ହାଇଦ୍ରାବାଦ:ଓଠ ଆମ ଚେହେରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ଆମ ଚେହେରାରେ ଚମକକୁ ବଢାଇଥାଏ । ଖାସ କରି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ ଆସିବା ଦ୍ବାରା ଓଠ ଶୁଷ୍କ ହୋଇଯାଇଥାଏ । ତେଣୁ ପାଣିପାଗ ପରିବର୍ତ୍ତନ ହେବା ମାତ୍ରେ ଚର୍ମ ଯତ୍ନ ଏବଂ ନିତ୍ୟକର୍ମ ମଧ୍ୟ ପରିବର୍ତ୍ତନ ହେବା ଉଚିତ । ଶୁଷ୍କ ଓଠ ବା ଓଠ ଶୁଖିଲା ଦେଖାଗେଲେ ତାହା ମୁଖର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ସେଥିପାଇଁ ଚର୍ମ ସହିତ, ଓଠର ଯତ୍ନ ନେବା ମଧ୍ୟ ଆବଶ୍ୟକ । ପିଙ୍କ ଓଠ ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସମସ୍ତ ଗୋଲାପୀ ଓଠ ପାଇଁ ଅନେକ କେମିକାଲ ଯୁକ୍ତ ଲିପଷ୍ଟିକ୍ ଲଗାଇଥାଆନ୍ତି। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଓଠର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ତେବେ ଘୋରୋଇ ଉପଚାର ଦ୍ବାରା ମଧ୍ୟ ଓଠକୁ ପିଙ୍କ୍ କରିପାରିବା । ଜାଣନ୍ତୁ ପୁରା ଉପଚାର
♥ ମୃତ କୋଷ ଓଠର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ତେଣୁ ସମୟ ସମୟରେ ଓଠରୁ ମୃତକୋଷ ବାହାର କରିବା ଉଚିତ । ନଚେତ ଓଠ ଶୁଷ୍କ ହୋଇଯାଇଥାଏ । ଏଥିପାଇଁ ଏକ ଚାମଚ୍ ପେଟ୍ରୋଲିୟମ ଜେଲିକୁ କିଛି ଚିନି ସହିତ ମିଶାଇ ଓଠରେ ଲଗାନ୍ତୁ । କିଛି ସମୟ ପରେ ଓଠକୁ ଗରମ ପାଣିରେ ଧୋଇବା ଉଚିତ । ଏହା ବ୍ୟତୀତ ବ୍ରସରେ ଏକ ଚାମଚ ଚିନି ପକାଇ କିଛି ସମୟ ଘଷିବା ଉଚିତ । ସପ୍ତାହରେ ଥରେ ଏଭଳି କରିବା ଦ୍ବାରା ଓଠରେ ଚମକ ଆସିଥାଏ ।
♥ କିଛି ରୋଜହିପ୍ସକୁ ନେଇ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ଏହାପରେ ସେଥିରେ କିଛି ଆଲ୍ମଣ୍ଡ୍ ତେଲ ନେଇ ନଡ଼ିଆ କତାରେ ଭଲ ଭାବରେ ଘଷନ୍ତୁ । ଏହାକୁ ଅଧଘଣ୍ଟା ସୁଖିବାକୁ ଛାଡ଼ିଦେବା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ବାରା ଓଠର କଳାଦାଦ ଦୂର ହୋଇଥାଏ ।