ଓଡିଶା

odisha

ETV Bharat / sukhibhava

ଥାଇରଏଡ ସମସ୍ୟାକୁ ଦୂର କରିବ ଏହି ଡ୍ରାଏ ଫ୍ରୁଟ୍ସ, ଡାଏଟରେ କରନ୍ତୁ ସାମିଲ - ବ୍ରାଜିଲ ନଟର ଉପକାରିତା

ବ୍ରାଜିଲ ନଟରେ ଥିବା ସେଲେନିୟମ୍ ଥାଇରଏଡ୍ ହରମୋନକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଅଧିକ ପଢନ୍ତୁ

Brazil Nuts
Brazil Nuts

By

Published : Jun 15, 2023, 1:18 PM IST

ହାଇଦ୍ରବାଦ:ସୁନ୍ଦର ତ୍ବଚା ପାଇଁ ସମସ୍ତେ ଡ୍ରାଏ ଫ୍ରୁଟ୍ସ ଖାଇଥାଆନ୍ତି। ଡ୍ରାଏ ଫ୍ରୁଟ୍ସ କହିଲେ ସମସ୍ତଙ୍କ ମନକୁ କେବଳ କାଜୁ, ବାଦାମ, କିସମିସ୍, ଅଖରୋଟ ଏବଂ ପିସ୍ତାର ଚିତ୍ର ସାମ୍ନାକୁ ଆସିଥାଏ। କିନ୍ତୁ ଆଉ ଏକ ଡ୍ରାଏ ଫ୍ରୁଟ ରହିଛି ଯାହାକି ଅନେକ ପୋଷକ ତତ୍ତ୍ବରେ ଭରପୁର ରହିଥିବା ବେଳେ ଏହାକୁ ସୁପରଫୁଡ ମଧ୍ୟ କୁହାଯାଏ। କିନ୍ତୁ ଆପଣ କେବେ ଡ୍ରାଏ ଫ୍ରୁଟ୍ସରେ ଏହାର ନାମ ଶୁଣିନଥିବେ। ପୋଷକ ତତ୍ତ୍ବରେ ଭରପୂର ଫ୍ରୁଟ୍ସ ହେଉଛି ବ୍ରାଜିଲ ନଟ । ବ୍ରାଜିଲ, ବୋଲିଭିଆ ଏବଂ ପେରୁର ଆମାଜନ ରେନ୍ଫଫରେଷ୍ଟରେ ଏହି ଡ୍ରାଏ ଫ୍ରୁଟ୍ସ ଅଧିକ ମିଳିଥାଏ । ଏହାର ସ୍ୱାଦ ବଟର ଭଳି ଅଟେ ଏବଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭଦାୟକ । ଅନ୍ୟ ପଟେ, ଯାହାର ଥାଇରଏଡ୍ ଅଛି, ସେମାନଙ୍କ ପାଇଁ ଏହା ଏକ ପ୍ରକାର ରାମବାଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଥାଇରଏଡ ରୋଗୀଙ୍କ ପାଇଁ ରାମବାଣ ବ୍ରାଜିଲ ନଟ:ସେଲେନିୟମ୍ ସମୃଦ୍ଧ ଖାଦ୍ୟ ଖାଇ ଥାଇରଏଡ୍ ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ଆପଣ ବ୍ରାଜିଲ ନଟ୍‌କୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ । ବ୍ରାଜିଲ ନଟ୍‌ ସେଲେନିୟମର ଏକ ଉତ୍ତମ ଉତ୍ସ । ଥାଇରଏଡ୍ ହରମୋନ୍ ସ୍ତରର ଉନ୍ନତି ପାଇଁ ସେଲେନିୟମ୍ କାର୍ଯ୍ୟ କରେ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଥାଇରଏଡ ହରମୋନର ଅଭାବକୁ ବ୍ରାଜିଲ ନଟ୍‌ ସହାୟକ ହୋଇପାରେ ।

ଥାଇରଏଡ୍ ଗ୍ରନ୍ଥିର ଟିସୁରେ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଅଧିକ ସେଲେନିୟମ୍ ମିଳିଥାଏ । ଏହା ଥାଇରଏଡକୁ ଅକ୍ସିଡେଟିଭ୍ କ୍ଷତିରୁ ରକ୍ଷା କରିଥାଏ ଏବଂ ଥାଇରଏଡ୍ ହରମୋନ୍ ଉତ୍ପନ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ପରିପ୍ରେକ୍ଷୀରେ, ବ୍ରାଜିଲ୍ ନଟ୍‌ ଏପରି ଏକ ଶୁଖିଲା ଫଳ ବା ଡ୍ରାଏ ଫ୍ରୁିଟ୍ସ ଯାହା ଥାଇରଏଡ୍ ଗ୍ରନ୍ଥିକୁ ଏକ ଭଲ ଉପାୟରେ ହ୍ରାସ କରିବାରେ ସାହାଯ୍ୟ କରେ ।

ବ୍ରାଜିଲ ନଟର ଅନ୍ୟ ଫାଇଦା:

  • ବ୍ରାଜିଲ ନଟରେ ସେଲେନିୟମ୍ ଭରପୂର ଅଟେ ଯାହା ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସହାୟକ ହୋଇପାରେ । ସେଲେନିୟମ୍ ମଧ୍ୟ ଏକ ପ୍ରଭାବଶାଳୀ ଆଣ୍ଟିଅକ୍ସିଡାଣ୍ଟ ଯାହା ବିପିକୁ ଠିକ ରଖିବାରେ ସାହାଯ୍ୟ କରେ। ଏହା ସହିତ, ଏଥିରେ ପ୍ରଚୁର ପରିମାଣରେ ଫ୍ୟାଟ୍‌ ଏବଂ ଫାଇବର ଥାଏ । ଏହା ଶରୀର ପାଇଁ ଠିକ ବୋଲି ବିବେଚନା କରାଯାଏ ।
  • ଓଜନ ହ୍ରାସ କରିବାରେ ବ୍ରାଜିଲ ନଟ ସହାୟକ ହୋଇପାରେ। ଏଥିରେ ଫାଇବରରେ ଭରପୂର, ଯାହା ହଜମକୁ ଉନ୍ନତ କରିଥାଏ। ଏହା ଭୋକକୁ କମାଇବାରେ ସାହାଯ୍ୟ କରେ। ଏହି କାରଣରୁ ଜଙ୍କ୍‌ଫୁଡ ଏବଂ ଅନ୍ୟ କୌଣସି ଖାଦ୍ୟ ଖାଇବା ପାଇଁ ମନ ହୋଇନଥାଏ । ଫଳରେ ଓଜନ ନିୟନ୍ତ୍ରଣ କରିଥାଏ ।
  • ବ୍ରାଜିଲ ନଟ୍‌ରେ ମଧ୍ୟ ଭରପୁର ଜିଙ୍କ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ସଂକ୍ରମଣରୁ ରକ୍ଷା କରି ଆପଣଙ୍କୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଜିଙ୍କ ଶରୀରରେ ଇନଫେକ୍ସନକୁ କମ କରିଥାଏ ଏବଂ ବିଷାକ୍ତ ପଦାର୍ଥ ବାହର କରିଥାଏ ।
  • ବ୍ରାଜିଲ ନଟ ସହିତ ମସ୍ତିଷ୍କର କାର୍ଯ୍ୟରେ ମଧ୍ୟ ଉନ୍ନତ କରାଯାଇପାରିବ। ଏଥିରେ ଏଲାଜିକ୍ ଏସିଡ୍ ଏବଂ ସେଲେନିୟମ୍ ଥାଏ, ଯାହା ଉଭୟ ଆପଣଙ୍କ ମସ୍ତିଷ୍କକୁ ଉପକାର କରିଥାଏ । ଏଲାଗିକ୍ ଏସିଡ୍ ହେଉଛି ଏକ ପ୍ରକାର ପଲିଫେନୋଲ୍ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆପଣଙ୍କ ମନ ଉପରେ ଆଣ୍ଟି ଡିପ୍ରେସନ୍ ପ୍ରଭାବ ପକାଇଥାଏ । ମୋଟାମୋଟି ଭାବେ କହିବାକୁ ଗଲେ ଏହା ମସ୍ତିଷ୍କର କାର୍ଯ୍ୟକୁ ସୂଚନାରୁ ରୂପେ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
  • ବ୍ରାଜିଲ ବାଦାମ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ । ସେଲେନିୟମ୍ ଶରୀରରେ ଫର୍ଟିଲିଟି ବିକାଶରେ ସାହାଯ୍ୟ କରେ ଏବଂ ଟେଷ୍ଟୋଷ୍ଟେରନ୍ ହରମୋନ୍ ଏବଂ ଶୁକ୍ରାଣୁର ପରିମାଣ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details