ହାଇଦ୍ରାବାଦ: ସାଧାରଣତଃ ଦେଶୀ ଘିଅ ନିୟମିତ ଖାଇବା ଦ୍ବାରା ଓଜନ ବୃଦ୍ଧି ହେବା ସହ ଶରୀର ପାଇଁ କ୍ଷତିକାରକ ବୋଲି ଭାବିଥାଉ । କିନ୍ତୁ ଏହା କେତେକାଂଶରେ ଭୁଲ ପ୍ରମାଣିତ ହୋଇଥାଏ । ଚରକ ସମିତା ପକ୍ଷରୁ କୁହାଯାଇଛି ଯେ, ଶୁଦ୍ଧ ଦେଶୀ ଘିଅ ସ୍ମୃତି, ଶକ୍ତି ଏବଂ ଶକ୍ତିରେ ଉନ୍ନତି ଆଣିଥାଏ ଏବଂ ଶରୀରରେ ଥିବା ଅନ୍ୟ ବିଷାକ୍ତ ପଦାର୍ଥର ପ୍ରଭାବକୁ ହ୍ରାସ କରିଥାଏ । ତେଣୁ ଆୟୁର୍ବେଦରେ ଶୁଦ୍ଧ ଘିଅକୁ ଔଷଧ ଭାବରେ ବିବେଚନା କରାଯାଏ ଏବଂ ଏହା ଅନେକ ପ୍ରକାରର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ ।
ମୁମ୍ବାଇର ଏକ ଆୟୁର୍ବେଦିକ ଡାକ୍ତର ଡାକ୍ତର ମନୀଷ କାଲେ କହିଛନ୍ତି ଯେ, ଘିଅକୁ କେବଳ ଖାଦ୍ୟରୂପେ ବ୍ୟବାହାର କରାଯାଏ ତାହା ନୁହେଁ ବରଂ ବିଭିନ୍ନ ଚିକିତ୍ସା ପାଇଁ ଆୟୁର୍ବେଦ କ୍ଷେତ୍ରରେ ମଧ୍ୟ ଏହାର ବହୁଳ ବ୍ୟବହାର ହୋଇଥାଏ । ଆୟୁର୍ବେଦିକ ଚିକିତ୍ସା ଅନୁଯାୟୀ, ସାଧାରଣତଃ ଗାଈ ଘିଅକୁ ଖାଲି ପେଟରେ ଖାଇବାକୁ ପରାମର୍ଶ ଦିଆଯାଇଥାଏ । କାରଣ ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେବା ସହ ହଜମକ୍ରିୟା, ହାଡର ଶକ୍ତ ରଖିବା, କେଶ ଏବଂ ଚର୍ମ ପାଇଁ ମଧ୍ୟ ବେଶ ଉପକାରୀ ହୋଇଥାଏ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଘିଅକୁ ବ୍ରେନ ଟନିକ ମାଧ୍ୟମରେ ବ୍ୟବହାର କରାଯାଇଥାଏ । କାରଣ ଏହା ସ୍ମୃତି ଶକ୍ତିକୁ ବୃଦ୍ଧି କରିବା ସହ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାକୁ ସାହାଯ୍ୟ କରିଥାଏ । ଅନ୍ୟପଟେ ଏହାକୁ ମୁଣ୍ଡରେ ମସାଜ କରିବା ଦ୍ବାରା ଚିନ୍ତା, ଉତ୍ତେଜନା, କ୍ରୋଧ ଏବଂ ଅସ୍ଥିରତା ଠାରୁ ମୁକ୍ତି ଦେଇଥାଏ । ମଳକଣ୍ଟକ ରୋଗରୁ ଉପଶମ ଦେଇଥାଏ ।
ବିଶେଷଜ୍ଞଙ୍କ କହିବା ଅନୁସାରେ:
ଇନ୍ଦୋରର ଡାଇଟିସିଆନ ସଙ୍ଗୀତା ମାଲୁଙ୍କ କହିବା ଅନୁଯାୟୀ, ନିୟମିତ ଭାବେ ସୀମିତ ଭାବେ ଶୁଦ୍ଧ ଦେଶୀ ଘିଅ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । 2-3 ଚାମଚ ଘିଅ ଶରୀର ପାଇଁ ଇତ୍ତମ ଅଟେ କିନ୍ତୁ ଏହାଠାରୁ ଅତ୍ୟଧିକ ଶରୀରକୁ ରୋଗାଗ୍ରସ୍ତ କରିଥାଏ । ଦେଶୀ ଘିଅରେ କ୍ୟାଲସିୟମ, ଫସଫରସ୍, ମିନେରାଲ୍ସ, ପୋଟାସିୟମ୍, ପ୍ରୋଟିନ୍, ଭିଟାମିନ୍ A, K, E, D, ଓମେଗା 3 ଏବଂ ଓମେଗା 9 ଫ୍ୟାଟି ଏସିଡ୍ ପରି ପୋଷକ ତତ୍ତ୍ୱ ରହିଥାଏ । ଏଥିରେ ଆଣ୍ଟିଅକ୍ସିଡେଟିଭ୍ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ମଧ୍ୟ ଅଛି । ପୁଷ୍ଟିକର ଖାଦ୍ୟ ଯୋଗାଇବା ବ୍ୟତୀତ ଏହା ଶରୀରକୁ ଅନେକ ସଂକ୍ରମଣ ସହିତ ଲଢିବାରେ ସାହାଯ୍ୟ କରିଥାଏ ।