ହାଇଦ୍ରାବାଦ:ଜୀବିତ ରହିବାକୁ ହେଲେ ଶରୀରରେ ରକ୍ତ ରହିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଅନେକ କାରଣ ପାଇଁ ଶରୀରରେ ରକ୍ତ ଅଭାବ ବା ହିମୋଗ୍ଲୋବିନର ଅଭାବ ଦେଖାଯାଇଥାଏ । ଏହି ସମସ୍ୟା ଯେକୌଣସି ବୟସରେ ମଧ୍ୟ ଦେଖାଯାଇଥାଏ । ରକ୍ତରେ ହେମୋଗ୍ଲୋବିନର ଅଭାବ ରକ୍ତହୀନତା ଭଳି ଅବସ୍ଥା ସୃଷ୍ଟି କରେ । ତେବେ ଶରୀରରେ ରକ୍ତର ଅଭାବ ହେଲେ ଅନେକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏଭଳି ପରିସ୍ଥିତିରେ ଶରୀରରେ ରକ୍ତର ମାତ୍ରା ବୃଦ୍ଧି ଏକ ପ୍ରକାର ଚାଲେଞ୍ଜ୍ ହୋଇଥାଏ । ତେବେ ଘରୋଇ ଉପଚାର ଦ୍ବାରା ମଧ୍ୟ ରକ୍ତହୀନତା ସମସ୍ୟାକୁ ଦୂର କରାଯାଇ ପାରିବ । ବିନା ଔଷଧରେ କେବଳ ଖାଦ୍ୟ ଏବଂ ଜୀବନଶୈଳୀ ପରିବର୍ତ୍ତନ କରି ଶରୀରରେ ହେମୋଗ୍ଲୋବିନର ମାତ୍ରାକୁ ବୃଦ୍ଧି କରାଯାଇପାରିବ ।
1. ସଜନା ଶାଗ: ରକ୍ତ ଅଭାବ କିମ୍ବା ରକ୍ତହୀନତା ପାଇଁ ସଜନାଛୁଇଁ ଶାଗ ଉପକାରୀ ହୋଇପାରେ । ଏଥିରେ ଆଇରନ, ଭିଟାମିନ୍ ସି ଏବଂ ଫଲିକ୍ ଏସିଡ୍ ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହାକି ଶରୀରରେ ହିମଗ୍ଲୋବିନ ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ । ନିୟମିତ ଭାବେ ସଜନା ଶାଗ ଖାଇବା ଦ୍ବାରା ହିମୋଗ୍ଲୋବିନ ସ୍ତର ବୃଦ୍ଧି ହେବା ସହିତ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ।
2. ରାଶି: ରାଶିରେ ଅଧିକ ପରିମାଣର ଆଇରନ୍ ଏବଂ ଫାଇବର ଥାଏ । ଯାହା ରକ୍ତହୀନତା ଦୂର କରିବାରେ ସହାୟକ ହୋଇଥାଏ। ରାଶି ଖାଇବା ଦ୍ବାରା ହିମୋଗ୍ଲୋବିନ ସ୍ତରକୁ ବୃଦ୍ଧି କରାଆଯାଇ ପାରେ। ରକ୍ତହୀନତା କିମ୍ବା ରକ୍ତ ଅଭାବରେ ପୀଡ଼ିତ ଲୋକମାନେ ପ୍ରତିଦିନ ରାଶି ଖାଇବା ଲାଭଦାୟକ ବୋଲି କୁହାଯାଇଛି । ରାତିରେ ଏକ ଚାମକ ରାଶିକୁ ଭିଜାଇ ସକାଳେ ଏହି ପାଣିକୁ ପିଇପାରିବେ । ଏହାଦ୍ବାରା ହିମୋଗ୍ଲୋବିନ ସ୍ତର ବୃଦ୍ଧି କରାଯାଇପାରିବ । ଲଡ଼ୁ ଏବଂ ଖଜା କରି ମଧ୍ୟ ଆପଣ ରାଶି ଖାଇପାରିବେ । ରକ୍ତହୀନତାକୁ ଦୂର କରିପାରିବ ରାଶି ।