ଓଡିଶା

odisha

ETV Bharat / sukhibhava

Turmeric Water For Health: ଶରୀର ପାଇଁ ବେଶ ଉପଯୋଗୀ ହଳଦୀ ପାଣି - ହଳଦୀ

ଭାରତୀୟ ରୋଷେଇରେ ଉପସ୍ଥିତ ମସଲା ଖାଦ୍ୟର ସ୍ୱାଦକୁ ବଢାଇଥାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ହଳଦୀ ମଧ୍ୟ ଏହି ମସଲା ମଧ୍ୟରୁ ଗୋଟିଏ । ଯାହାକି ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଅଧିକ ପଢନ୍ତୁ

Turmeric Water For Health
Turmeric Water For Health

By

Published : Jun 21, 2023, 7:18 AM IST

ହାଇଦ୍ରାବାଦ:ହଳଦୀ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍-ସି, ମାଙ୍ଗାନିଜ୍, ପୋଟାସିୟମ୍, ଜିଙ୍କ, କ୍ୟାଲସିୟମ୍, ପ୍ରୋଟିନ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ହଳଦୀକୁ ବିଭିନ୍ନ ଉପାୟରେ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ କିନ୍ତୁ ହଳଦୀ ପାଣି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇପାରେ ।

ଦିନର ଆରମ୍ଭ ହଳଦୀ ପାଣିରୁ କରିବା ଦ୍ବାରା ଅନେକ ଚମତ୍କାର ଲାଭ ହୋଇଥାଏ । ଏହା ଗଣ୍ଠି ଯନ୍ତ୍ରଣା, ହଜମ ସହିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଜାଣନ୍ତୁ ହଳଦୀ ପାଣି ପିଇବା ଦ୍ବାରା ଶରୀରକୁ କେଉଁ ପ୍ରକାର ଲାଭ ମିଳିଥାଏ ।

ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସାହାଯ୍ୟ କରେ: ହଳଦୀରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମକୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ । ହଳଦୀରେ ଥିବା କର୍କୁମିନ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଏବଂ ଅନେକ କ୍ଷତ ଶୁଖିବାରେ ସାହାଯ୍ୟ କରିଥାଏ । ନିୟମିତ ଭାବରେ କଦଳୀ ପାଣି ପିଇ ଅନେକ ରୋଗରୁ ରକ୍ଷା ପାଇପାରିବେ । ଏଥିରେ ଥିବା ଆଣ୍ଟି-ଭାଇରାଲ୍ ଗୁଣ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।

ଗଣ୍ଠି ଯନ୍ତ୍ରଣାର ଚିକିତ୍ସାରେ ପ୍ରଭାବଶାଳୀ: ଯଦି ଆପଣ ଗଣ୍ଠି ଯନ୍ତ୍ରଣା ହେତୁ ଅସ୍ଥିର, ତେବେ ଆପଣ ହଳଦୀ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିପାରିବେ । ହଳଦୀକୁ ଏକ ଗ୍ଲାସ କ୍ଷୀରରେ ମିଶାଇ ପ୍ରତିଦିନ ପିଅନ୍ତୁ । ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଆର୍ଥ୍ରାଇଟିସ୍ ଯନ୍ତ୍ରଣା ଏବଂ ସାମାନ୍ୟ ଫୁଲାକୁ ଚିକିତ୍ସା କରିବାରେ ମଧ୍ୟ ସହାୟକ ହୋଇଥାଏ ।

ହଜମ ପ୍ରକ୍ରିୟାକୁ ଠିକ ରଖେ: ହଳଦୀ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । କୋଷ୍ଠକାଠିନ୍ୟ, ଫ୍ଲାଟୁଲେନ୍ସ ଭଳି ସମସ୍ୟା ହ୍ରାସ କରିବାରେ ଏହା ସାହାଯ୍ୟ କରେ। ହଳଦୀରେ ଥିବା ଗୁଣ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ। ଏହା ହାତଗୋଡ ଫୁଲିବା ଏବଂ ଗ୍ୟାସର ଲକ୍ଷଣ ମଧ୍ୟ ହ୍ରାସ କରିପାରେ। ଯଦି ଆପଣ ଆପଣଙ୍କର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ ହଳଦୀ ଅନ୍ତର୍ଭୂକ୍ତ କରନ୍ତୁ । ଓଜନ ହ୍ରାସ କରିବା ପାଇଁ ହଳଦୀ ପାଣି ପିଇପାରିବେ ।

ଚର୍ମ ପାଇଁ ଉପକାରୀ: ଚର୍ମକୁ ଠିକ ରଖିବା ପାଇଁ ପାଇଁ ହଳଦୀ ବହୁତ ପ୍ରଭାବଶାଳୀ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଚର୍ମରେ ସୂକ୍ଷ୍ମ ରେଖା ଏବଂ କୁଞ୍ଚନକୁ ରୋକିବାରେ ସାହାଯ୍ୟ କରେ। ପ୍ରତିଦିନ ହଳଦୀ ପାଣି ପିଇଲେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦେଖାଯିବ ସହ ଚର୍ମରୋଗ ମଧ୍ୟ ହୋଇନଥାଏ।

ଘରେ କିପରି ପ୍ରସ୍ତୁତ କରିବେ ହଳଦୀ ପାଣି:ଏକ ପ୍ୟାନରେ ଏକ କପ୍ ପାଣି ଫୁଟାନ୍ତୁ। ଏବେ ଆଉ ଏକ କପ୍ ନେଇ ସେଥିରେ ଏକ ଚାମଚ ହଳଦୀ ଏବଂ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏବେ ସେଥିରେ ଗରମ ପାଣି ମିଶାନ୍ତୁ । ଆପଣ ଚାହିଁଲେ ଏହି ପାଣିରେ ମହୁ ମିଶାଇ ପାରିବେ। ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ନିୟମିତ ହଳଦୀ ପାଣି ପିଇପାରିବେ।

ବିଦ୍ର: ଏହି ଆର୍ଟିକିଲ ଏକ ସାଧାରଣ ସୂଚନା ଉପରେ ଆଧାରିତ । ଆପଣ ଏହି ବିଧି ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ABOUT THE AUTHOR

...view details