ଓଡିଶା

odisha

ETV Bharat / sukhibhava

ମଶାଙ୍କ ବିନାଶ କରିଥାନ୍ତି ଏହିସବୁ ଉଦ୍ଭିଦ, ଜାଣନ୍ତୁ କେମିତି କରିବେ ଉପଯୋଗ - ଉଦ୍ଭିଦ ଉପକାରିତା

ମଶା ଏବଂ ଅନ୍ୟ କୀଟନାଶକଙ୍କ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିବା ପ୍ରଡକ୍ଟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି କି । ତେବେ ଆମ ଚତୁଃର୍ପାଶ୍ବରେ ଥିବା ଏହିସବୁ ଉଦ୍ଭିଦର ବ୍ୟବହାର କରନ୍ତୁ, ଯାହା ଘରକୁ କୀଟନାଶକଙ୍କ ଠାରୁ ସୁରକ୍ଷା ଦେବା ସହ ଘରର ସଦସ୍ୟଙ୍କୁ ରସାୟନରୁ ରକ୍ଷା କରିଥାଏ(Mosquito preventing tree plant) । ଅଧିକ ପଢନ୍ତୁ

ମଶାଙ୍କ ବିନାଶ କରିଥାନ୍ତି ଏହିସବୁ ଉଦ୍ଭିଦ, ଜାଣନ୍ତୁ କେମିତି କରିବେ ଉପଯୋଗ
ମଶାଙ୍କ ବିନାଶ କରିଥାନ୍ତି ଏହିସବୁ ଉଦ୍ଭିଦ, ଜାଣନ୍ତୁ କେମିତି କରିବେ ଉପଯୋଗ

By

Published : Nov 6, 2022, 4:42 PM IST

ହାଇଦ୍ରାବାଦ: ସାଧାରଣତ ମୌସୁମୀ ସମୟରେ ମଶା ଏବଂ ଅନ୍ୟ କୀଟନାଶକଙ୍କ ଠାରୁ ଘରକୁ ସୁରକ୍ଷିତ ରଖିବା ପାଇଁ ମଶା ମରା ସ୍ପ୍ରେ କିମ୍ବା ଅନ୍ୟାନ୍ୟ କୀଟନାଶକ ବ୍ୟବହାର କରାଯାଇଥାଏ । ମାତ୍ର ଏସବୁ କୀଟନାଶକ ବେଳେ ବେଳେ ଘରେ ରହୁଥିବା ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ କିମ୍ବା ଆଲର୍ଜି ସୃଷ୍ଟି କରିପାରେ । କିନ୍ତୁ ଆପଣ ଜାଣନ୍ତି କି, ମଶା ଏବଂ କୀଟପତଙ୍ଗ ବିନାଶ ପାଇଁ ଅନ୍ୟାନ୍ୟ ଉପାୟ ରହିଛି, ଯେଉଁଥିରେ ଘରେ ରହୁଥିବା ଲୋକଙ୍କୁ ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପଡିନଥାଏ(Mosquito preventing tree plant) ।

ସିଟ୍ରୋନେଲା

ଏଥିରେ ଘର ମଧ୍ୟ ସୁନ୍ଦର ଦେଖାଯାଏ ଏବଂ ଭଲ ବାସ୍ନା ମଧ୍ୟ ହୋଇଥାଏ ! ଏନେଇ ଇଟିଭି ଭରତକୁ ଅଧିକ ସୂଚନା ଦେଇ ଉଦ୍ଭିଦ ବିଜ୍ଞାନୀ ଡ. ପିସି ପନ୍ତ କହିଛନ୍ତି ଯେ, ଏପରି କିଛି ଉଦ୍ଭିଦ ଅଛି, ଯାହା ପରିବେଶକୁ କୀଟନାଶକଙ୍କ ଠାରୁ ରକ୍ଷା କରିଥାଏ ଏଗୁଡିକୁ ମଶା ପ୍ରତିରୋଧକ ମଧ୍ୟ କୁହାଯାଏ । ଅଧିକାଂଶ ଲୋକେ ମଶା ବିନାଶକାରୀ ଏବଂ କୀଟପତଙ୍ଗ ସ୍ପ୍ରେ, କୋଏଲ୍ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରନ୍ତି ଯେଉଁଥିରେ ବିପୁଳ ପରିମାଣର ରାସାୟନିକ ପଦାର୍ଥ ରହିଥାଏ । ଏହି ଉତ୍ପାଦଗୁଡିକ ମଶା ସଂଖ୍ୟାକୁ ସାମାନ୍ୟ ହ୍ରାସ କରିବାରେ ସକ୍ଷମ ହୋଇପାରନ୍ତି, କିନ୍ତୁ ସେମାନେ ମଣିଷଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇ ପାରନ୍ତି ।

ରୋଜମିରି

ଡ. ପନ୍ତ କହିଛନ୍ତି ଯେ, ଘରର କବାଟ କିମ୍ବା ବାଲକୋନୀରେ କିଛି ବିଶେଷ ତଥା ସାଧାରଣ ପ୍ରଜାତିର ଉଦ୍ଭିଦ ଲଗାଇବା ଦ୍ୱାରା ମଶା ଏବଂ ଅନ୍ୟ କୀଟପତଙ୍ଗକୁ ଘର ଭିତରକୁ ପ୍ରବେଶକୁ ରୋକାଯାଇପାରିବ, ନିମ୍ନରେ ଏହି ବୃକ୍ଷ ବାବଦରେ ବର୍ଣ୍ଣନା କରାଯାଇଛି...

ତୁଲସୀ: ଘରେ ତୁଳସୀ ଗଛ ରଖିବା କେବଳ ପରିବେଶକୁ ଶୁଦ୍ଧ କରେ ନାହିଁ ବରଂ ତୁଳସୀ ଗଛର ବାସ୍ନା ଯୋଗୁଁ ମଶା ଘର ଭିତରକୁ ଆସିନଥାଏ । ଅନ୍ୟପକ୍ଷରେ, ମଶା କାମୁଡ଼ିବା ସମୟରେ କାମୁଡ଼ିଥିବା ସ୍ଥାନରେ ତୁଳସୀ ରସ ବ୍ୟବହାର କରିବା ଦ୍ୱାରା ଆରାମ ମିଳିଥାଏ ।

କ୍ୟାଟନିପ୍

ନିମ୍ବ: ପୁରାତନ କାଳରେ, ମଶାମାନଙ୍କୁ ଘଉଡାଇବା ପାଇଁ ଘରେ ନିମ୍ବ ପତ୍ର ଧୂଆଁ ଆକାରରେ ଦିଆଯାଉ ଥିଲା । କେବଳ ନିମ୍ବ ପତ୍ରର ଧୂଆଁ ନୁହେଁ, ଲିମ୍ବ ଗଛ ମଧ୍ୟ ମଶା ଏବଂ ଅନ୍ୟ କୀଟପତଙ୍ଗକୁ ଦୂରେଇ ରଖିବାରେ ସକ୍ଷମ । ଏହି ଗଛକୁ ଘର ବାହାରେ ଲଗାଇଲେ ଘରେ ମଶାଙ୍କ ପ୍ରବାହ କମିଯାଏ । ବର୍ତ୍ତମାନ ମଧ୍ୟ ଅନେକ ମଶା ବିନାଶକାରୀ ସାମଗ୍ରୀରେ ନିମ୍ବର ବ୍ୟବହାର ହେଉଛି ।

କ୍ୟାଟନିପ୍: କ୍ୟାଟନିପ୍ ଏପରି ଏକ ଉଦ୍ଭିଦ, ଯାହା ସବୁ ସମୟରେ ମିଳିଥାଏ । ଏହା ଉଭୟ ସୂର୍ଯ୍ୟକିରଣରେ ଏବଂ ଛାଇରେ ବଢିଥାଏ । ଧଳା ଏବଂ ଈଶତ୍ ବାଇଗଣୀ ରଙ୍ଗର ଫୁଲ ଧାରଣ କରିଥାଏ । ମଶା ଉପରେ ଏହି ଉଦ୍ଭିଦର ପ୍ରଭାବ ଉପରେ କରାଯାଇଥିବା ଏକ ଅଧ୍ୟୟନର ଫଳାଫଳରୁ ଜଣାପଡିଛି ଯେ, ଏହା DEET (କୀଟନାଶକ) ଠାରୁ 10 ଗୁଣ ଅଧିକ ପ୍ରଭାବଶାଳୀ ।

ରୋଜମାରି: ରୋଜମାରି(Rosemary) ଫୁଲର ପ୍ରବଳ ଗନ୍ଧ ମଶାମାନଙ୍କୁ ଘଉଡାଇବାରେ ମଧ୍ୟ ପ୍ରଭାବଶାଳୀ । କେବଳ ରୋଜମାରି ଗଛ ଲଗାଇବା ଦ୍ୱାରା ନୁହେଁ ବରଂ ଏହାର ଫୁଲକୁ ପାଣିରେ ଭିଜାଇ ଘରେ ସେହି ପାଣିରେ ସିଞ୍ଚନ କରିବା ଦ୍ବାରା ମଧ୍ୟ ମଶାଠାରୁ ମୁକ୍ତି ମିଳିଥାଏ ।

ସିଟ୍ରୋନେଲା: ମଶାମାନଙ୍କଠାରୁ ରକ୍ଷା କରିବା ପାଇଁ ସିଟ୍ରୋନେଲା ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଏହା ଅନେକ ପ୍ରକାରର ମଶା ପ୍ରତିରୋଧକ ଏବଂ କ୍ରିମରେ ମଧ୍ୟ ବ୍ୟବହୃତ ହୁଏ । ଡେଙ୍ଗୁ ବିସ୍ତାର କରୁଥିବା ମଶାମାନେ ମଧ୍ୟ ଏହାର ସୁଗନ୍ଧରୁ ଦୂରେଇ ଯାଆନ୍ତି ବୋଲି ବିଶ୍ୱାସ କରାଯାଏ ।

ଡାକ୍ତରମାନେ କ’ଣ କୁହନ୍ତି:- ଦିଲ୍ଲୀର ଜେନେରାଲ୍ ଫିଜିସିଆନ୍ ଡକ୍ଟର ଉମାର ଶେଖ ସ୍ପଷ୍ଟ କରିଛନ୍ତି ଯେ, ମଶାଙ୍କ କବଳରୁ ବ୍ୟବହାର କରାଯାଉଥିବା ସ୍ପ୍ରେ କିମ୍ବା କୋଏଲ୍ ଧୂଆଁ କାରଣରୁ ଲୋକମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଚର୍ମରେ ଏହାର ପ୍ରଭାବ ପଡିବା ସହ ଆଖି ଉପରେ ମଧ୍ୟ କୁପ୍ରଭାବ ପଡିଥାଏ । ଏପରିକି ସ୍ନାୟୁ ପ୍ରଣାଳୀରେ ମଧ୍ୟ ପ୍ରଭାବ ପଡିଥାଏ ବୋଲି କହିଛନ୍ତି । ତେଣୁ କେତେକ ଲକ୍ଷଣ ରହିଛି ସେଗୁଡିକୁ ଅଣଦେଖା ନ କରିବାକୁ ଉପଦେଶ ଦେଇଛନ୍ତି ଡାକ୍ତର ଉମାରନ୍ ।

ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ:-

  • ବାନ୍ତି
  • ଉଚ୍ଚ ଜ୍ୱର
  • ଦୁର୍ବଳ ଅନୁଭବ
  • ପେଟ ବ୍ୟଥା କିମ୍ବା ପେଟ ଜନିତ ସମସ୍ୟା
  • ମୁଣ୍ଡବିନ୍ଧା
  • ମାଂସପେଶୀ ଯନ୍ତ୍ରଣା
  • ହାଡ କିମ୍ବା ଗଣ୍ଠି ଯନ୍ତ୍ରଣା
  • ଆଖି ଯନ୍ତ୍ରଣା
  • ଚର୍ମ ଉପରେ ଲାଲ୍ ଦାଗ

ABOUT THE AUTHOR

...view details