ହାଇଦ୍ରାବାଦ: ଶେଷରେ ନିରାଶ ହେବାକୁ ପଡିଛି ଅଭିନେତା ପିଣ୍ଟୁ ନନ୍ଦଙ୍କ ପ୍ରତିଟି ଶୁଭେଚ୍ଛୁଙ୍କୁ । ଓଡିଆ କଳା ଜଗତକୁ ସହିବାକୁ ପଡିଛି ଆଉ ଜଣେ କିମ୍ବଦନ୍ତୀ କଳାକାରଙ୍କ ଅଭାବ, ପ୍ରତିଟି ସମ୍ପର୍କୀୟଙ୍କୁ ଭିଜିବାକୁ ପଡିଛି ଦୁଃଖର ବାରିଧାରାରେ । କେତେ ଆଶା, କେତେ ଉଦ୍ଦୀପନା ଯେପରି ପାଣି ଫୋଟକା ଭଳି ମିଳେଇ ଯାଇଛି । ଦୀର୍ଘଦିନର ଚିକିତ୍ସା, ଆର୍ଥିକ ଅନୁଦାନ, କୋଟି କୋଟି ପ୍ରଶଂସକଙ୍କ ଶୁଭେଚ୍ଛା ଓ ଶୁଭକାମନା ସତ୍ତ୍ବେ ଶେଷରେ ଆରପାରିକୁ ଚାଲିଯିବାକୁ ପଡିଛି ପିଣ୍ଟୁଙ୍କୁ ।
ଯକୃତ ଜନିତ ସମସ୍ୟା(ଲିଭର୍ ସିରୋସିସ୍) ରୋଗରେ ପୀଡିତ ହେବା ଦିନରୁ ଏନେଇ ଖବର ପ୍ରସାରଣ ହୋଇଆସୁଛି । ତାଙ୍କ ଚିକିତ୍ସା ପାଇଁ ବିପୁଳ ଟଙ୍କା ସାଙ୍ଗକୁ ଯକୃତ ଦାତାଙ୍କର ମଧ୍ୟ ଆବଶ୍ୟକ ଥିଲା । ପରେ ଆର୍ଥିକ ଅନୁଦାନ ମିଳିଥିଲା, ଡୋନର୍ ମଧ୍ୟ ଯକୃତ ଦାନ କରିବାକୁ ଆଗେଇ ଆସିଥିଲେ । ତଥାପି କାହିଁକି ତାଙ୍କର ଯକୃତ ପ୍ରତିରୋପଣ ହୋଇପାରିଲାନି, ଏଥିପାଇଁ କି କି ନିୟମ ରହିଛି । ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ କଣ ସବୁ ଆବଶ୍ୟକତା ରହିଛି, ଜାଣନ୍ତୁ...
ଏହା ମଧ୍ୟ ପଢନ୍ତୁ:-Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ
ଖବର ଅନୁସାରେ ପିଣ୍ଟୁ ନନ୍ଦଙ୍କ ଯକୃତ ନଷ୍ଟ ହୋଇ ଯାଇଥିଲା । ଯକୃତ ପ୍ରତିରୋପଣ ପରେ ସେ ସୁସ୍ଥ ହୋଇ ପାରିଥାନ୍ତେ । ଏଥିପାଇଁ 50 ଲକ୍ଷ ଟଙ୍କା ସାଙ୍ଗକୁ ଯକୃତ ଦାତା(ଲିଭର୍ ଡୋନର୍)ଙ୍କର ଆବଶ୍ୟକତା ଥିଲା । ଓଲିଉଡ୍ର ବହୁ କଳାକାର ଏବଂ ଓଡିଶାବାସୀ ତାଙ୍କୁ ସହାୟତାର ହାତ ବଢାଇଥିଲେ । ଫୋବ୍ରୁଆରୀ 7ରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବାଇଲିଆରି ସାଇନ୍ସ ନିଆଯାଇଥିଲା । ସେଠାରେ ଯକୃତ ଦାତା ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା । ପରିବାରର ଅନେକ ଲୋକ ତାଙ୍କୁ ଲିଭର ଦାନ କରିବାକୁ ଆଗେଇ ଆସିଥିଲେ, ମାତ୍ର ଏଥିପାଇଁ ଦାତାଙ୍କ ଯୋଗ୍ୟତା ମ୍ୟାଚ୍(ମେଳ) ହୋଇନଥିଲା । ତେବେ ଏଥିପାଇଁ କି କି ଯୋଗ୍ୟତା ଆବଶ୍ୟକତା ଜାଣନ୍ତୁ...
ଲିଭର ଦାତାଙ୍କ ଯୋଗ୍ୟତା
ଜଣେ ଯକୃତ ଦାତା 18-55 ବର୍ଷ ବୟସର ହୋଇଥିବେ ।
ସେ ସୁସ୍ଥ ଥିବେ, ତାଙ୍କ ଓଜନ 50-85 କିଲୋଗ୍ରାମ ମଧ୍ୟରେ ରହିଥିବ ।
ଅତ୍ୟଧିକ ମେଦବହୁଳ ହୋଇନଥିବେ ।
ଯକୃତ ଗ୍ରହିତାଙ୍କ ରକ୍ତ ବିଭାଗ(ବ୍ଲଡ୍ ଗ୍ରୁପ) ସହ ସମାନ କିମ୍ବା 'ଓ' ବ୍ଲଡ୍ ଗ୍ରୁପର ହୋଇଥିବେ ।