ଓଡିଶା

odisha

ETV Bharat / sukhibhava

Earthen Pot Water: ସ୍ବାସ୍ଥ୍ୟ ଉପଯୋଗୀ ମାଟି ପାତ୍ରର ପାଣି, ବଢାଏ ଇମ୍ୟୁନିଟି

ଗରମ ଦିନରେ ଅଧିକାଂଶ ଲୋକେ ଶୋଷ ମେଣ୍ଟାଇବା ଲାଗି ଫ୍ରିଜ ପାଣିର ବ୍ୟବହାର କରନ୍ତି । ତେବେ ଆପଣ ଯଦି ଏପରି କରୁଛନ୍ତି ତେବେ ସାବଧାନ ହୁଅନ୍ତୁ । ଫ୍ରିଜ ପାଣି ପରିବର୍ତ୍ତେ ଆପଣ ମାଟି ପାତ୍ରରେ ରହୁଥିବା ପାଣିକୁ ପିଇବା ଉଚିତ୍‌ । ଏହା ପ୍ରାକୃତିକ ଉପାୟରେ ଥଣ୍ଡା ରହିବା ସହ ଅନେକ ସମସ୍ୟାରୁ ମୁକ୍ତି ଦିଏ । ଅଧିକ ପଢନ୍ତୁ

Earthen Pot Water: ସ୍ବାସ୍ଥ୍ୟ ଉପଯୋଗୀ ମାଟି ପାତ୍ରର ପାଣି, ବଢାଏ ଇମ୍ୟୁନିଟି
Earthen Pot Water: ସ୍ବାସ୍ଥ୍ୟ ଉପଯୋଗୀ ମାଟି ପାତ୍ରର ପାଣି, ବଢାଏ ଇମ୍ୟୁନିଟି

By

Published : May 29, 2022, 2:28 PM IST

ହାଇଦ୍ରାବାଦ:ଦିନକୁ ଦିନ ବାୟୁମଣ୍ଡଳରେ ତାପମାତ୍ରା ବଢୁଛି । ଫଳରେ ପ୍ରବଳ ଗରମ ଅନୁଭୂତ ହେଉଛି । ଏଭଳି ସ୍ଥିତିରେ ଗରମରୁ ଆଶ୍ବସ୍ତି ଲାଭ କରିବା ପାଇଁ ସମସ୍ତେ ଥଣ୍ଡାପାନୀୟର ଆବଶ୍ୟକ କରନ୍ତି । ତେବେ ଫ୍ରିଜ କିମ୍ବା କୋଲଡ୍ରିଙ୍କ୍‌ସ ପିଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ । ଏହା ବଦଳରେ ମାଟି ପାତ୍ରର ପାଣି ପିଇବା ଉଚିତ । ଏହା ପ୍ରାକୃତିକ ଉପାୟରେ ଥଣ୍ଡା ରହିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ (Immunity Power) ବୃଦ୍ଧି କରିଥାଏ ।

ସନ୍ତୁଳିତ ରହେ ପାଣିର PH ସ୍ତର:-

ବିଶେଷକରି ଆୟୁର୍ବେଦରେ ବିଶ୍ବାସ କରାଯାଏ ଯେ, ମାଟି ପାତ୍ରର ପାଣି ପିଇବା ଦ୍ବାରା ଗ୍ରୀଷ୍ମ ଋତୁରେ ଶରୀରକୁ ଋତୁକାଳୀନ ରୋଗ(Seasobal Disease)ରୁ ରକ୍ଷା କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏବଂ ମେଟାବୋଲିଜିମ୍ କ୍ଷମତା ମଧ୍ୟ ବଜାୟ ରଖିବାରେ ସକ୍ଷମ ହୋଇଥାଏ । ଭୋପାଳର ବରିଷ୍ଠ ଆୟୁର୍ବେଦିକ ଡକ୍ଟର ରାଜେଶ ଶର୍ମା କହିଛନ୍ତି ଯେ, ମାଟି ପାତ୍ରରୁ ପାଣି ପିଇବା ଦ୍ବାରା ଶରୀରର ଅମ୍ଳତା କମିଯାଏ ଏବଂ ଏହାର କ୍ଷାରତା ବଢିଥାଏ । କାରଣ ମାଟି ପାତ୍ରରେ ଥିବା ଜଳର pH ସ୍ତର ସନ୍ତୁଳିତ ରହେ । ଯେଉଁଥିପାଇଁ ଅମ୍ଳତା କିମ୍ବା ପେଟ ଯନ୍ତ୍ରଣା ସହିତ ଅନେକ ସମସ୍ୟାରୁ ଆରାମ ମିଳିଥାଏ ।

ହାନିକାରକ ଫ୍ରିଜ ପାଣି:-

ଦିଲ୍ଲୀର ପୋଷଣ ବିଶେଷଜ୍ଞ ଡ. ଦିବ୍ୟା ଶର୍ମା କହିଛନ୍ତି ଯେ ଫ୍ରିଜରୁ ସାଧାରଣତଃ ଥଣ୍ଡା ପାଣି ପିଇବା ଦ୍ବାରା ଆମର ତୃଷ୍ଣା ଦୂର ହୁଏ ନାହିଁ । କିନ୍ତୁ ସୁରେଇ ବା ମାଟି ପାତ୍ରରୁ ପାଣି ପିଇବା ପରେ ଜଣକର ଶୋଷ ମେଣ୍ଟିଥାଏ । ମାଟି ପ୍ରକୃତି ଆଲକାଲିନ ହୋଇଥାଏ । ଏପରି ପରିସ୍ଥିତିରେ କିଛି ସମୟ ପାଇଁ ପାଣି ଏକ ମାଟିପାତ୍ରରେ ରଖାଯିବା ପରେ ଆଲକାଲିନ୍ ଗୁଣ ଜଳରେ ବିକଶିତ ହେବାକୁ ଲାଗେ । ଯାହା ଅନେକ ଉପାୟରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏହିପରି ଜଳ ପିଇବା ଦ୍ବାରା କେବଳ ଶରୀରରେ ଥିବା ହରମୋନ ସନ୍ତୁଳିତ ରହେ ନାହିଁ, ବରଂ ଶରୀର ଉପରେ ବାର୍ଦ୍ଧକ୍ୟର ପ୍ରଭାବ ମଧ୍ୟ କମ୍ ଦେଖାଯାଏ ।

ଏହା ବ୍ୟତୀତ ଅନାବଶ୍ୟକ ଓଜନ ବୃଦ୍ଧିକୁ ମଧ୍ୟ ଏହା ରୋକିଥାଏ । ବିଶେଷକରି ଗର୍ଭବତୀ ମହିଳା ଏବଂ ବୃଦ୍ଧମାନଙ୍କ ପାଇଁ ମାଟି ପାତ୍ର ପାଣି ପିଇବା ନିରାପଦ । ଫ୍ରିଜ ପାଣି ଶରୀରର ସମସ୍ତ ଅଙ୍ଗ ସହିତ ଶିରା ପ୍ରଶିରାକୁ ମଧ୍ୟ ପ୍ରଭାବିତ କରେ । ଖରା ଦିନେ ବାହାରୁ ଆସିବା ମାତ୍ରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ବାରା ଥଣ୍ଡା, କାଶ, ଜ୍ବର ମଧ୍ୟ ହୁଏ । ଏହାସହିତ ଫ୍ରିଜ ପାଣି ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ ।

ମାଟି ପାତ୍ରରେ ପାଣି କିପରି ଥଣ୍ଡା ହୁଏ ?

ମାଟି ପାତ୍ରରେ ଥିବା ଜଳ ବାଷ୍ପୀକରଣ ପ୍ରକ୍ରିୟା ଦ୍ବାରା ଥଣ୍ଡା ହୋଇଥାଏ । ବାସ୍ତବରେ ମାଟି ପାତ୍ରରେ ଅନେକ ଛୋଟ ଛୋଟ କଣା ବା ଛିଦ୍ର ରହିଥାଏ । ଯାହା ମାଧ୍ୟମରେ ଜଳ ବାଷ୍ପୀଭୂତ ହୁଏ । ହାଣ୍ଡିକୁ ଥଣ୍ଡା ରଖିବାର ପ୍ରକ୍ରିୟା ଯାହା ଝାଳ ସାହାଯ୍ୟରେ ଆମ ଶରୀର ଥଣ୍ଡା ରହିବା ତାହା । ଯେତେବେଳେ ଅତ୍ୟଧିକ ଗରମ ହୁଏ ସେତେବେଳେ ଆମ ଶରୀରରୁ ଝାଳ ନିର୍ଗତ ହୁଏ । କିଛି ସମୟ ପରେ ଆମ ଚର୍ମ ଥଣ୍ଡା ଅନୁଭବ ହେବା ଆରମ୍ଭ କରେ । ସେହିଭଳି ଯେତେବେଳେ ପାତ୍ରର ଛୋଟ କଣାରୁ(Microscopic Pore) ଜଳ ବାଷ୍ପୀଭୂତ ହୁଏ, ସେତେବେଳେ ପାତ୍ର ଥଣ୍ଡା ରହିଥାଏ ।

ପାତ୍ର ପରିବର୍ତ୍ତନର ସମୟ ଅବଧି:-

ଡ. ରାଜେଶ କହିଛନ୍ତି ଯେ ନିରାପତ୍ତା ଦୃଷ୍ଟିକୋଣରୁ ପାତ୍ରର ଜଳ ନିୟମିତ ପରିବର୍ତ୍ତନ ହେବା ଭଲ । ଏହାବ୍ୟତୀତ ପ୍ରତି ତିନିମାସ ପରେ ମାଟି ପାତ୍ର କିମ୍ବା ପାତ୍ରକୁ ପରିବର୍ତ୍ତନ କରାଯିବା ଉଚିତ୍‌ । ମାଟି ପାତ୍ରକୁ ସଫା ରଖିବା ପାଇଁ ଅନ୍ୟ କିଛି ଜିନିଷକୁ ଧ୍ୟାନରେ ରଖିବା ଲାଭଦାୟକ ହୋଇପାରେ ।

ସେଗୁଡିକ ହେଉଛି:

  • ପାତ୍ରରେ ପାଣି ଭରିବା ପୂର୍ବରୁ ପ୍ରତ୍ୟେକ ଥର ହାଣ୍ଡି ବା ସୁରେଇକୁ ସଫା କରି ଶୁଖାନ୍ତୁ । ଏହାପରେ ସେଥିରେ ପାଣି ଭରିବା ଉଚିତ ।
  • ଯଦି ସମ୍ଭବ ମାଟି ପାତ୍ରରେ RO ପାଣି ଭରିବା ପରିବର୍ତ୍ତେ ସେଥିରେ ଫୁଟାଯାଇଥିବା ପାଣିକୁ ଥଣ୍ଡା କରି ଭର୍ତ୍ତି କରନ୍ତୁ । କାରଣ ଅନେକ ଥର ROରେ ଖଣିଜ ପଦାର୍ଥ ଏବଂ ଶରୀର ପାଇଁ ଆବଶ୍ୟକ ଅନ୍ୟ ପୋଷକ ତତ୍ତ୍ବ ରହିଥାଏ ।
  • ମାଟି ପାତ୍ରରେ କେବେ ହାତ ପୁରାଇ ପାଣି ଆଣିବା ଉଚିତ ନୁହେଁ । ପାଣି ବାହାର କରିବା ପାଇଁ ବାଡ଼ି ଲାଗିଥିବା ଉପକରଣର ବ୍ୟବହାର କରନ୍ତୁ ।
  • ଏଭଳି ସ୍ଥିତିରେ ବଜାରରେ ଟ୍ୟାପ୍‌ ଲାଗିଥିବା ସୁରେଇକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ ।
  • ମାଟି ପାତ୍ରକୁ ସର୍ବଦା ଘୋଡ଼ାଇ ରଖିବା ଉଚିତ । ଧ୍ୟାନ ରଖିବା ଉଚିତ କି ଏହାର ଭିତର କିମ୍ବା ବାହାର ପାର୍ଶ୍ବରେ ଯେପରି କୌଣସି ମଇଳା ନ ଜମେ ।

ABOUT THE AUTHOR

...view details