ହାଇଦ୍ରାବାଦ: ଭିନେଗାର ରୋଷେଇ ଘରେ ଥିବା ଏକ ମସଲା ସାମଗ୍ରୀ । ଏହା ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଏହି ଭିନେଗାର ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ବ୍ରଣ ସାଙ୍ଗକୁ PCOS(Polycystic ovary syndrome), ଓଜନ ହ୍ରାସ ଏପରି ନାନା ସମସ୍ୟାର ସମାଧାନ ରୋଷେଇ ଘରେ ଥିବା ଭିନେଗାର କରିପାରିବ ! ନିମ୍ନରେ ଭିନେଗାରର କେତେକ ଘରୋଇ ଉପଚାର ବାବଦରେ ଆଲୋଚନା କରାଯାଇଛି...
PCOS ସମସ୍ୟା:-
ପ୍ରତିଦିନ ସକାଳେ ଅଳ୍ପ ଆପଲ୍ ସାଇଡର୍ ଭିନେଗାର(apple cider vinegar) ସହିତ ଏକ ଗ୍ଲାସ୍ ଉଷୁମ ପାଣି ପିଅନ୍ତୁ । ଏହା ହରମୋନ୍ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ । ଏଥିସହ ନିୟମିତ ଋତୁସ୍ରାବରେ ସାହାଯ୍ୟ କରିଥାଏ ଏବଂ ଆପଲ୍ ସାଇଡର୍ ମଧ୍ୟ ମେନୋପାଜ୍ ଏବଂ ପ୍ରିମେନସୁରାଲ ସମସ୍ୟାରୁ ମୁକ୍ତି ଦେଇଥାଏ ।
ଓଜନ ହ୍ରାସ:-
ଓଜନ ହ୍ରାସ ପାଇଁ ମଧ୍ୟ ଆପଲ୍ ସାଇଡର୍ ଭିନେଗାର ଗ୍ରହଣ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଅନେକ ଅଧ୍ୟୟନରୁ ଏହା ପ୍ରମାଣିତ ହୋଇଛି ଯେ, ଯଦି ଆପଣ ଏହି ଭିନେଗାରକୁ ଖାଦ୍ୟ କିମ୍ବା ପାଣି ସହିତ ନିଅନ୍ତି, ତେବେ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରିବେ ନାହିଁ । ଏହା କ୍ୟାଲୋରୀ ହ୍ରାସ କରିବା ସହ ଓଜନ ମଧ୍ୟ ହ୍ରାସ କରିଥାଏ ।
ଚର୍ମ ସମସ୍ୟା:-