ହାଇଦ୍ରାବାଦ: ପରିସଂଖ୍ୟାନ ଅନୁସାରେ ସମଗ୍ର ବିଶ୍ବରେ ବିଭିନ୍ନ ପ୍ରକାର କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସବୁ ପ୍ରକାର କର୍କଟ ମଧ୍ୟରୁ ବାଇଲ ଡକ୍ଟ ବା ପିତ୍ତ ନଳୀ କର୍କଟ ଅନ୍ୟତମ । ଏହାକୁ ମଧ୍ୟ ସାଂଘାତିକ ପ୍ରକାର କର୍କଟ ମଧ୍ୟରେ ଗଣାଯାଏ । ପିତ୍ତ ନଳୀରେ ଅସ୍ବାଭାବିକତା କାରଣରୁ ଏହି ସମସ୍ୟା ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ରୋଗର ଲକ୍ଷଣ ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡେ ଏବଂ ସଠିକ୍ ଚିକିତ୍ସା କରାଯାଏ, ତେବେ ଜଣେ ରୋଗୀ ସୁସ୍ଥ ହୋଇ ପାରିବେ । ତେବେ ଏହି ରୋଗରେ କି କି ଲକ୍ଷଣ ରହିଛି, ଜାଣନ୍ତୁ...
ଚର୍ମ କୁଞ୍ଚନ: ଅଧିକାଂଶ ପିତ୍ତ ନଳୀ କର୍କଟ ରୋଗୀଙ୍କ ଚର୍ମ କୁଞ୍ଚନ ସମସ୍ୟା ହୋଇପାରେ । ଚର୍ମରେ ଅତ୍ୟଧିକ ବିଲିରୁବିନ ସ୍ତର କୁଞ୍ଚନ ସୃଷ୍ଟି କରିପାରେ ।
ମୂତ୍ର ରଙ୍ଗରେ ପରିବର୍ତ୍ତନ: ଯଦି ରକ୍ତରେ ବିଲିରୁବିନର ମାତ୍ରା ଅଧିକ ଥାଏ, ତେବେ ମୂତ୍ରର ରଙ୍ଗ ଗାଢ ହୋଇଥାଏ । ଏହା ପିତ୍ତ ନଳୀ କର୍କଟ ଲକ୍ଷଣ ହୋଇପାରେ ।
ଭୋକ କମିବା ଏବଂ ଓଜନ ବୃଦ୍ଧି: ପିତ୍ତ ନଳୀ କର୍କଟ ରୋଗୀମାନେ ଭୋକ ହରାଇପାରନ୍ତି ଏବଂ ବିନା କାରଣରେ ଓଜନ ହ୍ରାସ ହୋଇପାରେ । ଯଦି ଦିନକୁ ଦିନ ଦ୍ରୁତ ଗତିରେ ଓଜନ ହ୍ରାସ ଘଟୁଛି, ତେବେ ଡାକ୍ତରଙ୍କୁ ଦେଖା କରନ୍ତୁ ।