ହାଇଦ୍ରାବାଦ:ଏମିତିଅନେକ କାରଣ ଅଛି ଯେଉଁଥି ପାଇଁ ଯୁବକମାନେ ନିଶା ସେବନ କରୁଛନ୍ତି। ନିଶା ସେବନର କୁପ୍ରଭାବ ସମାଜ ଉପରେ ଏତେ ମାତ୍ରାରେ ରହିଛି ଯେ, ପିଢି ପରେ ପିଢି ବିନାଶ ଆଡକୁ ଗତି କରୁଛନ୍ତି। ସମସ୍ତଙ୍କୁ ଡ୍ରଗ୍ସରୁ ରକ୍ଷା କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ 26 ତାରିଖରେ ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୋଧରେ ଆନ୍ତର୍ଜାତୀୟ ଦିବସ ପାଳନ କରାଯାଏ। 7 ସେପ୍ଟେମ୍ବର 1987 ରେ ଜାତିସଂଘ ସାଧାରଣ ସଭା ଏକ ପ୍ରସ୍ତାବ ଗ୍ରହଣ କଲା। ବେଆଇନ ବ୍ୟବହାର ତଥା ଡ୍ରଗ୍ସ କାରବାରକୁ ରୋକିବା ପାଇଁ ପ୍ରତିବର୍ଷ ଆନ୍ତର୍ଜାତୀୟ ଡ୍ରଗ୍ ନିରୋଧ ଦିବସ ପାଳନ ଉପରେ ଆଲୋଚନା କରାଯାଇଥିଲା।
ଅନ୍ତରାଷ୍ଟ୍ରୀୟ ନିଶା ବିରୋଧି ଦିବସର ଇତିହାସ:ଅନେକ ଯୁବକ ଏବଂ କିଶୋର ଅଛନ୍ତି ଯେଉଁମାନେ ଆଜିକାଲି ଡ୍ରଗ୍ସ ବ୍ୟବହାର କରନ୍ତି। କହିବାକୁ ଗଲେ କିଶୋରମାନଙ୍କ କ୍ଷେତ୍ରରେ ନିଶା ସେବନ ବୃଦ୍ଧି ପାଇବାରେ ଲାଗିଛି। ଏହାସହ ଅନେକ ଔଷଧ ମଧ୍ୟ ଗ୍ରହଣ କରିଥାଆନ୍ତି। ଅଜ୍ଞତା ଅଭାବରୁ ନିଜ ଜୀବନକୁ ବିପଦରେ ପକାଇଥାଆନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହାସହ ବେଆଇନ ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। 7 ସେପ୍ଟେମ୍ବର 1987 ରେ, ମିଳିତ ଜାତିସଂଘ ସମାଜକୁ ଡ୍ରଗ୍ ମୁକ୍ତ କରିବା ପାଇଁ ଏକ ସଂକଳ୍ପ ଦାଖଲ କରିଥିଲା। ଏହି ନିଷ୍ପତ୍ତିରେ 26 ଜୁନ୍ ଦିନ ଡ୍ରଗ୍ସ ବିରୋଧରେ ଅନ୍ତର୍ଜାତୀୟ ଦିବସ ପାଳନ କରିବାକୁ କୁହାଯାଇଥିଲା। ଯାହା ସମସ୍ତ ଦେଶ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଡ୍ରଗ ବିରୋଧରେ ଅନ୍ତର୍ଜାତୀୟ ଦିବସ ପ୍ରଥମ ଥର ପାଇଁ 26 ଜୁନରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ 26 ଜୁନ୍ ରେ ଏହି ଦିନ ପାଳନ କରାଯାଉଛି।