ଓଡିଶା

odisha

ETV Bharat / sukhibhava

Aloe Vera Juice Benefits: ଆଲୋଭେରା ଜୁସ୍‌ରେ ରହିଛି ଏହିସବୁ ସ୍ବାସ୍ଥ୍ୟ ଉପଶମକାରୀ ଗୁଣ

ଆଲୋଭେରା ଜୁସ୍‌(Aloe Vera Juice)ରେ ମଧ୍ୟ ଅନେକ ସ୍ବାସ୍ଥ୍ୟ ଉପଶମକାରୀ ଗୁଣ ରହିଛି । ଅଧିକ ପଢନ୍ତୁ

Aloe Vera Juice Benefits: ଆଲୋଭେରା ଜୁସ୍‌ରେ ରହିଛି ଏହିସବୁ ସ୍ବାସ୍ଥ୍ୟ ଉପଶମକାରୀ ଗୁଣ
Aloe Vera Juice Benefits: ଆଲୋଭେରା ଜୁସ୍‌ରେ ରହିଛି ଏହିସବୁ ସ୍ବାସ୍ଥ୍ୟ ଉପଶମକାରୀ ଗୁଣ

By

Published : Oct 5, 2022, 1:12 PM IST

ହାଇଦ୍ରାବାଦ: ଆଲୋଭେରା ଏକ ବହୁମୁଖୀ ଉଦ୍ଭିଦ, ଯାହା ଉଜ୍ଜ୍ୱଳ ତ୍ବଚା ପାଇଁ ବ୍ୟବହାର ହେଉ ଥିବାବେଳେ ଏଥିରେ ମଧ୍ୟ ଔଷଧୀୟ ଗୁଣ ରହିଛି । ଚର୍ମ ଏବଂ କେଶ ପାଇଁ ଅନେକ ନାମୀ ଦାମୀ ପ୍ରଡକ୍ଟରେ ଆଲୋଭେରା ଜେଲ୍ ଉପଲବ୍ଧ ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଆଲୋବେରା ଜୁସ୍(Aloe Vera Juice) ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ? ଆଜ୍ଞା ହଁ ଆଲୋବେରା ଜୁସ୍ ପିଇବା ଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ ! ଏ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି

Aloe Vera Juice Benefits: ଆଲୋଭେରା ଜୁସ୍‌ରେ ରହିଛି ଏହିସବୁ ସ୍ବାସ୍ଥ୍ୟ ଉପଶମକାରୀ ଗୁଣ

ଆଲୋଭେରା ଜୁସରେ ପଲିଫେନୋଲ ଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ପୋଡା ଜଳା କିମ୍ବା ମୁହଁରେ ଲାଲ୍ ଦାଗ ହଟାଇବା ପାଇଁ ଆଲୋଭେରା ବ୍ୟବହାର କରାଯାଏ । ଚର୍ମର ସମସ୍ୟାର ଚିକିତ୍ସା କରିବାରେ ଏବଂ ଚର୍ମ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ ଆଲୋଭେରା । ଆଲୋଭେରାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ପୋଡାଜଳା ଏବଂ ଆଟୋପିକ୍ ଡର୍ମାଟାଇଟିସ୍ ଭଳି ଚର୍ମ ରୋଗ ଚିକିତ୍ସା ପାଇଁ ସହାୟକ ହୋଇଥାଏ । ସେହିପରି ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆଲୋଭେରା ଖାଇବା ଦ୍ୱାରା କୋଲାଜେନ୍ ଉତ୍ପାଦନରେ ଉନ୍ନତି ଘଟିଥାଏ ଏବଂ 40 ବର୍ଷରୁ ଅଧିକ ମହିଳାଙ୍କର ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇଥାଏ ।

  1. ଯେଉଁମାନଙ୍କର ଏସିଡ୍ ହେବାର ସମସ୍ୟା ଅଛି, ସେମାନେ ଆଲୋଭେରା ଜୁସ୍ ପିଇ ପାରିବେ । ଏହା ଅମ୍ଳତା ଦୂର କରିବା ପାଇଁ କାର୍ଯ୍ୟ କରିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ।
  2. ମଧୁମେହ ରୋଗୀମାନେ ପ୍ରତିଦିନ ସବର୍ ଆଲୋଭେରା ଜୁସ୍ ବ୍ୟବହାର କରିବା ଉଚିତ୍ । ଅନେକ ଗବେଷଣାରେ ଏହା ଦେଖାଯାଇଛି ଯେ, ଡାଇବେଟିସ୍ ଟାଇପ୍ 2 ରୋଗୀଙ୍କ ପାଇଁ ଆଲୋଭେରା ଜୁସ୍ ଉପକାରୀ । ଏହା ଶର୍କରା ସ୍ତରକୁ ହ୍ରାସ କରିବା ପାଇଁ କାମ କରେ ।
  3. ଯେଉଁମାନଙ୍କର ଶୁଷ୍କ ଚର୍ମ ଥାଏ ସେମାନେ ଦିନକୁ ଦୁଇଥର ଆଲୋଭେରା ଜେଲ୍ ବ୍ୟବହାର କରିବା ଉଚିତ୍ । ଏହା ତ୍ୱଚାକୁ ସୁସ୍ଥ ରଖିବ ସହ ପିମ୍ପଲ୍ ଠାରୁ ଦୂରେଇ ରଖେ ।
  4. ଅନେକ ଗବେଷଣାରେ ଏହା ଦେଖାଯାଇଛି ଯେ, ଆଲୋଭେରା ଜେଲ୍ ମଧ୍ୟ ତ୍ବଚାର ରଙ୍ଗକୁ ବଜାୟ ରଖିବା ସହ ତ୍ବଚାରେ ଉଜ୍ବଳ ଆଣେ ।
  5. ଯେଉଁମାନଙ୍କର ପିମ୍ପଲ୍ ସମସ୍ୟା ଅଛି, ସେମାନେ ମୁହଁରେ ଆଲୋଭେରା ବ୍ୟବହାର କରିବା ଉଚିତ୍ ।
  6. ଯେଉଁମାନଙ୍କର ହଜମ ସହ ଜଡିତ ସମସ୍ୟା ରହିଛି, ସେମାନେ ପ୍ରତିଦିନ ସକାଳେ ଖାଲି ପେଟରେ ଆଲୋଭେରା ଜୁସ୍ ପିଇବା ଉଚିତ୍ ।

ABOUT THE AUTHOR

...view details