ହାଇଦ୍ରାବାଦ: ଦିନକୁ ଦିନ ବୃଦ୍ଧି ପାଉଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଯାହାକି ଏକପ୍ରକାର ଚିନ୍ତାର କାରଣ ସାଜିଛି । ଏହି ରୋଗ ହେଲେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ । ଫଳରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସମୟ ପୂର୍ବରୁ ସଠିକ ଚିକିତ୍ସା ଆପଣାଇ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ତେବେ ଠିକ ସମୟରେ ଚିକିତ୍ସା ପାଇଁ ଏହାର ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ । ରକ୍ତ ଶର୍କରା ବୃଦ୍ଧିର ଲକ୍ଷଣ ଶରୀରର ଅନେକ ସ୍ଥାନରେ ଦେଖାଯାଇଥାଏ । ତେବେ ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ହାତରେ ମଧ୍ୟ ମଧୁମେହର ଲକ୍ଷଣ ଦେଖାଯାଇଥାଏ ।
- ହାତର ରଙ୍ଗରେ ପରିବର୍ତ୍ତନ: ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ହାତର ଚର୍ମ ହଳଦିଆ, ନାଲି ଏବଂ ଟାଣ ହୋଇଯାଇଥାଏ । କେତେକ କ୍ଷେତ୍ରରେ ହାତରେ ଛୋଟ ଛୋଟ ଦାଗ ମଧ୍ୟ ଦେଖାଯାଇଥାଏ । ଚର୍ମ ଫୁଲିଯାଇ କଠିନ ପଡିଯିବା ସହିତ ହାତରେ ପ୍ୟାଚ ମଧ୍ୟ ଦେଖାଯାଏ ।
- ହାତର ଚର୍ମ ମୋଟା ଏବଂ କଠିନ ହୋଇଥାଏ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ହେବା ଦ୍ବାରା ହାତର ଚର୍ମ ଅଧିକ ମୋଟା ଏବଂ କଠିନ ହୋଇଯାଏ । ଯଦି ଏଭଳି ଲକ୍ଷଣ ଦେଖାଯାଏ, ତାହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି । ତେବେ କେତେର ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଆଙ୍ଗୁଠି, ହାତ ପାପୁଲିକୁ ବଙ୍କା କରିବା କଷ୍ଟକର ହୋଇଯାଇଥାଏ । ଏହାସହ ବାହୁର ଚର୍ମ ମଧ୍ୟ ମୋଟା ହୋଇଯାଇଥାଏ ।