ଓଡିଶା

odisha

ETV Bharat / sukhibhava

ବଢୁଛି ହୃଦ୍‌ଘାତ-ବ୍ରେନ୍ ଷ୍ଟ୍ରୋକ୍: ଅକାଳରେ ଚାଲି ଯାଉଛନ୍ତି ସୁସ୍ଥ, ଯୁବକ ଓ ମଧ୍ୟ ବୟସ୍କ - ହେଲ୍‌ଥ ନ୍ୟୁଜ

ଅଧିକାଂଶ ସମୟରେ ଭାଇରାଲ୍ ଭିଡିଓରେ ଦେଖିବାକୁ ପାଉଥିବେ, ନୃତ୍ୟ କରିବା ସମୟରେ, ଗୀତ ଗାଉଥିବା ସମୟରେ, ଚାଲିବା ବେଳେ କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ ସମୟରେ ହୃଦ୍‌ଘାତରେ ଜୀବନ ଚାଲିଯାଉଛି । ଏନେଇ ନିକଟରେ କରାଯାଇଥିବା ସର୍ଭେ କ'ଣ କହୁଛି ଜାଣନ୍ତୁ

ବଢୁଛି ହୃଦ୍‌ଘାତ-ବ୍ରେନ୍ ଷ୍ଟ୍ରୋକ୍: ଅକାଳରେ ଚାଲି ଯାଉଛନ୍ତି ସୁସ୍ଥ, ଯୁବକ ଓ ମଧ୍ୟ ବୟସ୍କ
ବଢୁଛି ହୃଦ୍‌ଘାତ-ବ୍ରେନ୍ ଷ୍ଟ୍ରୋକ୍: ଅକାଳରେ ଚାଲି ଯାଉଛନ୍ତି ସୁସ୍ଥ, ଯୁବକ ଓ ମଧ୍ୟ ବୟସ୍କ

By

Published : Dec 10, 2022, 12:15 PM IST

ନୂଆଦିଲ୍ଲୀ: ସୁସ୍ଥ, ଯୁବକ ଏବଂ ମଧ୍ୟ ବୟସ୍କ ଭାରତୀୟଙ୍କ ଠାରେ ବୃଦ୍ଧି ପାଇବାରେ ଲାଗିଛି ଅପ୍ରତ୍ୟାଶିତ ହୃଦଘାତ ଏବଂ ଷ୍ଟ୍ରୋକ୍ ସମସ୍ୟା । ଏନେଇ ନିକଟରେ ହୋଇଥିବା ଏକ ସର୍ଭେ ତଥ୍ୟ ଶୁକ୍ରବାର(ଡିସେମ୍ବର 9) ପ୍ରକାଶ ପାଇଛି । ଏଥିରୁ ଜଣାପଡିଛି ଯେ, ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଜଟିଳ ସମସ୍ୟା ଉଭୟ କୋଭିଡ ଭ୍ୟାକ୍ସିନ୍ ନେଇଥିବା ଏବଂ ନ ନେଇଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଉଛି ।

ପ୍ରାୟ 51 ପ୍ରତିଶତ ନାଗରିକ କହିଛନ୍ତି ଯେ, ସେମାନଙ୍କ ଚିହ୍ନା ପରିଚୟରେ ଥିବା ଏକ ବା ଏକାଧିକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଗତ ଦୁଇ ବର୍ଷ ମଧ୍ୟରେ ହୃଦୟ କିମ୍ବା ମସ୍ତିଷ୍କ ଷ୍ଟ୍ରୋକ୍, ରକ୍ତ ଜମାଟ ବାନ୍ଧିବା, ସ୍ନାୟୁଗତ ଜଟିଳତା, କର୍କଟ ତ୍ୱରାନ୍ୱିତ(cancer acceleration) କିମ୍ବା ଅନ୍ୟାନ୍ୟ ହଠାତ୍ ଚିକିତ୍ସା ଅବସ୍ଥା ଅନୁଭବ କରିଛନ୍ତି । ଏକ ସୋସିଆଲ୍ କମ୍ୟୁନିଟି ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, 62 ପ୍ରତିଶତ ନାଗରିକ କହିଛନ୍ତି, ସେମାନଙ୍କ ନେଟୱାର୍କରେ ଏପରି ଅବସ୍ଥା ବିକଶିତ ହୋଇଥିବା ବ୍ୟକ୍ତିଙ୍କୁ ଦୁଇ ଡୋଜ୍ ଟୀକାକରଣ କରାଯାଇଛି ।

ସେହିପରି 11 ପ୍ରତିଶତ ଲୋକ କହିଛନ୍ତି, ପ୍ରଭାବିତ ବ୍ୟକ୍ତିମାନେ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ 8 ପ୍ରତିଶତ ଲୋକ ଟୀକାକରଣ କରିନାହାନ୍ତି । 35% ଜିଲ୍ଲାର 32,000 ନାଗରିକଙ୍କ ସହ ହୋଇଥିବା ସର୍ଭେ ଅନୁଯାୟୀ 61% ଲୋକ କହିଛନ୍ତି, ଗୁରୁତର ଚିକିତ୍ସା ଲୋଡିଥିବା ବ୍ୟକ୍ତି ପୂର୍ବରୁ ଥରେ କିମ୍ବା ଦୁଇ ଥର କୋଭିଡରେ ସଂକ୍ରମିତ ହୋଇଥିଲେ । ସେହିପରି 28% କହିଛନ୍ତି ଯେ, ଗୁରୁତର ଚିକିତ୍ସା ଅବସ୍ଥା ଅନୁଭବ କରିଥିବା ବ୍ୟକ୍ତି ଆଦୌ କୋଭିଡରେ ସଂକ୍ରମିତ ହୋଇନଥିଲେ । ଏହି ଅନୁସନ୍ଧାନ ଦେଶର 357 ଜିଲ୍ଲାର 32 ହଜାର ନାଗରିକଙ୍କୁ ନେଇ କରାଯାଇଥିଲା ।

ଅନୁସନ୍ଧାନକାରୀମାନେ ଆକଳନ କରିଛନ୍ତି ଯେ, ବର୍ତ୍ତମାନ ବିଶ୍ବରେ 200 ନିୟୁତରୁ ଅଧିକ ଲୋକଙ୍କର ଦୀର୍ଘ କୋଭିଡ୍ ଅବସ୍ଥା ଥାଇପାରେ, ଯେଉଁଠାରେ ସେମାନେ ମାୟୋକାର୍ଡାଇଟିସ୍, ପେରିକାର୍ଡାଇଟିସ୍, ବ୍ରେନ୍ ଫୋଗ୍ କିମ୍ବା ସ୍ମୃତି ସମସ୍ୟା, ଶୋଇବାରେ ବ୍ୟାହତ, ଥକ୍କା, ଗଣ୍ଠି ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଅନୁଭବ କରୁଛନ୍ତି । ଏମାନଙ୍କ ବ୍ୟତୀତ ଗତ 3 ମାସ ମଧ୍ୟରେ ଗଣମାଧ୍ୟମରେ ଅନେକ ମାମଲା ରିପୋର୍ଟ ହୋଇଛି ଯେଉଁଠାରେ ସୁସ୍ଥ, ଯୁବକ ଏବଂ ମଧ୍ୟ ବୟସ୍କ ବ୍ୟକ୍ତି, ଉଭୟ ପୁରୁଷ ଓ ମହିଳା ହୃଦଘାତରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ, ଅଧିକାଂଶ ବ୍ୟକ୍ତି ନୃତ୍ୟ କରିବା ସମୟରେ, ଜିମ୍‌ରେ, ଚାଲିବା ସମୟରେ କିମ୍ବା ଅନ୍ୟାନ୍ୟ କିଛି ଶାରୀରିକ କାର୍ଯ୍ୟକଳାପ କରୁଥିବା ସମୟରେ ହୃଦଘାତରେ ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେବେ ଏହି ରିପୋର୍ଟ ନିଶ୍ଚିତ ରୂପେ ଏହା ବତାଉଛି ଯେ, ହୃଦୟ ଏବଂ ମସ୍ତିଷ୍କ ଷ୍ଟ୍ରୋକ୍‌ର କାରଣ-ନିରାକରଣ ବାବଦରେ ଯଥା ସମ୍ଭବ ଚିନ୍ତା କରିବାର ଆବଶ୍ୟକତା ରହିଛି ।

ABOUT THE AUTHOR

...view details