ଓଡିଶା

odisha

ETV Bharat / sukhibhava

international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ - ଓବଷ୍ଟ୍ରେଟିକ ଫିଷ୍ଟୁଲାର କାରଣ

ଅସାବଧାନତା ହେତୁ ପ୍ରସୂତିମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ ଏହି ଓବଷ୍ଟ୍ରେଟିକ ଫିଷ୍ଟୁଲା । ଜାଣନ୍ତୁ କିଭଳି ମୁକ୍ତି ପାଇବେ । ଅଧିକ ପଢ଼ନ୍ତୁ

international day to end obstetric fistula
international day to end obstetric fistula

By

Published : May 23, 2023, 6:06 AM IST

ହାଇଦ୍ରାବାଦ:କିଛି ମହିଳାଙ୍କ କ୍ଷେତ୍ରରେ ପ୍ରସବ ଜନିତ ସମସ୍ୟା ରହିଥାଏ। ଅସୁରକ୍ଷିତ ପ୍ରସବ କିମ୍ବା ପ୍ରସବ ସମୟରେ ଜଟିଳତା ହେତୁ ଅନେକ ମହିଳାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ । ସେଥିମଧ୍ୟରୁ ଗୋଟିଏ ହେଉଛି "ଓବଷ୍ଟ୍ରେଟିକ ଫିଷ୍ଟୁଲା" । ଏହାକୁ ରୋକିବା ଏବଂ ଏହାର ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ନେତୃତ୍ବରେ ପ୍ରତିବର୍ଷ ମେ 23 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ ।

2030 ମସିହା ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ: କୁହାଯାଏ ଗୋଟିଏ ଛୁଆକୁ ଜନ୍ମ ଦେବା ମାଆ ପାଇଁ ମଧ୍ୟ ଏକ ନୂଆ ଜନ୍ମ ପରି ଅଟେ । ତେଣୁ ପ୍ରସବ ପୂର୍ବରୁ ଏବଂ ପରେ ଜଣେ ମହିଳାଙ୍କ ବିଶେଷ ଯତ୍ନ ନେବା ପାଇଁ କୁହାଯାଇଥାଏ । କାରଣ ପ୍ରସବ ସମୟରେ କିଛି ତ୍ରୁଟି ଏବଂ ପ୍ରସବ ପରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଅଭାବରୁ ମହିଳାମାନଙ୍କୁ ମଧ୍ୟ ଅନେକ ଗମ୍ଭୀର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଓବଷ୍ଟ୍ରେଟିକ ଫିଷ୍ଟୁଲା ଏଭଳି ଏକ ସମସ୍ୟା ଯାହା କି ଜଟିଳ ପ୍ରସବ ସମୟରେ ଉପଯୁକ୍ତ ଯତ୍ନର ଅଭାବରୁ ମାଆ ଉପରେ ପ୍ରଭାବ ପଡିଥାଏ । ଯଦିଓ ଏହାର ଚିକିତ୍ସା ସମ୍ଭବ କିନ୍ତୁ ଏହାର ସମସ୍ୟା ଏବଂ ଚିକିତ୍ସା ବିଷୟରେ ସଚେତନତା ଅଭାବ, ସାମାଜିକ ଏବଂ ଅର୍ଥନୈତିକ ସମେତ ଅନେକ କାରଣରୁ ମହିଳାମାନେ ଏହାର ଚିକିତ୍ସା ଠିକ୍ ସମୟରେ ପାଇପାରନ୍ତି ନାହିଁ । ପ୍ରତିବର୍ଷ ମେ' 23 ତାରିଖରେ ଓବଷ୍ଟ୍ରେଟିକ ଫିଷ୍ଟୁଲା ଦିବସ ପାଳନ କରାଯାଇଥାଏ । ଏହାର କାରଣ, ନିରାକରଣ, ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଇବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ । 2030 ମସିହା ଭିତରେ ଏହାକୁ ସମ୍ପୁର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

କଣ ଏହି ଓବଷ୍ଟ୍ରେଟିକ ଫିଷ୍ଟୁଲା: ଛୁଆ ଜନ୍ମ ସମୟରେ ଓବଷ୍ଟ୍ରେଟିକ ଫିଷ୍ଟୁଲା ଭଳି ଜଟିଳ ରୋଗ ଦେଖାଯାଇଥାଏ । ଛୁଆ ଜନ୍ମ ସମୟରେ ବ୍ଲାଡକ କିମ୍ବା ବାର୍ଥ କେନାଲରେ ଶକ୍ତ ଆଘାତ ଲାଗିଥାଏ । ଅଳ୍ପ ବୟସରେ ପ୍ରସବ, ଦୀର୍ଘ ସମୟ ଧରି ପ୍ରସବ ବେଦନା ସହ୍ୟ କରିବା, ଆବଶ୍ୟକ ସମୟରେ ଆବଶ୍ୟକ ଚିକିତ୍ସା ସହାୟତା ନ ପାଇବା, ଆବଶ୍ୟକତା ସତ୍ତ୍ବେ ସିଟାଇପ ସର୍ଜରୀ ନକରିବା ଫଳରେ ଶିଶୁର ମୁଣ୍ଡ ଏବଂ ପେଲଭିକ୍ ବୋନ ମଧ୍ୟରେ କିଛି ଟିସୁ ପ୍ରଭାବିତ ହୋଇଥାଏ। ଫଳରେ ସେମାନଙ୍କ ମଧ୍ୟରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ। ଏହି ଅବସ୍ଥାରେ ଗର୍ଭବତୀ ମହିଳାଙ୍କ ବ୍ଲାଡର ମଧ୍ୟରେ ଏକ ଛିଦ୍ର ସୃଷ୍ଟି କରେ । ଏହି ସମସ୍ୟା ହେତୁ ପୀଡିତାର ମୂତ୍ର ଏବଂ ମଳ ଅନିୟନ୍ତ୍ରିତ ହୋଇଯାଏ। ନିୟନ୍ତ୍ରଣ ହୋଇନଥାଏ । ଏହି ସମସ୍ୟାକୁ ପ୍ରସୂତି ଫିଷ୍ଟୁଲା କୁହାଯାଏ। ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ, କମ ବୟସରେ ଗର୍ଭବତୀ, ଅଧିକ ପ୍ରସବ ଯନ୍ତଣା, କୁପୋଷଣ, ଗରିବ ଏବଂ ସଚେତନତାର ଅଭାବ ଏହାର ପ୍ରଧାନ କାରଣ ଅଟେ।

ସ୍ବାସ୍ଥ୍ୟ ଉପରେ ଏହି ପ୍ରଭାବ ପଡିଥାଏ:ମୁଖ୍ୟତଃ ଅବିଶିତ ଦେଶର ମହିଳାମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପ୍ରତି 1000 ଗର୍ଭବତୀଙ୍କ ମଧ୍ୟରୁ 3ଜଣଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଆକଳନ ଅନୁଯାୟୀ ସାହାରା ଆଫ୍ରିକା, ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ, ଆରବ ରାଜ୍ୟ, ଲାଟିନ୍ ଆମେରିକା ଏବଂ କାରିବିଆନ ଭଳି ସ୍ଥାନରେ ପ୍ରାୟ 55,000ରୁ ଅଧିକ ମାମଲା ରହିଛି । ପ୍ରତିବର୍ଷ ହଜାର ହଜାର ପ୍ରସୂତି ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହା ଦ୍ବାରା ମହିଳାମାନଙ୍କର ସାମାଜିକ ଏବଂ ମାସିନିକ କ୍ଷେତ୍ରରେ ପ୍ରଭାବ ପକାଇଥାଏ। ଏହି ଅବସ୍ଥା ବେଳେବେଳେ ସଂକ୍ରମଣ, ଅଲସର, କିଡନୀ ରୋଗ, ଯନ୍ତ୍ରଣାଦାୟକ ଘା ଭଳି ସମସ୍ୟା ସୃଷ୍ଟି କରିଥାଏ । କେତେକ କ୍ଷେତ୍ରରେ ପ୍ରସୂତିମାନେ ମୃତ୍ୟୁମୁଖରେ ବି ପଡ଼ିଥାଆନ୍ତି ।

ନିରାକରଣ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଠିକ୍ ସମୟରେ ଯତ୍ନ ଏବଂ ଚିକିତ୍ସା ଦ୍ୱାରା ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇପାରିବ। ଅଳ୍ପ ବୟସରେ ଗର୍ଭବତୀ ନହେବା ଏବଂ ଗର୍ଭଧାରଣ ସମୟରେ ଏବଂ ପ୍ରସବ ସମୟରେ ମହିଳାଙ୍କୁ ଆବଶ୍ୟକ ପ୍ରସୂତି ଚିକିତ୍ସା କରିବା, ପ୍ରସବ ସମୟରେ ଏହିପରି କିଛି ପରମ୍ପରାକୁ ଏଡାଇବା ଦ୍ବାରା ଏଭଳି ସମସ୍ୟାକୁ ରୋକା ଯାଇପାରିବ । ଉଲ୍ଲେଖନୀୟ ବିଷୟ ହେଉଛି, ଓବଷ୍ଟ୍ରେଟିକ ଅସ୍ତ୍ରପୋଚାର ମାଧ୍ୟମରେ ମଧ୍ୟ ସମ୍ଭବ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details