ହାଇଦ୍ରାବାଦ: ବିଶେଷ କରି ଶୀତଦିନରେ ହଜମ ପ୍ରକ୍ରିୟା କମ୍ ହୋଇଥାଏ । ଏହି ଦିନରେ ଶାରୀରିକ ପରିଶ୍ରମ କମ୍ ହେଉଥିବାରୁ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ପେଟ ସମସ୍ୟା ଦେଖାଦିଏ । ଏପରି ସ୍ଥଳରେ ଜୁଆଣି ପାଣି ଉପକାରୀ ବୋଲି ବିବେଚନା କରାଯାଏ । ତେବେ ଜୁଆଣି ପାଣି(Carom Seeds water)ରେ ଆଉ ସବୁ କେଉଁ ଭଲ ଗୁଣ ରହିଛି ଜାଣନ୍ତୁ ।
ଅମ୍ଳତା ନିୟନ୍ତ୍ରଣ କରେ:-
ଯଦି ଆପଣ ଅମ୍ଳତା ବା ଗ୍ୟାଷ୍ଟିକ୍ କାରଣରୁ ଅସୁବିଧାରେ ପଡ଼ନ୍ତି, ତେବେ ଜୁଆଣି ପାଣି ବେଶ୍ ଲାଭଦାୟକ ହୋଇଥାଏ । ବାସ୍ତବରେ, ଜୁଆଣି ପାଣିରେ ଆଣ୍ଟି-ହାଇପରାସିଡିଟି ଗୁଣ ରହିଛି, ଯାହା ଅମ୍ଳତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।