ଓଡିଶା

odisha

ETV Bharat / sukhibhava

Good Cholesterol ହୃଦରୋଗ ଆଶଙ୍କାକୁ ହ୍ରାସ କରେକି ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ - ସ୍ବାସ୍ଥ୍ୟ ଖବର

ଭଲ କୋଲେଷ୍ଟ୍ରଲ୍(good cholesterol) ଥିଲେ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ୍ ଥାଏ ବୋଲି ବିବେଚନା କରାଯାଏ । ମାତ୍ର ଏକ ନୂତନ ଅନୁସନ୍ଧାନ ଅନୁଯାୟୀ, ଉଚ୍ଚ ସ୍ତରର ଭଲ କୋଲେଷ୍ଟ୍ରଲ ଥିଲେ ଯେ, ହୃଦଘାତର ଆଶଙ୍କା ହ୍ରାସ ପାଇବ ତା'ର କୌଣସି ଗ୍ୟାରେଣ୍ଟି ନାହିଁ । ଅଧିକ ପଢନ୍ତୁ

Good Cholesterol ହୃଦରୋଗ ଆଶଙ୍କାକୁ ହ୍ରାସ କରେକି ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
Good Cholesterol ହୃଦରୋଗ ଆଶଙ୍କାକୁ ହ୍ରାସ କରେକି ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

By

Published : Nov 24, 2022, 9:40 AM IST

ନୂଆଦିଲ୍ଲୀ: ହୃଦଘାତ ସହିତ କୋଲେଷ୍ଟ୍ରଲ(good cholesterol) ସ୍ତରର ଗଭୀର ସମ୍ପର୍କ ଥିବା କୁହାଯାଏ । ସମୟ ସମୟରେ କରାଯାଇଥିବା ଅନୁସନ୍ଧାନରେ ମଧ୍ୟ ଏନେଇ ସ୍ପଷ୍ଟ ହୁଏ । କୋଲେଷ୍ଟ୍ରଲ୍ ସ୍ତର ଭଲ ଥିଲେ ହୃଦଘାତ ଆଶଙ୍କା କମ୍ ଥାଏ ବୋଲି ବିବେଚନା କରାଯାଏ । ମାତ୍ର ଏକ ନୂତନ ଅନୁସନ୍ଧାନରୁ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଉଚ୍ଚ ସ୍ତରର ଭଲ କୋଲେଷ୍ଟ୍ରଲ ଥିଲେ ଯେ, ହୃଦଘାତର ଆଶଙ୍କା ହ୍ରାସ ପାଇବ ତା'ର କୌଣସି ଗ୍ୟାରେଣ୍ଟି ନାହିଁ ।

ନୂତନ ଅନୁସନ୍ଧାନ ଅନୁଯାୟୀ, ଉଚ୍ଚ ସାନ୍ଦ୍ରତା ବିଶିଷ୍ଟ ଲିପୋପ୍ରୋଟେନ୍(High-Density Lipoprotein, HDL) କୋଲେଷ୍ଟ୍ରଲ ହୃଦଘାତର ଆଶଙ୍କାକୁ ସମାନ୍ୟତମ ରୋକିପାରେ ନାହିଁ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ସମର୍ଥିତ ଆମେରିକୀୟ କଲେଜ ଅଫ୍ କାର୍ଡିଓଲୋଜି ପତ୍ରିକାରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ନିମ୍ନ ସ୍ତରର HDL କୋଲେଷ୍ଟ୍ରଲ ଶ୍ୱେତାଙ୍ଗ ଦେଶର ବୟସ୍କଙ୍କ ହୃଦ୍‌ଘାତ କିମ୍ବା ମୃତ୍ୟୁ ହେବାର ଆଶଙ୍କା ପୂର୍ବାନୁମାନ କରିଥିଲା । କିନ୍ତୁ କୃଷ୍ଣକାୟ ଦେଶର ବୟସ୍କମାନଙ୍କ ପାଇଁ ଏହାର କୌଣସି ପ୍ରମାଣ ନଥିଲା ।

ଅଧିକନ୍ତୁ, ଏହା ଦର୍ଶାଯାଇଛି ଯେ, ଉଚ୍ଚ HDL କୋଲେଷ୍ଟ୍ରଲ ସ୍ତର ଉଭୟ ଗୋଷ୍ଠୀ ପାଇଁ ନିମ୍ନ ହୃଦରୋଗର ବିପଦ ସହିତ ଜଡିତ ନୁହେଁ । ପୋର୍ଟଲ୍ୟାଣ୍ଡର ଓରେଗନ୍ ହେଲ୍‌ଥ ଆଣ୍ଡ ସାଇନ୍ସ ୟୁନିଭରସିଟିର ନାଇଟ୍ କାର୍ଡିଓଭସ୍କୁଲାର୍ ଇନଷ୍ଟିଚ୍ୟୁଟ୍‌ର ସହଯୋଗୀ ପ୍ରଫେସର ନଥାଲି ପାମିର କହିଛନ୍ତି ଯେ, ଦୀର୍ଘ ସମୟ ଧରି ସ୍ଥାପିତ ହୋଇଥିବା କୋଲେଷ୍ଟ୍ରଲ୍ ଏବଂ ହୃଦୟ ସ୍ବାସ୍ଥ୍ୟ ମଧ୍ୟରେ ଥିବା ଲିଙ୍କକୁ ବୁଝିବା ଆମର ଲକ୍ଷ୍ୟ ଥିଲା । ଏଥିରୁ ଜଣାପଡିଲା ଯେ, ନିମ୍ନ HDL କୋଲେଷ୍ଟ୍ରଲ ସ୍ତର କ୍ଷତିକାରକ ଅଟେ, ଏଥିରେ ଶ୍ବେତାଙ୍ଗ କିମ୍ବା କୃଷ୍ଣକାୟଙ୍କ ମଧ୍ୟରେ କୌଣସି ତାରତମ୍ୟ ନାହିଁ ।

ଏହି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ, ପାମିର ଏବଂ ତାଙ୍କ ସହକର୍ମୀମାନେ ଭୌଗୋଳିକ ଏବଂ ଜାତିଗତ ପାର୍ଥକ୍ୟକୁ ବୁଝିବାକୁ ଷ୍ଟ୍ରୋକ ଅଧ୍ୟୟନ ସମୟରେ 23,901 ବୟସ୍କଙ୍କ ତଥ୍ୟ ସମୀକ୍ଷା କରିଥିଲେ । ଅଧ୍ୟୟନରୁ ପ୍ରଥମେ ମିଳିଲା ଯେ, ନିମ୍ନ HDL କୋଲେଷ୍ଟ୍ରଲ ସ୍ତର କେବଳ ଶ୍ବେତାଙ୍ଗ ବୟସ୍କମାନଙ୍କ ପାଇଁ ହୃଦ୍‌ରୋଗର ଆଶଙ୍କା ବଢିବାର ପୂର୍ବାନୁମାନ କରିଥିଲା ​​।

ଅନ୍ୟାନ୍ୟ ଅଧ୍ୟୟନ ଅନୁଯାୟୀ, ଉଚ୍ଚ HDL କୋଲେଷ୍ଟ୍ରଲ ସ୍ତର ସବୁବେଳେ ହୃଦ୍‌ରୋଗରେ ହ୍ରାସ ଘଟାଏ ନାହିଁ । ପାମିର କହିଛନ୍ତି ଯେ, ଏହି ପ୍ରକାର ଅନୁସନ୍ଧାନରୁ ଜଣାପଡିଛି ଯେ, ହୃଦ୍‌ରୋଗ ପାଇଁ ବିପଦ-ପୂର୍ବାନୁମାନ ଆଲଗୋରିଦମଗୁଡ଼ିକର ପୁନର୍ବିଚାର କରାଯିବା ଆବଶ୍ୟକ । ଭବିଷ୍ୟତରେ ଉଚ୍ଚ ସ୍ତରର HDL କୋଲେଷ୍ଟ୍ରଲ ପାଇଁ ଆମର ଡାକ୍ତରଙ୍କ ସହ ଅଧିକ ଯତ୍ନବାନ ହେବା ଉଚିତ ।

ABOUT THE AUTHOR

...view details