ ଭଲ ଗୁଣ ରହିଛି । ବିଶେଷ କରି ପୂଜା-ବ୍ରତ ଆଦି ସମୟରେ ମିଶ୍ରି ଖିଆଯାଏ । ତେବେ ଏହି ଉପାଦାନର କି କି ଭଲ ଗୁଣ ରହିଛି, ଜାଣନ୍ତୁ...

ମିଶ୍ରିର ଉପକାରିତା

ଫୁଲା କମିଯାଏ:- ଶରୀରର ବିଭିନ୍ନ ସ୍ଥାନରେ ହୋଇଥିବା ଫୁଲା କମାଇବାରେ ସହାୟକ ହୁଏ ମିଶ୍ରି । ବାସ୍ତବରେ, ମିଶ୍ରିରେ ଗ୍ଲିସେରାଇରିଜିନ୍ ନାମକ ଏକ ଉପାଦାନ ଅଛି । ଏହି ପ୍ରାକୃତିକ ଯୌଗିକ ଆଣ୍ଟିଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର । ଏହା ଫୁଲା କମାଇବା ପାଇଁ ମଧ୍ୟ କାମ କରେ ।

କଫ ଦୂରହୁଏ:- ଅଧିକାଂଶ ଲୋକଙ୍କର ଥଣ୍ଡା ସମୟରେ ଗଳାରେ କଫା ଜମିରହେ । ଆୟୁର୍ବେଦ ଅନୁଯାୟୀ, କାଶ ବା କଫ ଚିକିତ୍ସା ପାଇଁ ମିଶ୍ରି ବେଶ୍ ଉପକାରୀ । ଯଦି ଗଳା ଯନ୍ତ୍ରଣା ହୁଏ, ତେବେ ଗୋଲମରିଚ ଏବଂ ଘିଅ ସହିତ ମିସଶ୍ରି ଖାଇବା ଅତ୍ୟନ୍ତ ଲାଭଦାୟକ ।

ପାଟିରେ ଥିବା ଜୀବାଣୁକୁ ମାରିଥାଏ:- ପାଟିରେ ଜୀବାଣୁ ବୃଦ୍ଧି କାରଣରୁ ଦୁର୍ଗନ୍ଧ ଆରମ୍ଭ ହୁଏ । ଯଦି ମିଶ୍ରି ଖାଇବା ଅଭ୍ୟାସ କରନ୍ତି ତେବେ ଏହି ସମସ୍ୟା ଦୂର ହୋଇପାରେ ।

ଏନର୍ଜି ବୁଷ୍ଟ୍ କରେ:- ମିଶ୍ରି ଖାଇବାର ଗୋଟିଏ ଲାଭ ହେଉଛି ଏହା ଶକ୍ତି ବୃଦ୍ଧି ପାଇଁ ମଧ୍ୟ କାମ କରେ । ମିଶ୍ରି ଖାଇବା ମାତ୍ରେ ତୁରନ୍ତ ଶକ୍ତି ମିଳିଥାଏ ।

ଚିନ୍ତା ଦୂର କରେ:- ମିଶ୍ରିର ପ୍ରଭାବ ସ୍ନାୟୁ ପ୍ରଣାଳୀ ଏବଂ ମସ୍ତିଷ୍କ ଉପରେ ମଧ୍ୟ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଚାପ ଏବଂ ଉଦାସୀନତାକୁ ମଧ୍ୟ ଦୂର କରେ ।

ମିଶ୍ରିରୁ ମିଳିଥାଏ ଏହି ଖଣିଜ ପଦାର୍ଥ

କ୍ୟାଲସିୟମ୍, ଆଇରନ୍, ଫସଫରସ୍ ପରି ଖଣିଜ ପଦାର୍ଥ ମିଶ୍ରିରୁ ମିଳିଥାଏ । ଏହି ଖଣିଜ ପଦାର୍ଥଗୁଡିକ ହାଡ ଏବଂ ଦାନ୍ତକୁ ସୁସ୍ଥ ରଖନ୍ତି ।

କେଉଁମାନଙ୍କ ପାଇଁ ଅପକାରୀ ମିଶ୍ରି

ବାସ୍ତବରେ, ମିଶ୍ରିର ଅନେକ ଭଲ ଗୁଣ ରହିଛି । ମାତ୍ର ସମସ୍ତଙ୍କ ଶରୀର ପାଇଁ ଏହାର ସୁପ୍ରଭାବ ନାହିଁ । ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ମିଶ୍ରି ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସେହିଭଳି ମିଶ୍ରି ମଧ୍ୟ ମେଦବହୁଳତା ବଢାଇପାରେ । ଏଥି ସହିତ, ଅଧିକ ମିଶ୍ରି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ହୋଇପାରେ । ତେଣୁ ସୀମିତ ପରିମାଣରେ ଏବଂ ମଧୁମେହ ରୋଗୀ ଆଦୌ ଖାଇବା ଅନୁଚିତ୍ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details