ଓଡିଶା

odisha

By

Published : Jul 12, 2020, 1:44 PM IST

ETV Bharat / sukhibhava

କୋଭିଡ-୧୯ ସମୟରେ ସ୍ତନ୍ୟପାନ କରାଇବା ନିରାପଦ କି ?

କୋଭିଡ ମହାମାରୀ ସମୟରେ ଗର୍ଭଧାରଣ ଅଧିକାଂଶ ଦମ୍ପତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ଏନେଇ ଗର୍ଭବତୀ ମହିଳାଙ୍କ ଉପରେ ଗବେଷଣା ଚାଲୁଛି । କିନ୍ତୁ ଗର୍ଭବତୀ ମହିଳାଙ୍କ ପ୍ରତି କୋରୋନା ସଂକ୍ରମଣର ବିପଦ ଅଧକ ବୋଲି ଏ ଯାଏଁ କୌଣସି ପ୍ରମାଣ ମିଳିନାହିଁ । ଆସନ୍ତୁ ଏ ସମ୍ପର୍କରେ ବହୁଳ ଭାବେ ପଚରାଯାଉଥିବା କିଛି ପ୍ରଶ୍ନର ଉତ୍ତର ଜାଣିବା । ଅଧିକ ପଢନ୍ତୁ...

Is it safe to breastfeed during COVID 19?
କୋଭିଡ-୧୯ ସମୟରେ ସ୍ତନ୍ୟପାନ କରାଇବା ନିରାପଦ କି ?

କୋଭିଡ ମହାମାରୀ ସମୟରେ ଗର୍ଭଧାରଣ ଅଧିକାଂଶ ଦମ୍ପତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଆସନ୍ତୁ ଏ ସମ୍ପର୍କରେ ବହୁଳ ଭାବେ ପଚରାଯାଉଥିବା କିଛି ପ୍ରଶ୍ନର ଉତ୍ତର ଜାଣିବା ।

  1. କୋଭିଡ-୧୯ ସମୟରେ ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ଥାଏ କି ?

ଗର୍ଭବତୀ ମହିଳାଙ୍କ ଉପରେ କୋଭିଡ-୧୯ ସଂକ୍ରମଣ ପ୍ରଭାବ ନେଇ ବର୍ତ୍ତମାନ ଗବେଷଣା ଚାଲୁଛି । କିନ୍ତୁ ଗର୍ଭବତୀ ମହିଳାଙ୍କ ପ୍ରତି କୋରୋନା ସଂକ୍ରମଣର ବିପଦ ଅଧକ ବୋଲି ଏ ଯାଏଁ କୌଣସି ପ୍ରମାଣ ମିଳିନାହିଁ । ଏ ନେଇ ସୀମିତ ତଥ୍ୟ ହିଁ ଉପଲବ୍ଧ ରହିଛି । ହେଲେ ଶରୀର ଓ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବାରୁ ଗର୍ଭବତୀ ମହିଳାମାନେ ଶ୍ୱାସଜନିତ ସଂକ୍ରମଣ ଦ୍ୱାରା ଗୁରୁତର ପ୍ରଭାବିତ ହେବା ଆଶଙ୍କା ଅଧିକ ଥାଇପାରେ ବୋଲି କୁହାଯାଉଛି । ତେଣୁ କୋଭିଡ-୧୯ ସଂକ୍ରମଣ ଏଡାଇବା ପାଇଁ ଗର୍ଭବତୀ ମହିଳାମାନଙ୍କୁ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ଜରୁରୀ । ଜ୍ୱର, କଫ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ସେମାନେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

2. ଗର୍ଭବତୀ ଥିବା ସମୟରେ କୋଭିଡ-୧୯ରୁ କିପରି ସୁରକ୍ଷିତ ରହିପାରିବେ ?

କୋଭିଡ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କିଛି ସାଧାରଣ ସତର୍କତାମୂଳକ ପରାମର୍ଶ ମାନି ଚଳିଲେ ଭଲ । ସେହି ପରାମର୍ଶଗୁଡିକ ହେଲା...

  • ସାବୁନ ପାଣି ବା ଆଲକୋହଲ ଭିତ୍ତିକ ହ୍ୟାଣ୍ଡ ରବରେ ବାରମ୍ବାର ହାତ ଧୋଇବା
  • ଆପଣ ଓ ଅନ୍ୟମାନଙ୍କ ମଧ୍ୟରେ କିପରି ବ୍ୟବଧାନ ରହିବ, ତାହା ନିଶ୍ଚିତ କରନ୍ତୁ । ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହନ୍ତୁ ।
  • ଆଖି, ନାକ ଓ ପାଟିକୁ ଛୁଅଁନ୍ତୁ ନାହିଁ ।
  • ରେସପିରେଟରୀ ହାଇଜିନ ଅଭ୍ୟାସ କରନ୍ତୁ । ଏହାର ଅର୍ଥ ହେଲା ଯେ, କାଶ ଓ ଛିଙ୍କ ବେଳେ ମୁହଁକୁ ଟିସୁ ପେପର ବା କହୁଣୀ ବଙ୍କା କରି ଘୋଡାନ୍ତୁ । ଟିସୁକୁ ତୁରନ୍ତ ଫିଙ୍ଗିଦିଅନ୍ତୁ ।

3. ମହିଳାଙ୍କଠାରୁ ତାଙ୍କର ଗର୍ଭସ୍ଥ ଶିଶୁ ବା ନବଜାତ ଶିଶୁ କୋଭିଡ-୧୯ ସଂକ୍ରମଣ ହୋଇପାରେ କି ?

ଏ ନେଇ ବି ଠୋସ୍ ପ୍ରମାଣ ନାହିଁ । କୋଭିଡ-୧୯ ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଦ୍ୱାରା ତାଙ୍କ ଗର୍ଭସ୍ଥ ଶିଶୁ ବା ଡେଲିଭରି ବେଳେ ନବଜାତକଙ୍କୁ ସଂକ୍ରମଣ ହେବ କି ନାହିଁ, ସେ ବାବଦରେ କିଛି ଜଣାପଡିନାହିଁ । ଆମନିଓଟିକ୍ ଫ୍ଲୁଏଡ୍ ଓ ବ୍ରେଷ୍ଟମିଲ୍କ ସାମ୍ପଲରେ ଏଯାଏଁ ଭାଇରସ ମିଳିନାହିଁ ।

4. କୋଭିଡ-୧୯ ସମୟରେ କିପରି ଡେଲିଭରି ହେବା ଉଚିତ ? ଭାଜିନାଲ ଡେଲିଭରି କିମ୍ବା ସିଜାରିଆନ୍ ସେକ୍ସନ.....

ଡେଲିଭରୀ ଯେମିତି ହେଲେ ମଧ୍ୟ ସଂକ୍ରମଣ ହାର ପରିବର୍ତ୍ତନ ହେବ ନାହିଁ । ତେବେ ହସ୍ପିଟାଲରେ ଦୀର୍ଘକାଳୀନ ପ୍ରସବ ବେଦନା କମ୍ କରିବା ଦରକାର । ରିସ୍କ ହାର କମାଇବା ପାଇଁ ଏହି ପଦକ୍ଷେପ ଜରୁରୀ । ମୋଡ୍ ଅଫ୍ ଡେଲିଭରି ସମ୍ପୃକ୍ତ ମହିଳାଙ୍କ ଇଚ୍ଛା ଅନୁସାରେ ହେବା ଦରକାର ।

୫. ଗର୍ଭାବସ୍ଥା ଓ ବ୍ରେଷ୍ଟ ଫିଡିଂ:-

ମାଆ କ୍ଷୀର ହିଁ ନବଜାତଙ୍କୁ ଅନେକ ରୋଗରୁ ସୁରକ୍ଷା ଦେଇପାରିବ । ଆଉ ମାଆ କ୍ଷୀର ହିଁ ନବଜାତ ଶିଶୁଙ୍କ ପାଇଁ ପୋଷଣର ଶ୍ରେଷ୍ଠ ଉତ୍ସ ହୋଇଥାଏ । ଏ ପର୍ଯ୍ୟନ୍ତ ହୋଇଥିବା ସୀମିତ ଅଧ୍ୟୟନରୁ ମାଆ କ୍ଷୀରରେ କୋଭିଡ-୧୯ ଭୂତାଣୁ ନାହିଁ । କିନ୍ତୁ ଏ ନେଇ ଆଶଙ୍କାକୁ ବି ଏଡାଇ ହେବ ନାହିଁ । ତେବେ ସ୍ତନ୍ୟପାନ କରାଇବା ବେଳେ ମାଆମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ହେବ । ଯଦି ଆପଣ ଅସୁସ୍ଥ ଥାଇ ବି ସିଧାସଳଖ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତାହା ହେଲେ ହାତକୁ ଭଲ ଭାବେ ଧୋଇବା ସହ ଫେସମାସ୍କ ପିନ୍ଧିବା ଜରୁରୀ । ଯଦି ଆପଣ ଅସୁସ୍ଥ ଥାଇ ଏକ୍ସପ୍ରେସ ବ୍ରେଷ୍ଟ ମିଲ୍କ ପସନ୍ଦ କରନ୍ତି, ତାହା ହେଲେ ଏକ ଉତ୍ସର୍ଗୀକୃତ ବ୍ରେଷ୍ଟ ପମ୍ପ୍ ବ୍ୟବସ୍ଥା କରାଯିବା ଉଚିତ । ପମ୍ପ ଓ ବୋତଲକୁ ଛୁଇଁବା ଆଗରୁ ହାତ ଭଲ ଭାବେ ଧୋଇବା ଦରକାର । ଯଦି ଏହା ହୋଇପାରୁନାହିଁ, ତାହା ହେଲେ ଅନ୍ୟ କାହା ଦ୍ୱାରା ଶିଶୁକୁ କ୍ଷୀର ଯୋଗାଇଦେବା ପାଇଁ ବିଚାର କରିବା ଉଚିତ ।

6. ଜଣେ ପାରାମେଡିକ ବା ଡକ୍ଟର ଗର୍ଭବତୀ ହେବେ, ତାହା ହେଲେ ତାଙ୍କ ପାଇଁ କାମ କରିବା ନିରାପଦ କି ?

ହଁ, ଗର୍ଭବତୀ ଥାଇ ବି ଆପଣ କାମ କରିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ସଂକ୍ରମଣ ନିୟନ୍ତ୍ରଣ ପ୍ରୋଟକଲ୍ ମାନିବା ସହ ପର୍ସନାଲ ପ୍ରୋଟେକଟିଭ ଇକ୍ୟୁପମେଣ୍ଟ ବି ପିନ୍ଧିବାକୁ ହେବ ।

(ଡକ୍ଟର ନୀରଜ ବୋର୍କାର୍ )

ABOUT THE AUTHOR

...view details