ହାଇଦ୍ରାବାଦ: ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଭଳି ଆଦି ଯୌଗିକ କାରଣରୁ ଶାରୀରିକ କାର୍ଯ୍ୟ ସଠିକ୍ ହୋଇଥାଏ । ଏହି ସବୁ ଉପାଦାନ ମଧ୍ୟ ଆଇରନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହାର ଅଭାବରେ ରକ୍ତହୀନତା ସୃଷ୍ଟି ହୋଇଥାଏ । ରକ୍ତରେ ହିମୋଗ୍ଲୋବିନ ସ୍ତର ସଠିକ୍ ରହିବା ପାଇଁ ଲୌହ ବା ଆଇରନର ଗୁରୁତ୍ୱପୂର୍ଣ୍ଣ । ଆଇରନ ରୋଗ ପ୍ରତିରୋଧକ ଶକ୍ତି, ସଠିକ କୋଷ ପରିଚାଳନା ଏବଂ ମାଂସପେଶୀକୁ ଦୃଢ କରିବା ଭଳି କାର୍ଯ୍ୟ କରେ । ହେଲେ ଏହାର ଅଭାବ ସ୍ବାସ୍ଥ୍ୟ ପାଇଁ ବିପଦ ଆଣିଦିଏ । ତେବେ କେଉଁ ବୟସର ଲୋକେ କେତେ ଆଇରନ୍ ନେବା ଉଚିତ୍, ଜାଣନ୍ତୁ
ଏହା ମଧ୍ୟ ପଢନ୍ତୁ:-World Unani Day: କେବଳ ଚିକିତ୍ସା ନୁହେଁ ସୁସ୍ଥ ଏବଂ ରୋଗମୁକ୍ତ ରଖେ ୟୁନାନି ଔଷଧ !
ବିଶେଷଜ୍ଞଙ୍କ ଅନୁଯାୟୀ ଆଇରନର ଅଭାବ ହେତୁ ଶରୀର ଦୁର୍ବଳ ହୋଇଯାଏ । ବୟସ ଅନୁପାତରେ ଖାଦ୍ୟରେ ଆଇରନ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ । ବୟସ ବଢିବା ସହିତ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ ଆଇରନର ପରିମାଣ ଅଧିକ ଆବଶ୍ୟକ ହୋଇଥାଏ । 6 ମାସର ଶିଶୁମାନେ 2.27 ମିଗ୍ରା ଆଇରନର ଆବଶ୍ୟକ କରନ୍ତି । ସେହିପରି 1ରୁ 3 ବର୍ଷର ପିଲାମାନେ 7 ମିଗ୍ରା, 4 ରୁ 8 ବର୍ଷ ବୟସର ପିଲାମାନଙ୍କୁ 10 ମିଗ୍ରା ଆଇରନ ଦରକାର ହୋଇଥାଏ ।