ହାଇଦ୍ରାବାଦ:ପ୍ରତ୍ୟେକ ପିତାମାତା ଚାହାଁନ୍ତି ଯେ, ସେମାନଙ୍କର ପିଲା ସୁସ୍ଥ ରୁହନ୍ତୁ । କିନ୍ତୁ ପ୍ରାୟତଃ ପିଲାମାନଙ୍କୁ ସର୍ବଦା ବିଭିନ୍ନ ପ୍ରକାରର ରୋଗ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ସ୍ବାସ୍ଥ୍ୟରେ ଅବନ୍ନୋତି ସାଙ୍ଗକୁ ପାଠପଢା ମଧ୍ୟ ବ୍ୟାହାତ ହୋଇଥାଏ । ତେଣୁ ପିଲାଟି ବେଳୁ ସେମାନଙ୍କ ଯତ୍ନ ନେବା ଆବଶ୍ୟକ । ପିଲାମାନଙ୍କଠାରେ ଦେଖାଯାଉଥିବା ସମସ୍ୟା ମଧ୍ୟରେ ଆଇରନ୍ ବା ଲୌହ ଅଭାବ ଅନ୍ୟତମ । ତେଣୁ ପିଲାମାଙ୍କର ଆଇରନ୍ର ଅଭାବ ଅଛି, ଜାଣିବେ କେମିତି...? ପଢନ୍ତୁ ଏହି ରିପୋର୍ଟ..
ଆଇରନ୍ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଶରୀରର ଲୌହ ଅଭାବ ହେଲେ ପିଲାମାନେ ଅନେକ ରୋଗର ଶିକାର ହୋଇପାରନ୍ତି । ବିଶେଷଜ୍ଞମାନେ କହନ୍ତି ଯେ, ପିଲାମାନଙ୍କୁ ଲୌହା ଅଭାବରୁ ରକ୍ଷା କରିବା ପାଇଁ ସେମାନଙ୍କୁ ସବୁଜ ପତ୍ରଯୁକ୍ତ ପନିପରିବା, ଶୁଖିଲା ଫଳ ଖାଇବାକୁ ଦେବା ଉଚିତ୍ । ଆଇରନ୍ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଯାହା ଶରୀରର ବିକାଶ ପାଇଁ ନିହାତି ଆବଶ୍ୟକ । ଯଦି ପିଲାଟି ପାଖରେ ଲୌହର ଅଭାବ ଥାଏ, ତେବେ ସେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରେ ।
ବିଶେଷଜ୍ଞମାନେ କହନ୍ତି ଯେ, ଲୌହ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଶକ୍ତି ଯୋଗାଇଥାଏ । ମାତ୍ର ଶରୀର ନିଜେ ଆଇରନ୍ ତିଆରି କରିପାରେ ନାହିଁ । ତେଣୁ ଏହା ଖାଦ୍ୟ ଦ୍ୱାରା ପ୍ରାପ୍ତ ହୋଇଥାଏ । ଯଦି ଶରୀରରେ ସଠିକ୍ ପରିମାଣର ଲୌହ ନଥାଏ, ତେବେ ପିଲାମାନେ ମଧ୍ୟ ରକ୍ତହୀନତାର ଶିକାର ହୋଇପାରନ୍ତି । ଏହା ବ୍ୟତୀତ, ମାଢି ମଧ୍ୟ କଳା ହୋଇଯିବା, ଓଜନ କମିବା ଆରମ୍ଭ କରେ ଏବଂ ପିଲା ବାରମ୍ବାର ଅସୁସ୍ଥ ହୋଇଯାଏ । ଏପରି ପରିସ୍ଥିତିରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଆଇରନ୍ ଅଭାବ ଶିଶୁର ବିକାଶକୁ ମଧ୍ୟ ପ୍ରଭାବିତ କରିଥାଏ ।