ହାଇଦ୍ରାବାଦ:ଖଜରା ଏକ ଡ୍ରାଏ ଫ୍ରୁଟ୍ସ ଅଟେ । ଏହା ଶରୀର ପାଇଁ ଯେପରି ପୃଷ୍ଟିକର ଖାଇବା ପାଇଁ ମଧ୍ୟ ସେତିକି ସ୍ବାଦିଷ୍ଟ ହୋଇଥାଏ । ଶୁଖୁଲା ଖଜରାରେ ଆଇରନ ଏବଂ ପୋଟାସିୟମର ମାତ୍ରା ଅଧିକ ରହିଥିବାକୁ ଏହାକୁ ଡ୍ରାଇ ଫ୍ରୁଟସରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ସାଧାରଣତଃ ପ୍ରାୟତଃ ଘରେ ଖଜରାକୁ କ୍ଷୀରରେ ବତୁରାଇ ସେବନ କରାଯାଇଥାଏ । କାରଣ ଏହା କ୍ଷୀରରେ ବୁଡାଇବା ଦ୍ବାରା ଅଧିକ ନରମ ହେବା ସହ ଅଧିକ ପୃଷ୍ଟିକର ତତ୍ତ୍ୱ ମିଳିଥାଏ । କ୍ଷୀର ସହ ଖଜରା ଖାଇବା ଦ୍ବାରା ଶରୀରକୁ ଅଧିକ ପରିମାଣର ଭିଟାମିନ୍ ଆଉ ମିନେରାଲ୍ସ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହାର ସେବନ ଦ୍ବାରା ଥକାପଣ ଦୂର ହେବା ସହ ମାଂସପେଶୀକୁ ଶକ୍ତ କରିଥାଏ । ତେଣୁ ଆପଣ ନିଜ ଡାଏଟରେ ଏହାକୁ ଅନ୍ତର୍ଭୁକ୍ତ କରିପାରନ୍ତି । ଏହା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇଥାଏ ଜାଣନ୍ତୁ...
ପୁଷ୍ଟିକର ଅଟେ: ଏହି ଶୁଖିଲା ଖଜରାରେ ଭିଟାମିନ ଏବଂ ମିନେରାଲ୍ସ ଭରପୁର ହୋଇ ରହିଛି। ଅଧିକ କ୍ୟାଲୋରୀ ରହିଥିବା ବେଳେ ଅନେକ ଉପକାରୀ ପୋଷକ ତତ୍ତ୍ୱ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଏହାସହ ଏଥିରେ ଫାଇବର, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ମାଙ୍ଗାନିଜ୍, ଆଇରନ୍, ଭିଟାମିନ୍ B6 ଏବଂ କପରର ମାତ୍ରା ରହିଛି । ଏହା ଶରୀରରୁ ଥକାପଣ ଦୂର କରିବାରେ ସହାୟକ ହୋଇଥାଏ ।
ପେଟ ସଫା କରେ: ଏଥିରେ ଫାଇବରର ମାତ୍ରା ଅଧିକ ରହିଛି । ତେଣୁ ପେଟଜନିତ ସମସ୍ୟାରେ ପିଡୀତ ଲୋକଙ୍କୁ ଏହା ଅଧିକ ସହାୟକ ହେବ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏହାକୁ ଅନ୍ତତଃ 1 ସପ୍ତାହ ପର୍ଯ୍ୟନ୍ତ ଖାଇବା ଦ୍ବାରା ପେଟ ସଫା ହେବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ ।
ମତିଷ୍କ ପାଇଁ ସହାୟକ ହୁଏ: ଏହି ସୁନ୍ଦର ଏବଂ ସ୍ୱାଦିଷ୍ଟ ଶୁଖିଲା ଫଳ ମସ୍ତିଷ୍କ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହା ଖାଇବା ଦ୍ବାରା ମନେ ରଖିବା ଶକ୍ତି ବୃଦ୍ଧି ପାଇଥାଏ । ଏହାସହ ମାନସିକ ଶାନ୍ତି ପ୍ରଦାନ କରିଥାଏ।
ହାଡକୁ ଶକ୍ତ କରେ:ଏହି ଶୁଖିଲା ଖଜରାରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ପରି ତତ୍ତ୍ୱ ରହିଥାଏ । ଯାହାକି ଶରୀରରେ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରେ। ଅଧ୍ୟୟନରୁ ଜଣାପଡିଛି ଯେ ଖଜରା ଖାଇବା ଦ୍ୱାରା ଅସ୍ଥି ସମ୍ବନ୍ଧୀୟ ରୋଗ ଯେପରିକି ଅଷ୍ଟିଓପୋରୋସିସ୍ ହେବାର ସମ୍ଭାବନା କମ୍ ରହିଥାଏ ।