ହାଇଦ୍ରାବାଦ: ସାଧାରଣତଃ ମଧୁମେହ(Diabetes) ରୋଗୀ ଆଳୁ ଖାଇବାଠୁ ଦୂରେଇ ରହନ୍ତି । କୁହାଯାଏ ଆଳୁ ଖାଇବା ଦ୍ୱାରା ଚିନି ସ୍ତର ବଢିଥାଏ, କାରଣ ଏଥିରେ ବହୁ କ୍ୟାଲୋରୀ ଏବଂ ଷ୍ଟାଚ୍ ଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ ହୋଇନଥାଏ । ତେବେ କହି ରଖୁଛୁ, ଷ୍ଟାଚ୍(Starch) ହେଉଛି ଏକ ନରମ, ଧଳା, ସ୍ୱାଦହୀନ ପାଉଡର ଯାହା ଥଣ୍ଡା ପାଣି, ମଦ୍ୟପାନ କିମ୍ବା ଅନ୍ୟାନ୍ୟ ଦ୍ରବଣରେ ମିଳିଥାଏ । ତେବେ ଜାଣନ୍ତି କି ? ଏପରି ଏକ ଆଳୁ ଅଛି ଯାହାକୁ, ଡାଇବେଟିସ ରୋଗୀ ଖାଇପାରିବେ ।
ଏହି ଆଳୁ ହେଉଛି ମିଠା ଆଳୁ(Sweet Potato) ବା କନ୍ଦମୂଳ । ଏହାର ନାମ ମିଠା ସତ, କିନ୍ତୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ତେବେ ଆସନ୍ତୁ ଜାଣିବା କନ୍ଦମୂଳ ମଧୁମେହ ଏବଂ ଅନ୍ୟାନ୍ୟ ରୋଗୀଙ୍କ ପାଇଁ କେତେ ଉପକାରୀ...
କନ୍ଦମୂଳରେ କ୍ୟାଲୋରୀ ପରିମାଣ କମ୍, ଯେଉଁ କାରଣରୁ ମଧୁମେହ ରୋଗୀ ଏହାକୁ ସୁରକ୍ଷିତ ଭାବରେ ଖାଇପାରିବେ । ଏହା ଅନେକ ଆକାରର ଏବଂ ବିଭିନ୍ନ ରଙ୍ଗର ହୋଇଥାଏ । ସାଧାରଣତ କଞ୍ଚା କନ୍ଦମୂଳ ଲାଲ ରଙ୍ଗର ହୋଇଥାଏ । ପରବର୍ତ୍ତୀ ସମୟରେ ଏହାର ରଙ୍ଗ ବଦଳିଯାଏ, କନ୍ଦମୂଳ ଶୀତଦିନରେ ପ୍ରଚୁର ପରିମାଣରେ ମିଳିଥାଏ ।
କନ୍ଦମୂଳରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ରହିଥାଏ । 200 ଗ୍ରାମ କନ୍ଦମୂଳରେ 180 କ୍ୟାଲୋରୀ, 4 ଗ୍ରାମ ପ୍ରୋଟିନ୍, 6.6 ଗ୍ରାମ ଫାଇବର ଏବଂ 41.4 ଗ୍ରାମ କାର୍ବୋହାଇଡ୍ରେଟ୍ ମିଳିଥାଏ । ଏହା କେବଳ ମଧୁମେହରେ ନୁହେଁ ହୃଦ୍ ରୋଗର ପ୍ରତିରୋଧ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
ରକ୍ତରେ ଶର୍କରା ହାର କମ୍ କରେ କନ୍ଦମୂଳ:-