ହାଇଦ୍ରାବାଦ:ରୋଷେଇ ଘରେ ଅନେକ ପ୍ରକାରର ମସଲା ଉପଲବ୍ଧ ରହିଥାଏ । ସେଥି ମଧ୍ୟରୁ ପାନ ମଧୁରୀକୁ ସବୁଠାରୁ ସ୍ବାସ୍ଥ୍ୟ ଉପକାରୀ ମସଲା ଭାବେ ବିବେଚନା କରାଯାଏ । ଏହାସହ ଅଧିକାଂଶ ଲୋକ ଅଳେଇଚର ବ୍ୟବହାର ଅଧିକ କରିଥାଆନ୍ତି । ରୋଷେଇ ଶାଳର ଅଳେଇଚ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ବୋଲି କୁହାଯାଇଛି । ତେବେ ଅଳେଇଚ ଏବଂ ପାନ ମଧୁରୀ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କେଉଁ ପ୍ରଭାବ ପକାଏ ଜାଣନ୍ତୁ।
* ପ୍ରଥମେ କିଛି ପାନ ମଧୁରୀ ଏବଂ ଅଳେଇଚକୁ ଏକ କପ ପାଣିରେ ଭିଜାଇ ରଖନ୍ତୁ। ଅଧଘଣ୍ଟା ପରେ ଛାଣି ଦେଇ ସେଥିରେ ଲେମ୍ବୁରସ ଏବଂ ମହୁ ମିଶାନ୍ତୁ । ଏହି ଚା'ରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ A, ଭିଟାମିନ C, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ରହିଥାଏ । ଏଥିରେ ରହିଥିବା ଆଣ୍ଟିସେଫ୍ଟିକ ଏବଂ ଆଣ୍ଟି ଅନଫ୍ଲାମେଟୋରୀ ଗୁଣ ଯୋଗୁଁ ଚର୍ମରେ ଆଦ୍ରତା ରହିବା ସହିତ ଆଲର୍ଜି ସମସ୍ୟାରୁ ମୁକ୍ତି ମିଳିଥାଏ ।
* ପାନ ମଧୁରୀ ଏବଂ ଅଳେଇଚ ଖାଇବା ଦ୍ବାରା ମେଟାବୋଲିଜମ(ହଜମ ଶକ୍ତି)ରେ ଉନ୍ନତି ଆସିଥାଏ । ଏଥିରେ ରହିଥିବା ଫାଇବର ହଜମ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାସହ ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ହଜମ ସମସ୍ୟା ହୋଇନଥାଏ ।
ଏହା ମଧ୍ୟ ପଢନ୍ତୁ: ହୋଟେଲରେ କଣ ପାଇଁ ରଖାଯାଏ ପାନମଧୁରୀ ଓ ମିଶ୍ରି ? ଖାଇଲେ ଶରୀରରେ କଣ ପ୍ରଭାବ ପଡିଥାଏ
* ଏହି ପାଣି ବା ଚା' ପିଇବା ଦ୍ବାରା ଶରୀରକୁ ଭିଟାମିନ ମିଳିଥାଏ । ଯାହାକି ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।