ହାଇଦ୍ରାବାଦ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ ୫ ବର୍ଷରୁ କମ୍ ପ୍ରାୟ ୩୯ ମିଲିୟନ ବା ୪ କୋଟିରୁ ଊର୍ଦ୍ଧ୍ବ ଶିଶୁଙ୍କ ଓଜନ ଅଧିକ ରହିଥାଏ । ଅଷ୍ଟ୍ରେଲିଆରେ ୨୫ ପ୍ରତିଶତ ଶିଶୁ ମୋଟା ହୋଇଥାନ୍ତି । ତେବେ ଏହା କେବଳ ଖାଦ୍ୟ ଖାଇବା ଯୋଗୁଁ ହୋଇନଥାଏ, ଏଥିରେ ଜିନ୍ର ମଧ୍ୟ ଭୂମିକା ରହିଛି । ଯଦି ଆପଣଙ୍କ ଜେଜେ ବାପା ଓ ଜେଜେ ମା'ଙ୍କ ଓଜନ ଅଧିକ ରହିଥାଏ, ତେବେ ଆପଣ ମଧ୍ୟ ମୋଟା ହୋଇପାରନ୍ତି । ପ୍ରାୟ ୨ ଲକ୍ଷ ପିଲାଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ।
ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମେଦବହୁଳତା ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡିତ । ଏଥି ମଧ୍ୟରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଅସନ୍ତୁଳନ, ଇନସୁଲିନ ପ୍ରତିରୋଧ, ମଧୁମେହ ରୋଗ, ତ୍ବରିତ ଅଭିବୃଦ୍ଧି ଏବଂ ପରିପକ୍ବତା, ଅର୍ଥୋପେଡିକ ଅସୁବିଧା, ମାନସିକ ସମସ୍ୟା, ହୃଦରୋଗର ଆଶଙ୍କା ଏବଂ ଅକାଳ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଅଧିକ ଓଜନ ଥିବା ବୃଦ୍ଧ ଜେଜେବାପା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଗବେଷଣା କରାଯାଇଥିଲା । ଏଥିରେ 17ଟି ଦେଶର 2 ଲକ୍ଷ 38 ହଜାର 771 ଲୋକ ଜଡିତ ଥିଲେ ।
ଏହା ବି ପଢନ୍ତୁ: ଲେଖାର ଉପକାରିତା: ସୃଜନଶୀଳତା ବୃଦ୍ଧି କରେ, ଚାପରୁ ମୁକ୍ତି ଦିଏ