ହାଇଦ୍ରାବାଦ:କର୍ମଜୀବୀ ପିତାମାତାଙ୍କ ପାଖରେ ଛୁଆଙ୍କ ପାଇଁ ସମୟ ନଥାଏ । ଫଳରେ ଛୁଆଙ୍କ ପ୍ରତି ପିତାମାତା ଅଧିକ ଧ୍ୟାନ ଦେଇପାରନ୍ତି ନାହିଁ । ଅନେକ ସମୟରେ ଛୋଟ ଛୁଆଙ୍କ ମଧ୍ୟରେ ରାଗ-ରୁଷା ମାନ-ଅଭିମାନ ଦେଖାଯାଏ । ପ୍ରତି କଥାରେ ଅଭିମାନ କରି ଥାଆନ୍ତି । ବେଳେବେଳେ ଗୁରୁଜନଙ୍କ ବିରୋଧରେ କଥା କହିଥାଆନ୍ତି । ଛୋଟ କଥାକୁ ନେଇ ରାଗି ଯାଆନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବେଳେବେଳେ ଛୁଆଙ୍କର ବ୍ୟବହାର କୌତୁକ ଲାଗୁଥିଲେ ମଧ୍ୟ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ ।
ଛୋଟଛୋଟ କଥାରେ ରାଗିବାର କାରଣ:ବାରମ୍ବାର ରାଗିବା, ରୁଷିବାର ଅନେକ କାରଣ ରହିଥାଏ । ଯେପରି କି ଘରେ ସର୍ବଦା ବାଦବିବାଦ ଲାଗି ରହିବା, ବନ୍ଧୁତ୍ବରେ ସମସ୍ୟା, କୌଣସି ଜିନିଷକୁ ନେଇ ଭୟ କରିବା, ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ନକରିବା ଏଭଳି ଅନେକ କାରଣ ଯୋଗୁଁ ଜଣେ ଛୁଆ ରାଗିଥାଏ । ବେଳେବେଳେ ଏହି ରାଗ ଅଭିମାନର କାରଣ ପିତାମାତା ମଧ୍ୟ ଜାଣିପାରନ୍ତି ନାହିଁ । ଏଭଳି ସ୍ଥିତିରେ ପ୍ରଥମେ ଆଚରଣକୁ ଲକ୍ଷ୍ୟ କରିବା ଉଚିତ ବୋଲି କୁହାଯାଇଛି । ଯଦି କୌଣସି ସମସ୍ୟା ରହିଛି କିମ୍ବା କେଉଁ କାରଣରୁ ଅଭିମାନ କରିଛି ତାହା ପ୍ରଥମେ ଜାଣିବା ଜରୁରୀ ଅଟେ । ଯଦି ଅନ୍ୟ କୌଣସି କାରଣ ରହିଛି, ତାହା ସାଧାରଣ ଭାବେ କଥା ହୋଇ ଜାଣିବା ଦରକାର । ସମସ୍ୟାର ସମାଧାନ ହେବା ଦ୍ବାରା ରାଗ ରୁଷା ହୋଇନଥାଏ ।
ଏହା ମଧ୍ୟ ପଢନ୍ତୁ: ପାଠପଢା ପ୍ରତି ଛୁଆମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି କି ? ଆପଣାନ୍ତୁ ଏହି ଟିପ୍ସ