ଓଡିଶା

odisha

By ETV Bharat Odisha Team

Published : Dec 5, 2023, 12:27 PM IST

ETV Bharat / sukhibhava

ଶୀତ ଋତୁରେ ଥଣ୍ଡା ପାଣିର ଉପାଦେୟତା, ସ୍ନାନ କରିଲେ ସୁସ୍ଥ ରହିବ ଶରୀର

Cold Water Bath Benefits: ଶୀତ ଋତୁରେ ଗରମ ପାଣିରେ ସ୍ନାନ କରୁଥିଲେ ହୋଇଯାଆନ୍ତୁ ସାବଧାନ! ଥଣ୍ଡା ପାଣିରେ ସ୍ନାନ କରିଲେ ସୁସ୍ଥ ରହିବ ଶରୀର। ଅଧିକ ପଢନ୍ତୁ

Cold Water Bath Benefits
Cold Water Bath Benefits

ହାଇଦ୍ରାବାଦ: ଅନେକ ରାଜ୍ୟକୁ ଛୁଇଁଛି ଶୀତର ପହିଲି ସ୍ସର୍ଶ । ଶୀତ ଆସିବା ମାତ୍ରେ ଲୋକେ ଥଣ୍ଡା ପାଣିଠାରୁ ଦୂରେଇ ଗରମ ପାଣି ଗୋଧେଇବା ପସନ୍ଦ କରିଥାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଗରମ ପାଣିରେ ସ୍ନାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତ ଋତୁରେ ଥଣ୍ଡା ପାଣିରେ ଗୋଧୋଇବା ଦ୍ବାରା ଅନେକ ସ୍ବାସ୍ଥ୍ୟଲାଭ ମିଳିଥାଏ । ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ସହିତ ଶରୀରର ପରିଷ୍କାରତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପରିବେଶ ସୁରକ୍ଷା ଏବଂ ପରିଷ୍କାର ପରିଚ୍ଛନ୍ନତା ଶରୀର ସୁସ୍ଥ ରହିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ସ୍ବଚ୍ଛତା କଥା ସାମ୍ନାକୁ ଆସେ ସେତେବେଳେ ପ୍ରଥମେ ସ୍ନାନ କରିବାର ଧାରଣା ଆସିଥାଏ। ଗ୍ରୀଷ୍ମ ଋତୁରେ ବିନା ଦ୍ବିଧାରେ ଲୋକେ ଗାଧୋଉଥିବା ବେଳେ ଶୀତ ଋତୁରେ ଗାଧୋଇବା ଠାରୁ ଦୂରେଇ ରହିଥାଆନ୍ତି ଏବଂ ଅନ୍ୟ କିଛି ଜଣ ଗରମ ପାଣିକୁ ଆପଣାଇ ଥାଆନ୍ତି। କିନ୍ତୁ ଗରମ ପାଣିରେ ଗାଧୋଇବା ଦ୍ୱାରା ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବାର ସମ୍ଭାବନା ରହିଥାଏ । ତେବେ ଜାଣନ୍ତୁ ଥଣ୍ଡା ପାଣି ଗାଧୋଇବା ଦ୍ବାରା ଶରୀରକୁ କେଉଁ ଉପକାର ମିଳିଥାଏ ।

ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ଶୀତ ଋତୁରେ ଥଣ୍ଡା ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଏହା କେବଳ ମାଂସପେଶୀ ସମସ୍ୟାରୁ ମୁକ୍ତି ଦେଇନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Film Star's Ice Bath: ବରଫ ସ୍ନାନ ଶରୀରକୁ ଦିଏ ଅନେକ ଫାଇଦା, ଜାଣିନିଅନ୍ତୁ

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ, ଥଣ୍ଡା ପାଣିରେ ଗାଧୋଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । କାରଣ ଥଣ୍ଡା ପାଣିରେ ସ୍ନାନ କରିବା ଦ୍ବାରା ଶରୀରରେ ଶ୍ବେତ ରକ୍ତ କଣିକାର ସଂଖ୍ୟା ବୃଦ୍ଧି ପାଇଥାଏ, ଏହା ସହ ଶରୀରରେ ମେଟାବୋଲିଜମ ହାର ମଧ୍ୟ ବୃଦ୍ଧି ପାଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଥଣ୍ଡା ପାଣିରେ ସ୍ନାନ କରିଥାଆନ୍ତି ସେତେବେଳେ ଶରୀର ପ୍ରାକୃତିକ ଭାବେ ଉଷ୍ମ ରଖିବା ପାଇଁ ଚେଷ୍ଟା କରିଥାଏ। ଏହି ପ୍ରକ୍ରିୟାରେ ଶ୍ବେତ ରକ୍ତକଣିକା ବୃଦ୍ଧି ପାଇଥାଏ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • ଚିନ୍ତା ଦୂର କରିବାରେ ସହାୟକ: ଥଣ୍ଡା ପାଣିରେ ସ୍ନାନ କରିବା ଦ୍ବାରା ମାନସିକ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଏବଂ ବ୍ୟକ୍ତିର ମନୋବଳ ମଧ୍ୟ ଦୃଢ଼ ରହିଥାଏ । ଥଣ୍ଡା ପାଣିରେ ସ୍ନାନ କରିବା ଦ୍ବାର ମନକୁ ଶାନ୍ତି ମିଳିଥାଏ।
  • ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ: ଯେତେବେଳେ ଜଣେ ବ୍ୟକ୍ତି ଥଣ୍ଡା ପାଣିରେ ସ୍ନାନ କରିଥାଏ ସେତେବେଳେ ରକ୍ତ ଶରୀରର ସମସ୍ତ ଅଙ୍ଗରେ ପହଞ୍ଚିଥାଏ । ଅର୍ଥାତ ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ ଥଣ୍ଡା ପାଣିରେ ସ୍ମାନ କରିବା ଦ୍ବାରା ଧମନୀ ଶକ୍ତିଶାଳୀ ହେବା ସହିତ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯାହା ଦ୍ବାରା ଶରୀର ସୁସ୍ଥ ରହିଥାଏ ।
  • ତ୍ବଚା ଏବଂ କେଶ ପାଇଁ ଲାଭକାରୀ: ଶୀତ ଋତୁରେ ଗରମ ପାଣିରେ ସ୍ନାନ କରିବା ଦ୍ବାରା ତ୍ବଚା ରୁକ୍ଷ ହୋଇଯାଇଥାଏ। ଏହାସହ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ତ୍ବଚାରେ ଜ୍ବଳନ ମଧ୍ୟ ହୋଇଥାଏ। ଅନ୍ୟକେଶ କେଶରେ ରୁପି ସମସ୍ୟା ଦେଖାଯିବାର ସମ୍ଭବନା ମଧ୍ୟ ଅଧିକ ରହିଥାଏ । କିନ୍ତୁ ଥଣ୍ଡା ପାଣିରେ ସ୍ନାନ କରିବା ଦ୍ବାରା ଏଭଳି ସମସ୍ୟା ଦେଖାଯାଏ ନାହିଁ ।

ବିଦ୍ର: ଏହା ଏକ ନିର୍ଦ୍ଦିଷ୍ଟ ସୂଚନା ଉପରେ ଆଧାରିତ ଖବର। ଯଦି କୌଣସି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ABOUT THE AUTHOR

...view details