ହାଇଦ୍ରାବାଦ:ଚା'..କହିବାକୁ ଗଲେ ଏହା ସବୁ ସମସ୍ୟାର ସମାଧାନ । ମୁଣ୍ଡବିନ୍ଧା, ଟେନସନ, ଶରୀର ପୀଡା ଭଳି ସମସ୍ୟାର ଗୋଟିଏ ସମାଧାନ ଚା'। ନାଁ ଶୁଣିଲେ ହିଁ ସବୁ ସମସ୍ୟା ଆପେ ଆପେ ଦୂର ହୋଇଯାଏ । ଅନେକ ଲୋକଙ୍କର ଦିନ ଚା'ରୁ ଆରମ୍ଭ ଏବଂ ରାତ ଚା'ରୁ ହିଁ ଶେଷ ହୋଇଥାଏ । ଲୋକଙ୍କୁ ଏବଂ ଦିନକୁ ଫ୍ରେସ ରଖିବାରେ ଚା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ପ୍ରତିବର୍ଷ ମେ 21 ତାରିଖକୁ ଅନ୍ତର୍ଜାତୀୟ ଚା' ଦିବସ ଭାବେ ପାଳନ କରାଯାଏ ।
ଚା’ର ଉତ୍ପତ୍ତି 5000 ବର୍ଷରୁ ଅଧିକ ପୁରୁଣା । କିନ୍ତୁ ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ସାମାଜିକ-ଅର୍ଥନୈତିକ ବିକାଶରେ ଏହାର ଅବଦାନ ଆଜି ମଧ୍ୟ ସମାନ ପ୍ରାସଙ୍ଗିକ ରହିଛି । ଚା’ ଚାଷ କରି ଅନେକ ଜୀବିକା ପରିପୋଷଣ କରିଥାନ୍ତି । ଦେଶରେ 13 ଲକ୍ଷରୁ ଅଧିକ ଲୋକ ଏହି ଚା’ ଉପରେ ନିର୍ଭର କରି ପରିପାର ପ୍ରତିପୋଷଣ କରିଥାନ୍ତି । ଚା’ ଚାଷ ପାଇଁ ଜଳବାୟୁ ଅଧିକ ଗୁରୁତ୍ବପୂର୍ଣ୍ଣ ।
ଏହା ପ୍ରଥମେ 2005ରେ ଚା' ଚାଷ ହେଉଥିବା ଦେଶ ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭିଏତନାମ, ଇଣ୍ଡୋନେସିଆ, କେନିଆ, ମାଲାଓ୍ବି, ମାଲେସିୟା, ଉଗାନ୍ଦ, ଇଣ୍ଡିଆ ଓ ତାନଜାନିଆରେ ପାଳନ କରାଯାଇଥିଲା । ଦଶ ବର୍ଷ ପରେ, ଭାରତ ସରକାର 2015 ମସିହାରେ ଆନ୍ତର୍ଜାତୀୟ ଚା’ ଦିବସ ପାଳନକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ମିଳିତ ଜାତିସଂଘର ସାଧାରଣ ସଭା 21 ମଇକୁ ଅନ୍ତର୍ଜାତୀୟ ଚା’ ଦିବସ ଭାବରେ ସ୍ଥିର କରିବାକୁ ନିଷ୍ପତ୍ତି ନେଇଥିଲା ।
ଚା'ଦିବସର ଇତିହାସ:ମିଳିତ ଜାତିସଂଘ ଅନୁଯାୟୀ, 5000 ବର୍ଷ ପୂର୍ବେ ଚାଇନାରେ ପ୍ରଥମେ ପିଇବାର ପ୍ରମାଣ ମିଳିଛି । ଚାଇନାର ରାଜା ଶେନ୍ ନାଙ୍ଗ ପ୍ରଥମେ ଏହାର ସ୍ୱାଦ ଚାଖିଥିଲେ । ଯେତେବେଳେ ସେ ଏବଂ ତାଙ୍କର ସୈନ୍ୟମାନେ ଏକ ଗଛ ତଳେ ବିଶ୍ରାମ ନେବାକୁ ଅଟକିଗଲେ, କିଛି ପବନ ପ୍ରବାହିତ ଚା’ ପତ୍ର ଏକ ଫୁଟୁଥିବା ପାଣିରେ ହାଣ୍ଡିରେ ପଡ଼ିଗଲା, ଯାହା ପରେ ତାହା ଚା'ରେ ପରିଣତ ହୋଇଥିଲା । ଆଜି ଚା’ ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ଭାବେ ପରିଚିତ ହୋଇଛି ।
ଖ୍ରୀଷ୍ଟପୂର୍ବ 2737 ମସିହାରେ ଚାଇନାରେ ଚା’ ପ୍ରଥମେ ଆବିଷ୍କୃତ ହୋଇଥିଲା । ଆଜି ଏହା ଏସୀୟ ସଂସ୍କୃତିର ଏକ ପ୍ରମୁଖ ପାନୀୟ ଭାବରେ ଉଭା ହୋଇଛି । ପ୍ରଥମେ 1824 ମସିହାରେ ଭାରତରେ ଚା’ ଚାଷ ଆରମ୍ଭ କରିଥିଲେ ଏବଂ ସେହି ଦିନ ଠାରୁ ଏହା ଦାର୍ଜିଲିଂ, ନୀଳଗିରିସ୍ ଏବଂ ଆସାମରେ ବ୍ୟାପକ ଭାବରେ ବୃଦ୍ଧି ପାଇଥିଲା । ଆଜି ଭାରତ 900,000 ଟନ୍ ଚା ଉତ୍ପାଦନ କରାଯାଉଥିବା ରିପୋର୍ଟ ରହିଛି ।