ହାଇଦ୍ରାବାଦ:ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀଟିଏ ମା’ ହୋଇପାରିବେ ନାହିଁ । ସାଧାରଣତଃ 22ରୁ 30 ଦିନ ଭିତରେ ଋତୁସ୍ରାବ ହୋଇଥାଏ। କିନ୍ତୁ ଗୋଟିଏ ଗୋଟିଏ ମାସରେ ଋତୁସ୍ରାବ ହେଉନଥିବା ନେଇ ମଧ୍ୟ ଅଭିଯୋଗ ହୋଇଥାଏ । ତେବେ ଏହାର ଅନେକ କାରଣ ହୋଇଥାଏ । ଚାପ, ଚିନ୍ତା ଏବଂ ହରମୋନରେ ଅସନ୍ତୁଳନତା କାରଣରୁ ଋତୁସ୍ରାବରେ ବିଳମ୍ବ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ପ୍ରାୟ ମହିଳାଙ୍କର 2ରୁ 7 ଦିନ ରକ୍ତସ୍ରାବ ହୋଇଥାଏ । କିଛି ମହିଳା ବା ଯୁବତୀଙ୍କର କମ ରକ୍ତସ୍ରାବ ହେଉଥିବା ବେଳେ ଆଉ କିଛି ଜଣଙ୍କର ଅଧିକ ହୋଇଥାଏ । ତେବେ ଋତୁସ୍ରାବରେ ଅନିୟମିତତାରେ ଏହା ମଧ୍ୟ ଏକ କାରଣ ହୋଇଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଅଦା ଚା':ଏହି ଚା ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଇଥାଏ। ତେବେ ଏହା ଋତୁସ୍ରାବ ପାଇଁ ମଧ୍ୟ ରାମବାଣ ବୋଲି କୁହାଯାଇଛି। ଯଦି ଋତୁସ୍ରାବରେ ଅନିୟମିତତା ଦେଖାଯାଉଛି ତେବେ ଅଦା ଚା' ପିଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିଛି ଦିନ ଏହା ପିଇବା ଦ୍ବାରା ଋତୁସ୍ରାବ ଠିକ ସମୟରେ ହେବ ବୋଲି କୁହାଯାଇଛି। ଏହା ଶରୀରକୁ ଗରମ କରିଥାଏ। ଏହା ସହିତ ଋତୁସ୍ରାବ ସମୟରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ଏହି ଚା' ମୁକ୍ତି ଦେବ ବୋଲି କୁହାଯାଇଛି । ଅଦାରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରି ଗୁଣ ଋତୁସ୍ରାବରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ କମ କରିଥାଏ।