ଓଡିଶା

odisha

International Day of Persons with Disabilities: ଦିବ୍ୟ ଅଙ୍ଗରେ ଗଢା ଦିବ୍ୟାଙ୍ଗ, ସେମାନଙ୍କୁ ହୀନ ମଣିବା ଏକ ମୁର୍ଖତା

By

Published : Dec 3, 2021, 2:27 PM IST

Updated : Dec 3, 2021, 7:47 PM IST

ଆଜି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ(International Day of Persons with Disabilities 2021) । ସମାଜର ମୁଖ୍ୟସ୍ରୋତରେ ଭିନ୍ନକ୍ଷମଙ୍କୁ ସାମିଲ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଅଧିକ ପଢନ୍ତୁ

International Day of Persons with Disabilities: ଦିବ୍ୟ ଅଙ୍ଗରେ ଗଢା ଦିବ୍ୟାଙ୍ଗ, ସେମାନଙ୍କୁ ଅବହେଳା ଏକ ମୁର୍ଖତା
International Day of Persons with Disabilities: ଦିବ୍ୟ ଅଙ୍ଗରେ ଗଢା ଦିବ୍ୟାଙ୍ଗ, ସେମାନଙ୍କୁ ଅବହେଳା ଏକ ମୁର୍ଖତା

ହାଇଦ୍ରାବାଦ: ଯେଉଁମାନେ ସମାଜରେ ଭିନ୍ନକ୍ଷମ ସେମାନଙ୍କ ପାଖରେ ଥାଏ ଭିନ୍ନ ଏକ କ୍ଷମତାର ପରିଚୟ । ସେଥିପାଇଁ ସେମାନଙ୍କର ଆଉ ଏକ ନାମ ଦିବ୍ୟାଙ୍ଗ । ନିଶ୍ଚିତ ରୂପେ ଏମାନେ ଦିବ୍ୟ ଅଙ୍ଗରେ ଗଠିତ । କାରଣ ସମାଜରେ ଅଧିକାଂଶ ଦିବ୍ୟାଙ୍ଗ ବ୍ୟକ୍ତି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ନାଚ, ଗୀତ ଠାରୁ ଆରମ୍ଭ କରି ପ୍ରଶାସନିକ ଦାୟିତ୍ବ ମଧ୍ୟ ତୁଲାଉଛନ୍ତି । ତେଣୁ ଭିନ୍ନକ୍ଷମ କହି ଏହି ବ୍ୟକ୍ତିମାନଙ୍କୁ ତୁଚ୍ଛ କରିଦେବା ଭୁଲ୍ ବୋଲି ସାରା ଦୁନିଆକୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 3 ରେ ପାଳନ ହେଉଛି ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ(International Day of Persons with Disabilities 2021) ।

ସାମାଜିକ, ରାଜନୈତାକ, ସାଂସ୍କୃତିକ ଏବଂ ଆର୍ଥିକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସ୍ଥିତି ସମ୍ପର୍କରେ ଏହି ଦିବସ ସଚେତନତା ସୃଷ୍ଟି କରେ । ପ୍ରତିବର୍ଷ ଏହି ଦିବସ ପାଳନ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘ ମିଳିତ ଭାବେ କାମ କରିଥାନ୍ତି । କିଭଳି ଭିନ୍ନକ୍ଷମ ବ୍ୟକ୍ତିମାନେ ସମାଜରେ ଅନ୍ୟମାନଙ୍କ ପରି ସେମାନଙ୍କ ଅଧିକାରଗୁଡିକୁ ପାଇପାରିବେ ତା ଉପରେ ଗୁରୁତ୍ବ ଦିଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିବର୍ଷ ଏହି ଦିବସର ବିଷୟ ରଖିଥାଏ । ଚଳିତ ବର୍ଷ 'ଏକ ସମ୍ମିଳିତ, ସୁଗମ ଓ ସ୍ଥାୟୀ କୋଭିଡ-19 ପରବର୍ତ୍ତୀ ବିଶ୍ବ ପ୍ରତି ଭିନ୍ନକ୍ଷମ ବ୍ୟକ୍ତିଙ୍କ ନେତୃତ୍ବ ଓ ଅଂଶଗ୍ରହଣ' ବିଷୟ ରଖିଛି ।

ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ବର ଜନସଂଖ୍ୟା ପ୍ରାୟ 700 କୋଟି । ଏଥିମଧ୍ୟରୁ ପ୍ରାୟ 100 କୋଟି ବା 15 ପ୍ରତିଶତ ଲୋକ ବିଭିନ୍ନ ପ୍ରକାର ଅକ୍ଷମତାର ପୀଡିତ ଅଛନ୍ତି । ଏମାନଙ୍କ ମଧ୍ୟରୁ 80 ପ୍ରତିଶତ ବ୍ୟକ୍ତି ବିକାଶଶୀଳ ଦେଶଗୁଡିକରେ ବାସ କରନ୍ତି ।

ଏହା ଦୁର୍ଭାଗ୍ୟଜନକ ଯେ, ଆଜି ବି ଆମ ସମାଜର ଲୋକମାନେ ତଥାପି ଭିନ୍ନକ୍ଷମଙ୍କ ପ୍ରତି ଭେଦଭାବ କରନ୍ତି, ସେମାନଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖନ୍ତି ଏବଂ ସେମାନଙ୍କୁ ପରିହାସ କରନ୍ତି । କିନ୍ତୁ ସେମାନେ ଯେ ଆମ ସମାଜର ଏକ ଅଂଶ ଏବଂ ସେମାନଙ୍କୁ ସମାନ ବ୍ୟବହାର କରାଯିବା ଉଚିତ୍ ବୋଲି କେତେକ ଭୁଲି ଯାଆନ୍ତି । ପୃଥିବୀର ବିଭିନ୍ନ ସ୍ଥାନରୁ ଭିନ୍ନକ୍ଷମମାନଙ୍କର ଅନେକ ଉଦାହରଣ ଅଛି, ଯେଉଁମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ହେତୁ ନିଜ ଜୀବନରେ ଅନେକ ମାନ୍ୟତା ହାସଲ କରିଛନ୍ତି । ସ୍ବତନ୍ତ୍ର ଦକ୍ଷ ବ୍ୟକ୍ତିମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇନପାରନ୍ତି । ପ୍ରାରମ୍ଭରେ ସେମାନେ ସାହାଯ୍ୟ ଆବଶ୍ୟକ କରନ୍ତି, କିନ୍ତୁ ଧୀରେ ଧୀରେ, ସେମାନେ ନିଜ ନିଜର ଦୈନନ୍ଦିନ କାର୍ଯ୍ୟକଳାପକୁ ନିଜେ ଶିଖିଯାଇଥାନ୍ତି । ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡେନାହିଁ ।

ତେବେ ଅକ୍ଷମତା କଣ ଆସନ୍ତୁ ଜାଣିବା:-

ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (CDC) ଅନୁଯାୟୀ, ଅକ୍ଷମତା ଶରୀର କିମ୍ବା ମନର ଯେକୌଣସି ଅବସ୍ଥା ବା ଦୁର୍ବଳତା । ଯାହାକି କୌଣସି ଏକ ବ୍ୟକ୍ତିକୁ କିଛି କାର୍ଯ୍ୟକଳାପ କରିବା କିମ୍ବା ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାରେ ବାଧକ ସୃଷ୍ଟି କରିଥାଏ । ସେଗୁଡିକ ପ୍ରତିବନ୍ଧକ କୁହାଯାଏ ।

ଅନେକ ପ୍ରକାରର ଅକ୍ଷମତା ଅଛି, ଯେପରିକି:-

ଦେଖିବା

ଚାଲିବା

ଚିନ୍ତା କରିବା

ମନେରଖିବା

ଶିଖିବା

ଯୋଗାଯୋଗ କରିବା

ଶୁଣିବା

ମାନସିକ ସ୍ୱାସ୍ଥ୍ୟ

ସାମାଜିକ ସମ୍ପର୍କ ଇତ୍ୟାଦି...

WHO ଅନୁଯାୟୀ, ଅକ୍ଷମତାର ତିନୋଟି ଆକାର ଅଛି:-

1. ବ୍ୟକ୍ତିର ଶରୀର ଗଠନ କିମ୍ବା କାର୍ଯ୍ୟରେ, କିମ୍ବା ମାନସିକ କାର୍ଯ୍ୟରେ ଦୁର୍ବଳତା । ଦୁର୍ବଳତାର ଉଦାହରଣ ମଧ୍ୟରେ ଗୋଟିଏ ଅଙ୍ଗ ନଷ୍ଟ ହେବା, ଦୃଷ୍ଟି ଶକ୍ତି ହରାଇବା କିମ୍ବା ସ୍ମୃତି ଶକ୍ତି ହ୍ରାସ ।

2. କାର୍ଯ୍ୟକଳାପ ସୀମିତତା । ଯେପରିକି ଦେଖିବା, ଶୁଣିବା, ଚାଲିବା କିମ୍ବା ସମସ୍ୟା ସମାଧାନ କରିବାରେ ଅସୁବିଧା ।

3. ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପରେ ଅଂଶଗ୍ରହଣ ପ୍ରତିବନ୍ଧକ, ଯେପରିକି କାର୍ଯ୍ୟ କରିବା, ସାମାଜିକ ଏବଂ ମନୋରଞ୍ଜନ କାର୍ଯ୍ୟରେ ନିୟୋଜିତ ହେବା ଏବଂ ନିଜର ଯତ୍ନ ନେବାରେ ବାଧା ସୃଷ୍ଟି ହେବା ।

ତେବେ ଏସବୁ ଗୋଟିଏ ଗୋଟିଏ ରୋଗ କହିଲେ ଭୁଲ୍ ହେବ ନାହିଁ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । ତେଣୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅବହେଳିତ ନ କରି ସେମାନଙ୍କୁ ମଧ୍ୟ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପ୍ରତିଟି ନାଗରିକଙ୍କ କର୍ତ୍ତବ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2021, 7:47 PM IST

ABOUT THE AUTHOR

...view details