ହାଇଦ୍ରାବାଦ:ଭାରତୀୟଙ୍କ ଖାଦ୍ୟ ସର୍ବଦା ନିଆରା ହୋଇଥାଏ। ଭାରତୀୟ ଖାଦ୍ୟର ସ୍ବାଦ ଆଜି ମଧ୍ୟ ଅନେକ ବିଦେଶକଙ୍କ ହୃଦୟଙ୍କ ମନକୁ ଛୁଇଁଛି। ଶାକାହାରୀ କିମ୍ବା ମାଂସାହାରୀ ହୁଅନ୍ତୁ, ପ୍ରତ୍ୟେକ ଭାରତୀୟ ପନିପରିବା ଏବଂ ଅନ୍ୟାନ୍ୟ ଉପାଦାନକୁ ନେଇ ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଚିନ୍ତା କରିଥାଆନ୍ତି । ତେଲ ମସଲାରେ ଭରପୂର ରହିଥିବା ଭାରତୀୟ ରୋଷେଇ ଘରର ଅଭିଜ୍ଞତା ମଧ୍ୟ ନିଆରା ହୋଇଥାଏ। ପରମ୍ପରା ଏବଂ ପର୍ବପର୍ବାଣୀ ଅନୁସାରେ ଖାଦ୍ୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ପ୍ରତ୍ୟେକ ବର୍ଷ ଖାଦ୍ୟ ରେଟିଂ ଏଜେନ୍ସି ଟେଷ୍ଟଆଟଲାସ ବାର୍ଷିକ ଆଓ୍ବାର୍ଡ ପ୍ରଦାନ କରିଥାଏ । ଚଳିତ ବର୍ଷ ମଧ୍ୟ ଟେଷ୍ଟଆଟାଲାସ ଏହାର ଟେଷ୍ଟଆଟଲାସ୍ ଆଓ୍ବାର ୨୦୨୩-୨୪ ତାଲିକା ଜାରି କରିଛି । ବିଶ୍ବର 100 ଶ୍ରେଷ୍ଠ ସୁସ୍ବାଦୁ ବ୍ୟଞ୍ଜନ ସୂଚୀ ପାଇଁ ରାଙ୍କିଂ ଜାରି କରିଥିବା ବେଳେ 11 ତମ ସ୍ଥାନରେ ରହିଛି ଭାରତ । ଏନେଇ ଟେଷ୍ଟଆଟଲାସ ପକ୍ଷରୁ ଇନଷ୍ଟାଗ୍ରାମରେ ପୋଷ୍ଟ ଯୋଗେ ସୂଚନା ଦିଆଯାଇଛି ।
ରାଙ୍କିଂ ହିସାବରେ ରାଙ୍କିଂ ଅନୁଯାୟୀ ଥାଇଲ୍ୟାଣ୍ଡ, ତୁର୍କୀ, ଆମେରିକା ଏବଂ ଦକ୍ଷିଣ କୋରିଆ ଭଳି ଦେଶର ରୋଷେଇ ଅପେକ୍ଷା ଭାରତୀୟ ଖାଦ୍ୟକୁ ଅଧିକ ପସନ୍ଦ କରାଯାଉଥିବା ଦେଖାଯାଇଛି। ସାରା ବିଶ୍ବରେ ଲୋକେ ବଟର ଚିକେନ୍, ଟିକ୍କା, ତନ୍ଦୁରୀ ଏବଂ ବଟର ନାନର ସ୍ବାଦକୁ ଅଧିକ ପସନ୍ଦ କରିଛନ୍ତି।
ପ୍ରଥମ ସ୍ଥାନରେ ରହିଛି ଇଟାଲୀ: ବିଶ୍ବର 100 ସର୍ବଶ୍ରେଷ୍ଠ ବ୍ୟଞ୍ଜନ ତାଲିକାରେ ଭାରତୀୟ ବ୍ୟଞ୍ଜନ 11ତମ ସ୍ଥାନରେ ରହିଛି। ଭାରତର ରାଙ୍କିଂ ପେରୁ ତୁଳନାରେ 0.2 ପ୍ରତିଶତ କମ ରହିଛି। ଏହି ତାଲିକାରେ ଇଟାଲୀୟ ରୋଷେଇକୁ ବିଶ୍ବର ସର୍ବୋତେତମ ରୋଷେଇ ଭାବେ ବର୍ଣ୍ଣନା କରାଯାଇଛି। ଇଟାଲୀ ପଛକୁ ଜାପାନ, ଗ୍ରୀସ, ପର୍ତ୍ତୁଗାଲ, ଚୀନ, ଇଣ୍ଡୋନେସିଆ, ମେକ୍ସିକୋ, ଫ୍ରାନ୍ସ, ସ୍ପେନ, ପେରୁ ଏବଂ ଭାରତ ଏକାଦଶ ସ୍ଥାନରେ ରହିଛି। ଭାରତରେ ପରେ ବ୍ରାଜିଲ, ପୋଲାଣ୍ଡ, ଆର୍ଜେଣ୍ଟିନା ଏବଂ ତୁର୍କୀ ଖାଦ୍ୟ ସ୍ଥାନ ପାଇଛି।