ହାଇଦ୍ରାବାଦ:କିଛି ଦିନ ପୂର୍ବରୁ, ଏକ ଅନ୍ତର୍ଜାତୀୟ ସ୍ତରୀୟ ଅଧ୍ୟୟନରୁ ଜଣାପଡିଥିଲା ଯେ, ଜାପାନୀ ଡାଏଟ୍ ଅନୁସରଣ କରିବା ଦ୍ୱାରା ଆଲକହଲ ଫ୍ୟାଟିଲିଭର କିମ୍ବା NAFLDରେ ପୀଡିତ ଲୋକଙ୍କ ସମସ୍ୟାକୁ ବଢାଇବା ବଦଳରେ କମ କରିଥାଏ । MDPI ରେ ପ୍ରକାଶିତ ଏହି ଅଧ୍ୟୟନରେ କୁହାଯାଇଛି ଯେ, ସୋୟା, ସାମୁଦ୍ରିକ ଖାଦ୍ୟ ଲିଭରରେ ଫାଇବ୍ରୋସିସ୍ର ଗତିକୁ ଧିମା କରିବାରେ ସାହାଯ୍ୟ କରିଥାଏ । MDPIରେ ପ୍ରକାଶିତ ଏହି ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାପାନର ଓସାକା ମେଟ୍ରୋପଲିଟାନ୍ ୟୁନିଭର୍ସିଟି ହସ୍ପିଟାଲରେ NAFLDରେ ପିଡୀତ 136 ଜଣଙ୍କୁ ଅଧ୍ୟୟନ କରିଥିଲେ।
ଏହି ଗବେଷଣା ବିଷୟରେ ମେଡିକାଲ୍ ନ୍ୟୁଜ୍ ଟୁଡେରେ ପ୍ରକାଶିତ ସୂଚନାରେ କୁହାଯାଇଥିଲା ଯେ, ଗବେଷଣା ସମୟରେ ଅଂଶଗ୍ରହଣକାରୀମାନଙ୍କୁ 12ଟି ଉପାଦାନ ସହିତ ଜାପାନିଜ ଡାଏଟ୍ ବାକ୍ସ ଦିଆଯାଇଥିଲା । ଅନୁସନ୍ଧାନ ମୂଲ୍ୟାଙ୍କନରୁ ଜଣାପଡିଛି ଯେ ଅଧିକ ପରିମାଣର ସୋୟା, ସାମୁଦ୍ରିକ ଖାଦ୍ୟ ଖାଇଥିବା ଅଂଶଗ୍ରହଣକାରୀମାନେ ଫ୍ୟାଟି ଲିଭର ରୋଗ ସହିତ ଯକୃତ ଫାଇବ୍ରୋସିସ ରୋଗରେ ପିଡୀତାଙ୍କ ରୋଗ ବଢିବା ପରିବର୍ତ୍ତେ କମିଥିଲା । ଏହାସହ ମାଂସପେଶୀରେ ବିକାଶ ଦେଖା ଦେଇଥିଲା । ଉଲ୍ଲେଖନୀୟ ବିଷୟ ହେଉଛି, ଏହି 12 ଉପାଦାନ ଜାପାନୀ ଡାଏଟ୍ ବକ୍ସରେ, ଜାପାନୀ ଖାଦ୍ୟରେ ଖାଉଥିବା 12 ପ୍ରକାରର ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ ଚାଉଳ, ମିସୋ ସୁପ୍, ଆଚାର, ସୋୟା ଉତ୍ପାଦ, ସବୁଜ ଏବଂ ହଳଦିଆ ପନିପରିବା, ଫଳ, ସାମୁଦ୍ରିକ ଖାଦ୍ୟ, ଛତୁ, ସାମୁଦ୍ରିକ ମାଛ, ଗ୍ରୀନ୍ ଟି', କଫି, ଏବଂ ଗୋମାଂସ ଏବଂ ଘୁଷୁରୀ ମାଂସକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।
ଶରୀର ପାଇଁ ଲାଭଦାୟକ ଜାପାନୀ ଡାଏଟ୍:ଜାପାନୀ ଖାଦ୍ୟର ସ୍ୱାସ୍ଥ୍ୟ ଉପକାରିତା ନେଇ ଅନେକ ଗବେଷଣା କରାଯାଇଛି। ସବୁଥିରୁ ଜଣାପଡିଛି ଜାପାନୀ ଖାଦ୍ୟ ସ୍ବାସ୍ଥ୍ୟ ପକ୍ଷେ ଉପକାରୀ। ଆଜିକାଲି ଜାପାନୀ ଡାଏଟ୍ ସାରା ବିଶ୍ୱରେ ଟ୍ରେଣ୍ଡୀ ହୋଇଯାଉଛି । ସାରା ବିଶ୍ୱରେ ସୁଶି, ମିସୋ ସୁପ୍, ପନିପରିବା ତରକାରୀ, ଟୋଫୁରେ ପ୍ରସ୍ତୁତ ଖାଦ୍ୟ, ଜାପାନିଜ୍ ଷ୍ଟାଇଲ୍ ମାଛ ଏବଂ ଅନ୍ୟାନ୍ୟ ଜାପାନୀ ଖାଦ୍ୟକୁ ପସନ୍ଦ କରୁଛନ୍ତି ବିଶ୍ବବାସୀ। କୁହାଯାଏ ଯେ ଜାପାନୀ ଲୋକମାନେ ଅଧିକ ଦିନ ବଞ୍ଚନ୍ତି କାରଣ ସେମାନଙ୍କ ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ଯୋଗୁଁ ଏହା ସମ୍ଭବ ହୋଇଥାଏ । 2019 ମସିହାରେ ଲୋକମାନଙ୍କ ଆୟୁଷ ଉପରେ ଏକ ରିପୋର୍ଟ ଆସିଥିଲା। ଏଥିରେ କୁହାଯାଇଥିଲା ଯେ, ଜାପାନୀମାନେ ଅଧିକ ଦିନ ବଞ୍ଚିଥାଆନ୍ତି । ସେହି ସମୟର ପରିସଂଖ୍ୟାନ ଅନୁଯାୟୀ ଜାପାନରେ ପ୍ରାୟ 23 ଲକ୍ଷ ଲୋକଙ୍କ ବୟସ 90 ବର୍ଷରୁ ଅଧିକ ହୋଇଥିବାବେଳେ 71 ହଜାରରୁ ଅଧିକ ଲୋକଙ୍କ ବୟସ 100 ବର୍ଷରୁ ଅଧିକ ବୋଲି ଜଣା ପଡ଼ିଥିଲା ।
ଏନେଇ ମୁମ୍ବାଇର ଏକ ଡାକ୍ତର କହିଛନ୍ତି, ଜାପାନୀମାନେ ଖାଉଥିବା ଖାଦ୍ୟ ସ୍ୱାଦ, ସତେଜ ଏବଂ ସନ୍ତୁଳିତ ଅଟେ । ଜାପାନିଜ୍ ଖାଦ୍ୟରେ ପନିପରିବା ବହୁତ ଏବଂ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ । ଏଥି ସହିତ, ସେମାନେ ରାନ୍ଧିବାରେ ମଧ୍ୟ ବିଶେଷ ଧ୍ୟାନ ଦେଇଥାଆନ୍ତି । ବିଶେଷକରି ସେମାନେ ପ୍ରଥମେ ପରିବା କିମ୍ବା ମାଂସକୁ ସିଝାଇ ଖାଦ୍ୟରେ ବ୍ୟବହାର କରିଥାଆନ୍ତି । ଯେଉଁଥିପାଇଁ ସେମାନଙ୍କର ପୁଷ୍ଟିକର ଉପାଦାନ ନଷ୍ଟ ହୁଏ ନାହିଁ । ସେମାନଙ୍କର ଖାଦ୍ୟରେ ମୁଖ୍ୟତଃ ସମୁଦ୍ରିକ ଖାଦ୍ୟ, ସୋୟାବିନ୍ ଏବଂ ଏହାର ଉତ୍ପାଦ, ଫେଣ୍ଟେଡ୍ ଖାଦ୍ୟ, ପନିପରିବା, ସ୍ୱତନ୍ତ୍ର ପ୍ରକାରର ଚାଉଳ ଏବଂ ଚା (ଗ୍ରୀନ୍ ଟି') ଅନ୍ତର୍ଭୁକ୍ତ ହୋଇଥାଏ । କିନ୍ତୁ ଜାପାନୀ ଖାଦ୍ୟରେ ମାଂସ, ଚିନି, ଆଳୁ ଏବଂ ଦୁଗ୍ଧଜାତ ଦ୍ରବ୍ୟ କମ୍ ବ୍ୟବହୃତ ହୁଏ ।
ସେ ଆହୁରି ମଧ୍ୟ କହିଛନ୍ତି, କେବଳ ଖାଦ୍ୟର ପ୍ରକାର ନୁହେଁ ବରଂ ସେମାନଙ୍କର ଖାଦ୍ୟପେୟ ଆଚରଣ ମଧ୍ୟ ଖାଦ୍ୟ ସହିତ ଜଡିତ ନିୟମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମାନେ କମ ଖାଦ୍ୟ ଗ୍ରହଣ କରିଥାଆନ୍ତି । ହାରା ହାଚିବୁ ନିୟମକୁ ପାଳନ କରିଥାନ୍ତି । ଅର୍ଥାତ ସେମାନେ ପେଟ ଭରି କରି ଖାଦ୍ୟ ଖାଇନଥାଆନ୍ତି। ଯେତେବେଳେ 80 ପ୍ରତିଶତ ପେଟ ପୁରିଯାଇଥାଏ, ତେବେ ଆଉ ଖାଆନ୍ତି ନାହିଁ।