ହାଇଦ୍ରାବାଦ: ପ୍ଲାଷ୍ଟିକ୍ ଆମ ଜୀବନର ଏକ ଅଂଶ ହୋଇପାରିଛି (Plastic Bottle Use) । ଅନେକ ସମୟରେ ଆମେ ଇଚ୍ଛା ନକରି ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ବାଧ୍ୟ ହେଉଛେ । ପ୍ଲାଷ୍ଟିକ୍ ଆମ ଜୀବନକୁ ଏତେ ପ୍ରଭାବିତ କରିଛି ଯେ, ଆଜିର ଦୁନିଆକୁ ପ୍ଲାଷ୍ଟିକ୍ ବିନା କଳ୍ପନା କରିବା ଅସମ୍ଭବ । ଅନେକ ଲୋକେ ଖାଦ୍ୟ ଏବଂ ପାନୀୟ ପାଇଁ ପ୍ଲାଷ୍ଟିକ ବ୍ୟବହାର କରନ୍ତି । ପାଣି ବୋତଲ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବାକ୍ସ ଏବଂ ଷ୍ଟୋରେଜ୍ ପର୍ଯ୍ୟନ୍ତ ଲୋକମାନେ ପ୍ଲାଷ୍ଟିକ ବ୍ୟବହାର କରନ୍ତି ।
କ୍ୱଚିତ୍ ଲୋକେ ଜାଣିଥିବେ ଯେ, ପ୍ଲାଷ୍ଟିକରେ ରଖାଯାଇଥିବା ସମସ୍ତ ପ୍ରକାରର ସାମଗ୍ରୀ କିଛି ସମୟ ମଧ୍ୟରେ ବିଷାକ୍ତ ହୋଇଯାଏ । ପ୍ଲାଷ୍ଟିକର ବ୍ୟବହାର ଶରୀରକୁ ଅନେକ ଗୁରୁତର ରୋଗର ଶିକାର କରିଥାଏ, ଯାହା ସହଜରେ ଚିହ୍ନଟ ହୋଇନଥାଏ । ନିମ୍ନରେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ବାରା କେତେ ହାନୀକାରକ ହୋଇଥାଏ ସେ' ବାବଦରେ ଆଲୋଚନା କରାଯାଇଛି(Side Effects of Plastic)...
ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବା ଦ୍ୱାରା ଏହି ରୋଗ ହୁଏ (Side Effects of Drinking Water From Plastic Bottles)
କର୍କଟ
ଖାଦ୍ୟ ଏବଂ ପାନୀୟ ପାଇଁ ପ୍ଲାଷ୍ଟିକ ଆଦୌ ବ୍ୟବହାର କରାଯିବା ଉଚିତ ନୁହେଁ । ଏହି କାରଣରୁ, ଏଥିରେ ଥିବା ରାସାୟନିକ ପଦାର୍ଥ ଶରୀର ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥାଏ । ଯେଉଁ କାରଣରୁ ବ୍ୟକ୍ତି ସମସ୍ତ ପ୍ରକାରର ରୋଗ ଦ୍ୱାରା ସଂକ୍ରମିତ ହୋଇଥାଏ । ପ୍ଲାଷ୍ଟିକରେ ମିଳୁଥିବା ରାସାୟନିକ ପଦାର୍ଥ ଯେପରିକି ସୀସା, କ୍ୟାଡମିୟମ କାରଣରୁ କର୍କଟ, ଅକ୍ଷମତା ଏବଂ ଶରୀରରେ ପ୍ରତିରକ୍ଷା ପ୍ରଣାଳୀରେ ସମସ୍ୟା ସୃଷ୍ଟି କରିଥାଏ । ଏହା ପିଲାମାନଙ୍କ କ୍ଷେତ୍ରରେ ଶାରୀରିକ ବିକାଶକୁ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ।
ଚିନି ସ୍ତର ବୃଦ୍ଧି
ବଜାରର ଅଧିକାଂଶ ସ୍ଥାନରେ, ଆମେ କେବଳ ପ୍ଲାଷ୍ଟିକ୍ ବୋତଲରେ ପାଣି ପାଇଥାଉ । କ୍ରେତାଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାତାମାନେ ବୋତଲରେ ଥିବା ଜଳକୁ ଭିଟାମିନ୍ ଧାରଣ କରିଥିବା ବର୍ଣ୍ଣନା କରନ୍ତି । ଏହା ଆମ ପାଇଁ ଆହୁରି କ୍ଷତିକାରକ ବୋଲି ପ୍ରମାଣ କରିପାରେ, କାରଣ ବୋତଲରେ ପାଣିରେ ଚିନି ଏବଂ ଉଚ୍ଚ ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍(Corn Syrup) ପରି କ୍ଷତିକାରକ ଉପାଦାନ ଥାଏ ।