ଓଡିଶା

odisha

ETV Bharat / sukhibhava

ଋତୁସ୍ରାବ ଯନ୍ତ୍ରଣାରେ ଚିନ୍ତିତ କି ? ଜାଣନ୍ତୁ କଣ ହୋଇଥାଏ କାରଣ - ଡିସମେନୋରିଆ ରୋଗ କଣ

ମହିଳାଙ୍କ ମାସିକ ଋତୁସ୍ରାବ ପ୍ରଜନନ କ୍ଷମତାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ହେଲେ ଏହି ସମୟରେ ଅନେକ ମହିଳା ଯନ୍ତ୍ରଣା ଅନୁଭବ କରନ୍ତି । ଏଥିଲାଗି କିଛି ହରମୋନ ଦାୟୀ ରହିଥିବା ବେଳେ ଏହା ପଛରେ ଗୁରୁତର ରୋଗ ମଧ୍ୟ ଲୁଚି ରହିଥାଏ । ତେବେ ଆସନ୍ତୁ ଜାଣିବା ସାଧାରଣ ଭାବରେ ଏଭଳି ଯନ୍ତ୍ରଣାର କାରଣ କଣ ହୋଇଥାଏ ? ଅଧିକ ପଢନ୍ତୁ

ଋତୁସ୍ରାବ ଯନ୍ତ୍ରଣାରେ ଚିନ୍ତିତ କି ? ଜାଣନ୍ତୁ କଣ ହୋଇଥାଏ କାରଣ
ଋତୁସ୍ରାବ ଯନ୍ତ୍ରଣାରେ ଚିନ୍ତିତ କି ? ଜାଣନ୍ତୁ କଣ ହୋଇଥାଏ କାରଣ

By

Published : Apr 3, 2022, 1:31 PM IST

ହାଇଦ୍ରାବାଦ:ମାସିକ ଋତୁସ୍ରାବ ମହିଳାଙ୍କ ପ୍ରଜନନ କ୍ଷମତା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ହେଲେ ପ୍ରତ୍ୟେକ ମହିଳାଙ୍କ କ୍ଷେତ୍ରରେ ଏହା ସମାନ ରହିନଥାଏ । ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଅନେକଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ । ଏହି ସମୟରେ ପେଟ ଯନ୍ତ୍ରଣା ସମେତ କ୍ରାମ୍ପ, ବାନ୍ତି ଲାଗିବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏକ ଗବେଷଣା ଅନୁସାରେ ପ୍ରାୟ ୫୦ ପ୍ରତିଶତ ମହିଳା ଏହି ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କରନ୍ତି । ଇଟିଭି ଭାରତର ସୁଖିଭବଃ ଟିମ ଏ ସମ୍ପର୍କରେ ବେଙ୍ଗାଲୁରୁର ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ରିଧିଲେଖା ନାୟଖଙ୍କ ସହ ଆଲୋଚନା କରିଥିଲେ । ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ଋତୁସ୍ରାବ ସମୟରେ ଯନ୍ତ୍ରଣାର କାରଣ

ଡକ୍ଟର ରିଧିଲେଖା କହିଛନ୍ତି ଯେ ଋତୁସ୍ରାବ ସମୟରେ ଯନ୍ତ୍ରଣାକୁ Dysmenorrhea ବୋଲି କୁହାଯାଏ । ତେବେ ଏଥିଲାଗି ପ୍ରୋଷ୍ଟାଗ୍ଲାଣ୍ଡିନ(prostaglandin) ହରମୋନ ଦାୟୀ ରହିଥାଏ । ଋତୁସ୍ରାବ ସମୟରେ ୟୁଟେରାଇନ ୱାଲ ସଙ୍କୁଚିତ ହୋଇଯାଏ । ଫଳରେ ୟୁଟେରସ(Uterus)କୁ ରକ୍ତ ସଞ୍ଚାଳନରେ ମଧ୍ୟ ବାଧା ଉପୁଜିଥାଏ । ଏହାସହିତ ସମୟେ ସମୟେ ୟୁଟେରସ ମଧ୍ୟକୁ ଅକ୍ସିଜେନ ଯଥେଷ୍ଟ ପରିମାଣରେ ପହଞ୍ଚିନଥାଏ । ଠିକ ଏହି ସମୟରେ ପ୍ରୋଷ୍ଟାଗ୍ଲାଣ୍ଡିନ ହରମୋନ କ୍ଷରଣ ହୋଇଥାଏ । ଯାହା ଫଳରେ ମହିଳା ଯନ୍ତ୍ରଣା ଅନୁଭବ କରନ୍ତି ।

ଡିସମେନୋରିଆର ସାଧାରଣ ଲକ୍ଷଣ ହେଉଛି ବାରମ୍ବାର ଝାଡ଼ା ଲାଗିବା, ବାନ୍ତି, ମୁଣ୍ଡ ବିନ୍ଧିବା, ଯନ୍ତ୍ରଣା, କ୍ରାମ୍ପ, ଭୋକ ନ ଲାଗିବା, ଚେତାଶୂନ୍ୟ ହରାଇବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଏହି ଡିସମେନୋରିଆ ସାଧାରଣତଃ ୨ ପ୍ରକାର ହୋଇଥାଏ ।

  1. ପ୍ରାଥମିକ ଡିସମେନୋରିଆ(Primary Dysmenorrhea):- ଏହି କ୍ଷେତ୍ରରେ ଋତୁସ୍ରାବ ସମୟରେ ୟୁଟେରସ ସଙ୍କୁଚିତ ହୋଇଥାଏ । ଏହି ସମୟରେ ହରମୋନ କ୍ଷରଣ ହୁଏ, ଯାହାକି ଯନ୍ତ୍ରଣା ପାଇଁ ଦାୟୀ ରହିଥାଏ । ଏହି ସମାନ ହରମୋନ ଡେଲିଭରୀ ସମୟରେ ମଧ୍ୟ କ୍ଷରଣ ହୋଇଥାଏ ।
  2. ସେକେଣ୍ଡାରୀ ଡିସମେନୋରିଆ:- ହେଲେ ଏ କ୍ଷେତ୍ରରେ କୌଣସି ହରମୋନ ପାଇଁ ଯନ୍ତ୍ରଣା ହୋଇନଥାଏ । ଏକ ମେଡିକାଲ ସମସ୍ୟା fibroid ପାଇଁ ଯନ୍ତ୍ରଣା ହୋଇଥାଏ । ଫ୍ରିବ୍ରଏଡ଼ ହେଉଛି ଏକ ପ୍ରକାର ଟ୍ୟୁମର, ଯାହାକି ୟୁଟେରସର ୱାଲରେ ହୋଇଥାଏ । ଏହାସହିତ ଏଣ୍ଡୋମେଟ୍ରିଓସିସ, ଆଡେନୋମାୟୋସିସ, ସର୍ଭିକାଲ ସ୍ଟେନୋସିସ ଆଦି ମଧ୍ୟ ଯନ୍ତ୍ରଣାର କାରଣ ହୋଇଥାଏ ।

ଋତୁସ୍ରାବ ସମୟରେ ଅନ୍ୟାନ୍ୟ ସମସ୍ୟା

  • ସ୍ତନରେ ଯନ୍ତ୍ରଣା(Breast pain):- ଋତୁସ୍ରାବ ସମୟରେ ଅନେକ ଯୁବତୀ ଓ ମହିଳା ସ୍ତନରେ ଯନ୍ତ୍ରଣା ଅନୁଭବ କରନ୍ତି । ଏଥିଲାଗି ଇଷ୍ଟ୍ରୋଜେନ ଓ ପ୍ରୋଜିଷ୍ଟିରୋନ ହରମୋନ ଦାୟୀ ରହିଥାଏ । ଏହି ହରମୋନ ସ୍ତନର ଲାକ୍ଟେଟିକ ଗ୍ଲାଣ୍ଡ ଓ ଡକ୍ଟସର ବୃ୍ଦ୍ଧିର ମଧ୍ୟ କାରଣ ହୋଇଥାଏ । ଏହାସହିତ ଗବେଷଣା ଅନୁସାରେ ଋତୁସ୍ରାବ ସମୟରେ ପ୍ରୋଲାକ୍ଟିନ ବା ବ୍ରେଷ୍ଟଫିଡିଙ୍ଗ ହରମୋନ ମଧ୍ୟ ଏହାର କାରଣ ହୋଇଥାଏ । ହରମୋନ ବ୍ୟତୀତ ଅନ୍ୟାନ୍ୟ କାରଣ ଯୋଗୁଁ ଯନ୍ତ୍ରଣା ହୋଇଥାଏ । ଏହାର କୋଷରେ ଫ୍ୟାଟି ଏସିଡ଼ ଅସନ୍ତୁଳନ ମଧ୍ୟ ଯନ୍ତ୍ରଣାର କାରଣ ହୋଇଥାଏ ।
  • ରକ୍ତ ଜମାଟ ବାନ୍ଧିବା:-ଋତୁସ୍ରାବ ସମୟରେ ରକ୍ତ ଜମାଟ ବାନ୍ଧିବା ସାଧାରଣ ହୋଇଥାଏ । ହେଲେ ଯଦି ଏହାର ପରିମାଣ ଓ ଆକାର ବୃଦ୍ଧି ହୋଇଥାଏ ତେବେ ଏହା ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ(PCOS)ର ଲକ୍ଷଣ ହୋଇଥାଏ । ଏହାସହ ଥାଇରଏଡ଼ ଓ ଅନ୍ୟ ଗୁରୁତର କାରଣ ମଧ୍ୟ ହୋଇଥାଏ ।
  • ବାନ୍ତି ଓ ଝାଡା ଲାଗିବା:-ଗବେଷଣା ଅନୁସାରେ ପ୍ରାୟ ୭୩ ପ୍ରତିଶତ ମହିଳା ଋତୁସ୍ରାବ ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାସହିତ ଗ୍ୟାଷ୍ଟ୍ରିକ ସମସ୍ୟା ମଧ୍ୟ ଦେଖାଦିଏ । ଏଥିଲାଗି କେବଳ ହରମୋନର ଅସନ୍ତୁଳନ ଓ ପରିବର୍ତ୍ତନ ଏହାର କାରଣ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details