ହାଇଦ୍ରାବାଦ: ସ୍କିପିଂ ଏକ କ୍ରୀଡା ପ୍ରତିଯୋଗିତା ସହ ଏକ ଉତ୍ତମ ବ୍ୟାୟାମ । ଏହି ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପକାଇଥାଏ । ସ୍କିପିଂ ଖେଳିବା ଦ୍ବାରା ଉଚ୍ଚତା ବୃଦ୍ଧି ଏବଂ ଓଜନ ହ୍ରାସ ହୁଏ ବୋଲି ବିବେଚନା କରାଯାଏ । ହେଲେ ଏହାର ଆହୁରି ଅନେକ ଭଲ ଗୁଣ ରହିଛି । ଜାଣି ଆଶ୍ଚର୍ଯ୍ୟ ହେଲେ ସ୍କିପିଂ ମନୋବଳ ଦୃଢ କରିବା ସହ ହୃଦୟ ସ୍ବାସ୍ଥ୍ଯ ଏବଂ ଫୁସଫୁସ କ୍ଷମତାକୁ ମଧ୍ୟ ଉନ୍ନତ କରିଥାଏ । 2021ରେ ଏ ଉପରେ ହୋଇଥିବା ଏକ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ତେବେ ସ୍କିପିଂରେ ଅନ୍ୟାନ୍ୟ କି କି ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି, ଜାଣନ୍ତୁ...
ଓଜନ ନିୟନ୍ତ୍ରଣ ଓ ହୃଦୟ ସ୍ବାସ୍ଥ୍ୟ:ସ୍କିପିଂ କରିବା ଦ୍ବାରା କ୍ୟାଲୋରୀ ହ୍ରାସ ପାଇଥାଏ, ଫଳରେ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ମାଂସପେଶୀକୁ ଶକ୍ତ କରିବା ସହ ପେଟର ଚର୍ବିକୁ ମଧ୍ୟ ହ୍ରାସ କରେ । 2013ରେ ହୋଇଥିବା ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ଯେଉଁମାନେ ଛଅ ସପ୍ତାହ ପାଇଁ ଦୈନିକ 10 ମିନିଟ୍ ଜମ୍ପ ବା ସ୍କିପିଂ କରିଥାନ୍ତି, ସେମାନଙ୍କ ହୃଦୟ ସ୍ବାସ୍ଥ୍ୟରେ ଉନ୍ନତି ଆସିଥାଏ ।
ଏହା ମଧ୍ୟ ପଢନ୍ତୁ:-ଏମ୍ସ ସମେତ ଏହି ସବୁ ହସ୍ପିଟାଲରେ ଖୁବ୍ଶୀଘ୍ର ଆରମ୍ଭ ହେବ ହୋମିଓପାଥିର OPD-IPD