କଙ୍ଗାରୁ କେୟାର ବା କଙ୍ଗାରୁ ମଦର କେୟାର (କେଏମସି ) ମାଆ ଓ ଛୁଆ ମଧ୍ୟରେ ସ୍କିନ ଟୁ ସ୍କିନ କଣ୍ଟାକ୍ଟ ଭାବେ ବି ଜଣାଶୁଣା । ଏହି କଙ୍ଗାରୁ କେୟାର ଏକ୍ସକ୍ଲୁସିଭ ବ୍ରେଷ୍ଟ ମିଲ୍କ ଫିଡିଂରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାଦ୍ବାରା ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ ଓ ସମୟ ପୂର୍ବର ନବଜାତକମାନକୁ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରିବାରେ ସହାୟକ ହୋଇଥାଏ ।
ଫଳରେ କମ ଓଜନ ବିଶିଷ୍ଟ ଛୁଆଙ୍କ ସୁସ୍ଥ ହାର ବଢେ । ଏ ପ୍ରସଙ୍ଗରେ ଅଧିକ ତଥ୍ୟ ହାସଲ ପାଇଁ ଇଟିଭି ଭାରତ ସୁଖିଭବ ପକ୍ଷରୁ ହାଇଦ୍ରାବାଦ ବନଜାରା ହିଲ୍ସ ସ୍ଥିତ ରେନବୋ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ଉପଦେଷ୍ଟା ଡକ୍ଟର ନିତାଶା ବଗଗାଙ୍କ ସହ ଆଲୋଚନା କରାଯାଇଥିଲା ।
ନବଜାତ ଛୁଆଙ୍କ ଯତ୍ନ ପାଇଁ କେଏମସି ବା କଙ୍ଗାରୁ ମଦର କେୟାର ହେଉଛି ଏକ ପ୍ରକାର ପଦ୍ଧତି । ଏହି ପଦ୍ଧତିରେ ଛୁଆକୁ ମାଆ ସହ ଛାତିକୁ ଛାତି ଓ ଦେହକୁ ଦେହ ସହ ଲଗାଇ ରଖାଯାଏ । ଏହି ପଦ୍ଧତି ବିଶେଷତଃ ସେହି ନବଜାତକଙ୍କ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଏ, ଯେଉଁମାନେ କି ସମୟ ପୂର୍ବରୁ ଜନ୍ମ ହେବା ସହ କମ୍ ଓଜନର ହୋଇଥାନ୍ତି ।
ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ (ଏନଆଇସିୟୁ )ରେ ଏ ଧରଣର ଛୁଆମାନେ ଭର୍ତ୍ତି ହୋଇଥିବା ବେଳେ ଶରୀରରେ ନିମ୍ନ ତାପମାତ୍ରା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଥାଏ । ତେଣୁ ସେମାନଙ୍କୁ କେଏମସି ପଦ୍ଧତିରେ ଯତ୍ନ ଦରକାର ପଡେ ।
କଙ୍ଗାରୁ ପରି କିଛି ନିର୍ଦ୍ଦିଷ୍ଟ ସ୍ତନ୍ୟପାୟୀ ପଶୁ ସେମାନଙ୍କ ଛୁଆଙ୍କୁ ଯେଭଳି ଧରି ରଖନ୍ତି, ସେ ଅନୁସାରେ କଙ୍ଗାରୁ କେୟାରର ନାମକରଣ ହୋଇଛି । ୧୯୭୦ରେ ଏହି ପଦ୍ଧତି ବିକଶିତ ହୋଇଥିଲା ।
ଯେଉଁସବୁ ଦେଶଗୁଡିକରେ ପ୍ରିଟର୍ମ ଛୁଆମାନଙ୍କ ପାଇଁ ଇନକ୍ୟୁବେଟର ଉପଲବ୍ଧ ନଥିଲା ବା ନିର୍ଭରେଯାଗ୍ୟ ନ ଥିଲା, ସେହି ଦେଶଗୁଡିକରେ କେଏମସି ପଦ୍ଧତି ପ୍ରଚଳିତ ଥିଲା । ପରେ କେଏମସି ନବଜାତ ଛୁଆଙ୍କ ନିୟମିତ ଯତ୍ନ ପାଇଁ ଏକ ପ୍ରଭାବଶାଳୀ ଶୈଳୀ ଭାବେ ସବୁଆଡେ ପ୍ରଚଳିତ ହେଲା। ବିଶେଷ କରି ଯେଉଁ ଛୁଆମାନଙ୍କ ଓଜନ ଜନ୍ମ ବେଳେ ୨ କେଜି ଗ୍ରାମ ବା ଏହାଠାରୁ କମ୍ ଥାଏ ଓ ଯେଉଁମାନେ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି, ସେମାନଙ୍କ ଯତ୍ନ ପାଇଁ କଙ୍ଗାରୁ ମଦର କେୟାର ଗୁରୁତ୍ବପୂର୍ଣ୍ଣ ହୋଇଥାଏ ।
ଛୁଆମାନଙ୍କ କାମରେ କେମିତି ଆସେ କେଏମସି :
-ଏକ୍ସକ୍ଲୁସିଭ ଓ ଦୀର୍ଘକାଳୀନ ସ୍ତନ୍ୟପାନକୁ ପ୍ରୋତ୍ସାହିତ କରେ
- ଟେମ୍ପ୍ରଚେର କେୟାର ପ୍ରସାର କରେ
- ସଂକ୍ରମଣ ଆଶଙ୍କା ହ୍ରାସ କରେ