ଓଡିଶା

odisha

ETV Bharat / sukhibhava

Purple Cabbage: ନିୟମିତ ଖାଆନ୍ତୁ ବାଇଗଣୀ ବନ୍ଧାକୋବି, ମିଳିବ ଏହି ଫାଇଦା - ବାଇଗଣୀ ବନ୍ଧାକୋବି ଖାଇଲେ କଣ ହେବ

ବିଦେଶରେ ବନ୍ଧାକୋବିକୁ ସାଲାଡ ହିସାବରେ ଖାଇଥାଆନ୍ତି । ସବୁଜ ଅପେକ୍ଷା ବାଇଗଣୀ ବନ୍ଧାକୋବିରେ ପୋଷକ ତତ୍ତ୍ବ ଅଧିକ ରହିଥିବାରୁ ଏହା ଶରୀର ପାଇଁ ଅଧିକ ଲାଭଦାୟକ ବୋଲି କୁହାଯାଏ । ଅଧିକ ପଢନ୍ତୁ

Purple Cabbage
Purple Cabbage

By ETV Bharat Odisha Team

Published : Oct 13, 2023, 6:22 PM IST

ହାଇଦ୍ରାବାଦ:ଶରୀରକୁ ସୁସ୍ଥ ରଖିବା ପାଇଁ ନିୟମିତ ପନିପରିବା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ପ୍ରତ୍ୟକ ଋତୁରେ ଭିନ୍ନ ଭିନ୍ନ ପରିବା ଚାଷ କରାଯାଏ । ସମସ୍ତ ପରିବାର ନିଜସ୍ବ ପୋଷଣ ରହିଛି । ସେଭଳି ବାଇଗଣୀ ବନ୍ଧାକୋବିରେ ଅନେକ ପୋଷକ ତତ୍ତ୍ବ ରହିଥିବା ବେଳେ ଏହା ଶରୀର ପାଇଁ ବେସ ଉପକାରୀ ବୋଲି କୁହାଯାଇଛି । ଏହି କୋବିର ରଙ୍ଗ ଯେଭି ଲୋଭନୀୟ ସେତିକି ସ୍ବାଦିଷ୍ଟ ମଧ୍ୟ । ସବୁଜ କୋବି ଅପେକ୍ଷା ବାଇଗଣୀ କୋବି ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ଆଇରନ, ଭିଟାମିନ୍ ସି, ପୋଟାସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ ।

ଉଚ୍ଚରକ୍ତଚାପକୁ ନିୟନ୍ତ୍ରଣ କରେ: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ଲୋକମାନଙ୍କ ଠାରେ ରକ୍ତଚାପ ସମସ୍ୟା ସାଧାରଣ ହୋଇଯାଇଛି । ଅନେକ ବ୍ୟକ୍ତି ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଡାଏଟ ପ୍ରତି ଅଧିକ ଧ୍ୟାନ ଦିଆଯାଇବା ଆବଶ୍ୟକ ବୋଲି କୁହାଯାଇଛି । ତେବେ ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ବାଇଗଣୀ ବନ୍ଧାକୋବି ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏଥିରେ ରହିଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ: ଏହି ବାଇଗଣୀ ବନ୍ଧାକୋବିରେ ଭିଟାମିନ ସିର ମାତ୍ରା ଅଧିକ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଫଳରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା କମ ରହିଥାଏ। ତେବେ ବନ୍ଧାକୋବିରେ ଭିଟାମିନ ସି ରହିଥିଲେ ହେଁ ଏହି କୋବିରେ ମାତ୍ରା ଅଧିକ ରହିଥାଏ । ଏହାସହିତ ବାଇଗଣୀ ବନ୍ଧାକୋବିରେ ଭିଟାମିନ ଏ ଏବଂ ଆଣ୍ଟିଅକ୍ସିଡେଣ୍ଟ ଅଧିକ ମାତ୍ରାରେ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ପତ୍ରକୋବିରେ ରହିଛି ଏସବୁ ଉପକାରିତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଡକୁ ଶକ୍ତ ରଖେ: ପୁଷ୍ଟିକର ଗୁଣରେ ଭରପୂର ବାଇଗଣୀ ବନ୍ଧାକୋବି ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଏଡାଯାଇପାରିବ। ଏଥିରେ ଭିଟାମିନ୍ କେ, ପୋଟାସିୟମ୍ ଏବଂ ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ମାଂସପେଶୀକୁ ଶକ୍ତ ରଖିବାରେ ସାହାଯ୍ୟ କରେଯ

ପାଚନତନ୍ତ୍ରକୁ ସୁସ୍ଥ ରଖେ:ବାଇଗଣୀ ବନ୍ଧାକୋବିରେ ଫାଇବର ବହୁ ପରିମାଣରେ ରହିଥାଏ। ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ସହିତ ମଳ ମୁତ୍ରରେ ସମସ୍ୟା ଥିଲେ ଦୂର ହୋଇଥାଏ।

ତ୍ବଚା ପାଇଁ ଗୁଣକାରୀ: ଏହି କୋବିରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥିବା କାରଣରୁ ଏହା ଚର୍ମ ପାଇଁ ଲାଭଦାୟୀ ବୋଲି କୁହାଯାଇଛି। ଏହି ବାଇଗଣୀ ବନ୍ଧାକୋବି ନିୟମିତ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ବାଇଗଣୀ କୋବିରେ ଭିଟାମିନ୍ ସି ଅଧିକ ଥାଏ ଯାହା ଚର୍ମକୁ ସୂକ୍ଷ୍ମ ରେଖା ଏବଂ କୁଞ୍ଚନ ସମସ୍ୟାରୁ ରକ୍ଷା କରିଥାଏ।

ABOUT THE AUTHOR

...view details