ଓଡିଶା

odisha

ETV Bharat / sukhibhava

ବ୍ୟୁଟି ପ୍ରଡକ୍ଟ କିଣୁଛନ୍ତି କି? ଏହି ଉପାଦାନକୁ ନିଶ୍ଚିତ ଯାଞ୍ଚ କରନ୍ତୁ - ସୁନ୍ଦର ତ୍ବଚା ପାଇଁ ଉପଯୋଗୀ ତେଲ

ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଅନେକ ପ୍ରକାର ପ୍ରଡକ୍ଟକୁ ବ୍ୟବହାର କରନ୍ତି । ତେବେ ଏହି ଉତ୍ପାଦ ଗୁଡ଼ିକୁ କିଣିବା ସମୟରେ ସେଥିରେ ଥିବା ଉପାଦାନ ସମ୍ପର୍କରେ ମଧ୍ୟ ଧାରଣା ଥିବା ଆବଶ୍ୟକ । କେଉଁ ଭିଟାମିନ ବା ତେଲର କଣ ଉପଯୋଗିତା ରହିଛି ଜାଣନ୍ତୁ

ବ୍ୟୁଟି ପ୍ରଡକ୍ଟ କିଣୁଛନ୍ତି କି?  ଏହି ଉପାଦାନକୁ ନିଶ୍ଚିତ ଯାଞ୍ଚ କରନ୍ତୁ
ବ୍ୟୁଟି ପ୍ରଡକ୍ଟ କିଣୁଛନ୍ତି କି? ଏହି ଉପାଦାନକୁ ନିଶ୍ଚିତ ଯାଞ୍ଚ କରନ୍ତୁ

By

Published : Mar 8, 2022, 8:49 PM IST

ହାଇଦ୍ରାବାଦ:କର୍ମବ୍ୟସ୍ତତା ମଧ୍ୟରେ ଆମେ ନିଜ ତ୍ବଚାର ସର୍ବାଦ ଯତ୍ନ ନେବା ସମ୍ଭବ ହୁଏ ନାହିଁ । ଫଳରେ ମୁହଁରେ ଦାଗ ହେବା ସହ ବ୍ରଣ ଭଳି ସମସ୍ୟା ଦେଖାଯାଏ । ଯାହାକି ମହିଳାଙ୍କ ସୌନ୍ଦର୍ଯ୍ୟକୁ କିଛିଟା କ୍ଷୁଣ୍ଣ କରିଥାଏ । ଏହି ସମୟରେ ଏହି ଦାଗକୁ ହଟାଇବା ପାଇଁ ଆମେ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିଥାଉ । ତେବେ ଏହି ସୌନ୍ଦର୍ଯ୍ୟ ପାଇଁ ଉତ୍ପାଦଗୁଡ଼ିକୁ କିଣିବା ସମୟରେ ନିଶ୍ଚିତ ଭାବରେ ଏହାର ଉପାଦାନକୁ ଯାଞ୍ଚ କରିବା ଆବଶ୍ୟକ ।

ପ୍ରାୟତଃ ଦାଗଗୁଡ଼ିକ ଶାରୀରିକ ଅସ୍ବାଭାବିକତା, କୁଞ୍ଚନତା ଏବଂ କୋମଳତା ସୃଷ୍ଟି କରିପାରେ । ଏହି ବ୍ରଣଗୁଡ଼ିକ ମାନସିକ ଚାପ ଉପରେ ମଧ୍ୟ ପ୍ରଭାବ ପକାଏ । ଯାହା ମହିଳାଙ୍କ ଆତ୍ମ ସମ୍ମାନ ଏବଂ ଆତ୍ମବିଶ୍ବାସକୁ ପ୍ରଭାବିତ କରିଥାଏ । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ କିଛି ବ୍ୟୁଟି ପ୍ରଡକ୍ଟର ଆବଶ୍ୟକ ରହିଥାଏ । ତେବେ ବଜାରରୁ ସର୍ବାଦ ଉତ୍କୃଷ୍ଟ ଧରଣର ଉତ୍ପାଦ କିଣିବା ଆବଶ୍ୟକ, ଯେହେତୁ ଏହାକୁ ଆମେ ତ୍ବଚାରେ ବ୍ୟବହାର କରିଥାଉ । ଏହାସହ ଏଥିରେ ଥିବା ଉପାଦାନର ଉପଯୋଗିତା ସମ୍ପର୍କରେ ମଧ୍ୟ ସମ୍ୟକ ଧାରଣା ରହିବା ଆବଶ୍ୟକ । ଫଳରେ ଆମେ ନିର୍ଦ୍ଦିଷ୍ଟ ସମସ୍ୟା ପାଇଁ ସଠିକ ପ୍ରଡକ୍ଟକୁ ବ୍ୟବହାର କରିପାରିବା ।

  1. ଭିଟାମିନ A:- ଭିଟାମିନ୍ Aର ରେଟିନୋଲ୍ ଏକ ପ୍ରାକୃତିକ ପ୍ରଭାବ ରହିଥାଏ । ଅକ୍ସିଡେସନ୍ ରୋକିବା ପାଇଁ ରେଟିନୋଲ୍ ପାଲମିଟିକ୍ ଏସିଡ୍ ସହିତ ଏକ ଏଷ୍ଟେରିଫିକେସନ୍ ପ୍ରକ୍ରିୟା ଦେଇ ଗତି କରେ । ଫଳରେ ଏଷ୍ଟରକୁ ସାଧାରଣତଃ ଭିଟାମିନ୍ ଏ ପାଲମିଟେଟ୍ କୁହାଯାଏ । ଯାହା ଚର୍ମର ଉପଯୁକ୍ତ ଅବଶୋଷଣ ପାଇଁ ମିଶ୍ରିତ । ଏହା ଚର୍ମର ନବୀକରଣ ଗୁଣ ପ୍ରଦର୍ଶନ କରେ ଏବଂ ଘନତା ବଢାଇଥାଏ । ଭିଟାମିନ୍ ଏ UV- କ୍ଷତିଗ୍ରସ୍ତ ଚର୍ମର ଚେହେରାକୁ ଉନ୍ନତ କରିଥାଏ ।
  2. ଭିଟାମିନ E:- ଏହାର ଶରୀର ଉପରେ ଅନେକ ପ୍ରଭାବ ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ କ୍ଷମତା ରହିଥାଏ । ଯାହାକି ସୁସ୍ଥ କୋଷକୁ କ୍ଷତି ହେବାରୁ ରୋକିଥାଏ । ଏହାସହ ଚର୍ମର କୋମଳତା ବୃଦ୍ଧି କରିଥାଏ । ସୂର୍ଯ୍ୟ କିରଣ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା କୋଷକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିଥାଏ ।
  3. କାମୋମାଇଲ ତେଲ:- କାମୋମାଇଲ୍ ତେଲ ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ । ଯାହା ଚର୍ମକୁ ସୁସ୍ଥ ରଖେ । ଚର୍ମ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଶାରୀରିକ ପରିସ୍ଥିତି ଦ୍ବାରା ଚାପଗ୍ରସ୍ତ ହେଲେ ଏହା ପ୍ରଭାବଶାଳୀ ହୋଇଥାଏ ।
  4. ଲାଭେଣ୍ଡର ତେଲ:- ଚର୍ମ ପାଇଁ ଲାଭେଣ୍ଡର ତେଲର ଏକାଧିକ ଲାଭ ରହିଛି । ଏଥିରେ ଚର୍ମ-କଣ୍ଡିସନର ଗୁଣ ଅଛି, ଯାହାକି ଚର୍ମକୁ ଚିକ୍କଣ କରେ
  5. ରୋଜମାରି ତେଲ:- ଏହାକୁ ଚର୍ମ-କଣ୍ଡିସନିଂ ପାଇଁ ବ୍ୟବହାର କରାଯାଏ ।
  6. କାଲେନ୍ଦୁଲା ତେଲ:- ଏହି ତେଲ କ୍ଷତିଗ୍ରସ୍ତ ଚର୍ମର କୋଷକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରେ । ଚର୍ମ ସଂକ୍ରମଣ ଆଦି ଅନେକ ସମସ୍ୟାରୁ ରକ୍ଷା କରିବାରେ ଏହି ତେଲ ସହାୟକ ହୁଏ ।

ସୌନ୍ଦର୍ଯ୍ୟ ପାଇଁ ଉପରୋକ୍ତ ଜିନିଷର ବ୍ୟବହାର କରିବା ଆବଶ୍ୟକ । କୌଣସି ବ୍ୟୁଟି ପ୍ରଡକ୍ଟ କିଣୁଥିଲେ ଭିଟାମିନ ଗୁଡି଼କୁ ମଧ୍ୟ ଯାଞ୍ଚ କରନ୍ତୁ ।

@IANS

ABOUT THE AUTHOR

...view details