ଓଡିଶା

odisha

International Epidemic Preparedness Day: ଆଗୁଆ ସଚେତନ ଦୂର କରିବ ମହାମାରୀ ବିପଦ

By

Published : Dec 27, 2022, 1:38 PM IST

ପ୍ରତିବର୍ଷ ଡିସେମ୍ବର 27 ରେ ପାଳନ ହୁଏ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ(International Day of Epidemic Preparedness 2022) । ଜାଣନ୍ତୁ କେବେଠାରୁ ଏହି ଦିବସ ପାଳନ କରାଯାଉଛି ଏବଂ କଣ ରହିଛି ଦିବସ ପାଳନ ପଛର ଉଦ୍ଦେଶ୍ୟ...

ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ
International Epidemic Preparedness Day

ହାଇଦ୍ରାବାଦ: ମହାମାରୀ କୋରୋନା ସଂକ୍ରମଣ ପରଠାରୁ ପ୍ରତିବର୍ଷ ଡିସେମ୍ବର 27ରେ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ(International Day of Epidemic Preparedness 2022) ପାଳନ କରାଯାଉଛି । ଦେଶ ତଥା ବିଶ୍ବର ପ୍ରତ୍ୟେକ ଦେଶର ସରକାର, ସ୍ୱାସ୍ଥ୍ୟ ସଂଗଠନ ତଥା ସାଧାରଣ ଲୋକେ କିପରି କୋଭିଡ ସଚେତନତା ସହ ଅନ୍ୟାନ୍ୟ ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ରହିବେ ସେହି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ ।

ଭୂତାଣୁ ପ୍ରଭାବରୁ ଆରମ୍ଭ ହୋଇଥିବା କୋଭିଡ ମହାମାରୀ କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୁହେଁ ବରଂ ଅର୍ଥନୈତିକ ଏବଂ ସାମାଜିକ କ୍ଷେତ୍ରରେ ମଧ୍ୟ ପ୍ରଭାବିତ କରିଛି । ଏହାର ପ୍ରଭାବ ପରେ 2020 ମସିହାରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ ତୃତୀୟ ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ପାଳନ କରାଯାଉଛି ।

ଉଦ୍ଦେଶ୍ୟ

କେବଳ ମହାମାରୀକୁ ରୋକିବା ଉଦ୍ଦେଶ୍ୟରେ ନୁହେଁ ଏହାର ନିରାକରଣ ପାଇଁ ପ୍ରସ୍ତୁତ ହେବା ଏବଂ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମଧ୍ୟ ମହାମାରୀ ସଚେତନତା ଦିବସ ପାଳନ କରାଯାଏ । ବାସ୍ତବରେ, ମହାମାରୀ ସମ୍ବନ୍ଧୀୟ ଭୁଲ ଗୁଜବ ଯୋଗୁଁ ବେଳେବେଳେ ପରିସ୍ଥିତି ଗମ୍ଭୀର ରୂପ ନେଇଥାଏ । ଏସବୁ ଗୁଜବକୁ ମଧ୍ୟ ରୋକିବା ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ ।

ସେହିପରି ସଂକ୍ରମଣକୁ ରୋକିବା ପାଇଁ ଚିକିତ୍ସା କ୍ଷେତ୍ରରେ କରାଯାଉଥିବା ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ କିପରି ପହଞ୍ଚାଯାଇ ପାରିବ ସେ ଉପରେ ଦୃଷ୍ଟି ଦିଆଯାଇ ଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି, ସିଷ୍ଟମରେ ବିନିଯୋଗ କରିବା, ଯାହା ରୋଗର ଚିହ୍ନଟ, ପ୍ରତିରୋଧ ତଥା ଏହାର ମୁକାବିଲା କରିବାରେ ସାହାଯ୍ୟ କରିପାରିବ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରୟାସ:-

ଅନ୍ତର୍ଜାତୀୟ ମହାମାରୀ ପ୍ରସ୍ତୁତି ଦିବସ ଅବସରରେ ମିଳିତ ଜାତିସଂଘ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ମହାମାରୀର ପ୍ରତିକ୍ରିୟାକୁ ସମନ୍ୱିତ କରିବା ଏବଂ ଏହାର ପ୍ରଭାବକୁ ରୋକିବା ପାଇଁ ମିଳିତ ଜାତିସଂଘର ବ୍ୟବସ୍ଥା, ବିଶେଷ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଦେଶ ଅନୁଯାୟୀ ହୋଇଥାଏ । ସଂକ୍ରାମକ ରୋଗ, ମହାମାରୀର ଏବଂ ଏହାର ସମାଧାନ ପାଇଁ ଜାତୀୟ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ଉଦ୍ୟମକୁ ସମର୍ଥନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବିଶ୍ବର ପ୍ରମୁଖ ମହାମାରୀ:-

ମହାମାରୀ ମଧ୍ୟ ବିପଜ୍ଜନକ ବୋଲି ବିବେଚନା କରାଯାଏ କାରଣ ଏହା ଅଳ୍ପ ସମୟ ମଧ୍ୟରେ ବହୁ ପରିମାଣରେ ଲୋକଙ୍କ ମଧ୍ୟରେ ଶୀଘ୍ର ବ୍ୟାପିଥାଏ । ଯଦିଓ କୋଭିଡ-19କୁ ସବୁଠୁ ବଡ ମହାମାରୀ ଭାବରେ ବିବେଚନା କରାଯାଉ ଥିଲେ ମଧ୍ୟ ଏହା ପୂର୍ବରୁ ପୃଥିବୀର ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗ ହେବାର ଆଶଙ୍କା ରହିଥିଲା, ଯାହାକୁ ମହାମାରୀ ଭାବରେ ମଧ୍ୟ ସମ୍ବୋଧିତ କରାଯାଇଥିଲା । ସେଥିରୁ କେତେକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • 2019 ମସିହାରେ, ଲାସା ଜ୍ୱର କାରଣରୁ ନାଇଜେରିଆରେ ଏକ ମହାମାରୀ ହୋଇଥିଲା ।
  • 2019 ରେ ମଧ୍ୟ କୁଆଲା କୋହ ମିଲେସ୍ ମାଲେସିଆରେ ବ୍ୟାପି ଯାଇଥିଲା ।
  • 2018 ମସିହାରେ, ନିପା ଭାଇରସ ସଂକ୍ରମଣ ଭାରତର କେରଳରେ ବ୍ୟାପିଗଲା ।
  • 2017 ମସିହାରେ, ଉତ୍ତରପ୍ରଦେଶରେ ଜାପାନିଜ ଏନସେଫାଲାଇଟିସ୍ ରୋଗ ହୋଇଥିଲା ।
  • 2015 ରୁ 2016 ମଧ୍ୟରେ ଜିକା ଭାଇରସ ସଂକ୍ରମଣ ଦୁନିଆର ଅନେକ ଦେଶରେ ବ୍ୟାପିଗଲା ।
  • 2015 ମସିହାରେ ସ୍ୱାଇନ୍ ଫ୍ଲୁ ଭାରତରେ ବ୍ୟାପିଗଲା ।
  • 2014 ମସିହାରେ ହେପାଟାଇଟିସ୍-ଏ କାରଣରୁ ଜଣ୍ଡିସ୍ ଭାରତର ଓଡିଶାରେ ବ୍ୟାପି ଯାଇଥିଲା ।
  • 2013 ମସିହାରେ, ଆମେରିକାରେ ଚିକେନଗୁନିଆ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିଥିଲା ।

ପୂର୍ବରୁ ମଧ୍ୟ ଏହିସବୁ ସଂକ୍ରାମକ ରୋଗ ବ୍ୟାପିଥିଲେ ମଧ୍ୟ ମହାମାରୀ କୋରୋନା ସମଗ୍ର ବିଶ୍ବକୁ ଏକପ୍ରକାର କବଳିତ କରିଦେଇଥିଲା । ବର୍ତ୍ତମାନ ମଧ୍ୟ ଏହାର ଭୟାବହତା ହ୍ରାସ ପାଉନାହିଁ । ତେଣୁ ମୁକାବିଲା ପାଇଁ ମହାମାରୀ ଦିବସର ଆବଶ୍ୟକତା ରହିଛି ନିଶ୍ଚୟ ।

ABOUT THE AUTHOR

...view details