ହାଇଦ୍ରାବାଦ: ସମୟ ସହିତ ବଦଳିଛି ଚିତ୍ର । ଏବେ ଆଉ ବାଳିକା ଅବଳା କି ଦୁର୍ବଳା ନାହାନ୍ତି । ଏବେ ସବୁ କ୍ଷେତ୍ରରେ ଆଗରେ ବାଳିକା । ଜୀବନର ସମସ୍ତ ଆହ୍ବାନକୁ ସହଜରେ ଗ୍ରହଣ କରନ୍ତି ବାଳିକା । ମାଟିରୁ ଆକାଶ ଏବଂ ଘୋର କୋଣରୁ ମହାକାଶର ସବୁଠାରେ ପ୍ରଶଂସାର ପାତ୍ର ସାଜିଛନ୍ତି ବାଳିକା । ଦିନ ଥିଲା ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହେଉଥିଲା ଝିଅଟିଏ । ଝିଅମାନେ ଘରେ ରହି ଘରକାମ କରୁଥିଲେ ହେଲେ ଆଜି ଦେଶ ସମ୍ଭାଳୁଛନ୍ତି ମହିଳା । ଦେଶସେବା, ଦେଶରକ୍ଷା ଏବଂ ଦେଶକୁ ପରିଚାଳନା କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ରହୁଛି । ତେବେ କେତେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଆଜି ମଧ୍ୟ ଲିଙ୍ଗଗତ ଅସମାନତା ଦେଖାଯାଉଛି ।
ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତିଟି ଝିଅ ପାଠ ପଢ଼ିବେ, ଶିକ୍ଷିତ ହେବେ, ସମାନ ଅଧିକାର ପାଇବା ସହ କିପରି ସମାଜ କଲ୍ୟାଣ ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ସେ' ବାବଦରେ ଧ୍ୟାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅକ୍ଟୋବର 11 ତାରିଖରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଏ। ବିଳାକାମାନଙ୍କୁ ସୋମାନଙ୍କ ଅଧିକାର, ଆହ୍ବାନ ଏବଂ ସୁଯୋଗ ବିଷୟରେ ଅବଗତ କରାଇବା ପାଇଁ ବିଶ୍ବ ଶିଶୁକନ୍ୟା ଦିବସ ପାଳନ କରାଯାଏ । ଏହା କେବଳ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ଏହା ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଝିଅମାନଙ୍କୁ ଏକ ନିରାପଦ ପରିବେଶ ଯୋଗାଇବା ପାଇଁ ପ୍ରୋତ୍ସାହିତ କରିଥାଏ ।
ଏହା ମଧ୍ୟ ପଢନ୍ତୁ: International Day of Girl Child 2022: ଶିଶୁକନ୍ୟାକୁ ବୋଝ ନୁହେଁ ଆଶିର୍ବାଦ ଭାବନ୍ତୁ