ଓଡିଶା

odisha

ETV Bharat / sukhibhava

ଜ୍ବର ନଥାଇ ଶରୀର ଗରମ ରହୁଛି କି ? ଜାଣନ୍ତୁ କାରଣ - ଶରୀର ଗରମ ରହିବାର କାରଣ

ଯେତେବେଳେ ଶରୀରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ଥାଏ, ସର୍ବପ୍ରଥମେ ମୁଣ୍ଡ ବା କପାଳ ଗରମ ହୋଇଯାଏ। ତେବେ ଜାଣନ୍ତୁ କଣ ପାଇଁ ଏଭଳି ହୋଇଥାଏ

feeling hot without fever
feeling hot without fever

By

Published : Jun 5, 2023, 6:56 PM IST

ହାଇଦ୍ରାବାଦ:ବେଳେବେଳେ ଶରୀରରେ ଜ୍ବର ନଥାଇ ମଧ୍ୟ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିଥାଏ । ଏଭଳି ସ୍ଥଳେ କପାଳ ଗରମ ହୋଇଥାଏ । ଜଣାପଡେ ନାହିଁ ଯେ, ଜ୍ବର ନଥାଇ ମଧ୍ୟ କାହିଁକି କପାଳ ତାତି ଯାଇଥାଏ। ତେବେ ଏନେଇ ଡାକ୍ତର ଶୋଭା ସୁବ୍ରମଣ୍ୟମ୍ ଇଟୋଲିକରଙ୍କ ଅନୁଯାୟୀ, "ଶରୀରରେ ରକ୍ତ ଗରମ ରହିଥାଏ । ଆଖପାଖର ତାପମାତ୍ରା ପରି, ଶରୀର ମଧ୍ୟ ନିଜ ପଦ୍ଧତିରେ ପ୍ରତିକ୍ରିୟା କରେ । ତେଣୁ ବେଳେବେଳେ ଜ୍ୱର ନଥିଲେ ମଧ୍ୟ ଶରୀର ଗରମ ଲାଗିଥାଏ।"

ଡକ୍ଟର ସୁବ୍ରମଣ୍ୟମଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଜ୍ୱର ଶବ୍ଦ ବ୍ୟବହାର କରୁ, ଏହା ସାଧାରଣତଃ ଜୀବାଣୁ, ବୀଜାଣି, ଫଙ୍ଗସ୍ ଦ୍ବାରା ସଂକ୍ରମିତ ହେବାରୁ ହୋଇଥାଏ । ଜ୍ବର ହେଉଛି ଶରୀରର ତାପମାତ୍ରା ବୃଦ୍ଧି ଯାହା ସଂକ୍ରମଣ ହେତୁ ହୋଇଥାଏ । ଶରୀରର ସାଧାରଣ ତାପମାତ୍ରା 98.6 ° F (37 ° C) ରହିଲେ ଶରୀର ସୁସ୍ଥ ରହିଥିବା ବିବେଚନା କରାଯାଏ । ଥର୍ମୋମିଟର ଦ୍ବାରା ଶରୀରର ଜ୍ବର ମପାଯାଏ । ତେବେ ବେଳେବେଳେ ଶରୀରର ତାପମାତ୍ରା 100.4 ° F (38 ° C) କିମ୍ବା ତା’ଠାରୁ ଅଧିକ ହୋଇପାରେ । ତେବେ ଏଠାରେ ଗୋଟିଏ କଥା ମନେ ରଖିବା ଆବଶ୍ୟକ ଯେ, ଜ୍ୱର ହେତୁ ଶରୀର ଗରମ ହୁଏ ନାହିଁ, କିନ୍ତୁ ଏହାର ଅନେକ କାରଣ ଥାଇପାରେ । କୌଣସି ପ୍ରକାର ସଂକ୍ରମଣ କାରଣରୁ ମଧ୍ୟ ତାପମାତ୍ରା ବୃଦ୍ଧି ହୋଇପାରେ। ଏବଂ କପାଳ ଗରମ ହୋଇଯାଇଥାଏ ।

ଶାରୀରିକ କାରଣ:

  • ପାଚନ ବା ହଜମ କ୍ରିୟା ସଠିକ ନହେବା
  • କେତେକ କ୍ଷେତ୍ରରେ ମେଦବହୁଳତା ଯୋଗୁଁ ମଧ୍ଯ ଶରୀର ଗରମ ହୋଇଥାଏ
  • ଚର୍ବି ବୃଦ୍ଧି
  • ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଶରୀର ଗରମ ହୋଇଥାଏ
  • ବ୍ୟାୟାମ ଏବଂ ଖାଦ୍ୟ ଖାଇବା ପରେ ମଧ୍ୟ ଶରୀର ଗରମ ହୋଇଯାଏ
  • ସଂକ୍ରମଣ ହେତୁ ଶରୀର ଗରମ ରହିଥାଏ
  • ଥକ୍କାପଣ କାରଣରୁ ଶରୀର ଗରମ ହୋଇଥାଏ
  • ରିମାଟଏଡ୍ ଆର୍ଥ୍ରାଇଟିସ୍ କାରଣରୁ ମଧ୍ୟ ଶରୀର ଗରମ ରହିଥାଏ
  • କର୍କଟ ରୋଗ ହୋଇଥିଲେ ଶରୀର ଗରମ ହୋଇପାରେ
  • ଖରାପ ପାନୀୟ ପିଇବା ମଧ୍ୟ କାରଣ ହୋଇପାରେ

ପ୍ରକାଶଥାଉକି, ଗର୍ଭାବସ୍ଥାରେ ମଧ୍ୟ ଶରୀର ଗରମ ରହିଥାଏ। ଋତୁସ୍ରାବ ସମୟରେ ମଧ୍ୟ ଶରୀର ଗରମ ହୋଇଯାଏ। ଏହି କାରଣରୁ ଅନେକ ହରମୋନ୍ ପରିବର୍ତ୍ତନ ହୁଏ । ହୃଦ୍‌ରୋଗ, ହରମୋନ୍, ପେଟ୍ରୋ-ଇଣ୍ଟେଷ୍ଟେଣ୍ଟାଲ୍ ଏବଂ ସାଇକ୍ରେଟ୍ରିକ୍ ଔଷଧ ତଥା କେତେକ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିଭାଇରାଲ୍ ଔଷଧ ଦ୍ବାରା ଶରୀର ଉଷ୍ମ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: Disease Cause Due To Vitamin Deficiencies: କେଉଁ ଭିଟାମିନର ଅଭାବ ହେଲେ କେଉଁ ରୋଗ ହୁଏ ଜାଣନ୍ତୁ

ABOUT THE AUTHOR

...view details