ଓଡିଶା

odisha

By

Published : Mar 3, 2021, 10:07 PM IST

ETV Bharat / sukhibhava

ଯୁବକଙ୍କ ମଧ୍ୟରେ ବଢୁଥିବା କ୍ୟାନସର ପଛରେ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ

ଇନ୍ଦୋର କ୍ୟାନସର ଫାଉଣ୍ଡେସନର ପ୍ରତିଷ୍ଠାତା ଓ ବିଶେଷଜ୍ଞ ଡକ୍ଟର ଦିଗପାଲ ଧାରକର କହିଛନ୍ତି ଯେ, ଯୁବକମାନଙ୍କ ମଧ୍ୟରେ କ୍ୟାନସରର ସମ୍ଭାବ୍ୟ କାରଣ ଖୋଜିବା ସହ ଚିକିତ୍ସା ଦରକାର । ଏକ ସ୍ବାସ୍ଥ୍ୟକର ଜୀବନଶୈଳୀ ଉପରେ ବି ସେ ଗୁରୁତ୍ବରୋପ କରିଛନ୍ତି ।

ବଢୁଥିବା କ୍ୟାନସର ପଛରେ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ
ବଢୁଥିବା କ୍ୟାନସର ପଛରେ ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ

ବିଶ୍ବ ସ୍ବାସ୍ଥ୍ୟ ସଂଙ୍ଗଠନର ତଥ୍ୟ ଅନୁସାରେ, ସାରା ବିଶ୍ବରେ ଅଧିକରୁ ଅଧିକ ଯୁବକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗତ କିଛିବର୍ଷ ହେବ ଏହି ଧାରା ଦେଖାଦେଇଛି , ଯାହା କି ଚିନ୍ତାଜନକ । ଡାକ୍ତର ଓ ବିଶେଷଜ୍ଞମାନେ ଏଭଳି ସ୍ଥିତି ପାଇଁ ଅସ୍ବାସ୍ଥ୍ୟକର ଜୀବନଶୈଳୀ, ମେଦବହୁଳତା ଜନିତ ସମସ୍ୟା ଓ ଧୂମପାନ ଏବଂ ନିଶା ଔଷଧ ସେବନ ବୃଦ୍ଧିକୁ ଦାୟୀ କରିଛନ୍ତି । ଆହୁରି ଅନେକ କାରଣ ବି ରହିଛି ।

ଏ ପ୍ରସଙ୍ଗରେ ଇନ୍ଦୋର କ୍ୟାନସର ଫାଉଣ୍ଡେସନର ପ୍ରତିଷ୍ଠାତା ଓ ବିଶେଷଜ୍ଞ ଡକ୍ଟର ଦିଗପାଲ ଧାରକର କହିଛନ୍ତି ଯେ, ଯୁବକମାନଙ୍କ ମଧ୍ୟରେ କ୍ୟାନସରର ସମ୍ଭାବ୍ୟ କାରଣ ଖୋଜିବା ସହ ଚିକିତ୍ସା ଦରକାର । ଏକ ସ୍ବାସ୍ଥ୍ୟକର ଜୀବନଶୈଳୀ ଉପରେ ବି ସେ ଗୁରୁତ୍ବରୋପ କରିଛନ୍ତି ।

ଯୁବକଙ୍କ ମଧ୍ୟରେ କ୍ୟାନସର ବୃଦ୍ଧିର କାରଣ-

ଡକ୍ଟର ଧାରକର କହନ୍ତି ଯେ, ଯୁବକଙ୍କ ମଧ୍ୟରେ କ୍ୟାନସର ବୃଦ୍ଧି ପାଇବାର ଅନେକ କାରଣ ରହିଛି । ଏକ ପ୍ରକାର ମାନ୍ଦା ଜୀବନଶୈଳୀ, ମେଦବହୁଳତା ଓ ଜେନେଟିକ କାରଣ ଏଥିମଧ୍ୟରେ ଅନ୍ତର୍ଭୁକ୍ତ । ଏସବୁ ଛାଡି ଆଉ କିଛି କାରଣ ମଧ୍ୟ ରହିଛି । ସେହି କାରଣଗୁଡିକ ସଂପର୍କରେ ବିଶେଷ କିଛି ସୂଚନା ଉପଲବ୍ଧ ନାହିଁ ।

ଅଧିକ ସୂଚନା ପାଇବା ପାଇଁ ଅଧିକ ସର୍ଭେ ଓ ଗବେଷଣା ଆବଶ୍ୟକ ବୋଲି ଡକ୍ଟର ଧାରକର କହିଛନ୍ତି। ଯୁବକମାନଙ୍କ ମଧ୍ୟରେ ମଦ୍ୟପାନ ଓ ଧୂମପାନ କେତେ ପରିମାଣରେ ରହିଛି, କୌଣସି କାରଣର ହରମୋନ ଥେରାପି ନେଉଥିବା ଯୁବକଯୁବତୀମାନଙ୍କ ପ୍ରତିଶତ, ମେଦବହୁଳାକ ସମ୍ମୁଖୀନ ହୋଇଥିବା ଯୁବକଯୁବତୀମାନଙ୍କ ପ୍ରତିଶତ ଉପରେ ସର୍ଭେ ଓ ଗବେଷଣା ହେବା ଜରୁରୀ ବୋଲି କହିଛନ୍ତି ଡକ୍ଟର ଧାରକର ।

ଜେନେଟିକ କାରଣ-

ଡକ୍ଟର ଧାରକରଙ୍କ ଅନୁସାରେ କ୍ୟାନସରର ୧୦ ପ୍ରତିଶତ ମାମଲା ପଛରେ ରହିଛି ଜେନେଟିକ କାରଣ । ଗୋଟିଏ ପରିବାରର ବିଭିନ୍ନ ପୀଢିଙ୍କ ମଧ୍ୟରେ କ୍ୟାନସର ହେବା ବଂଶାନୁକ୍ରମିକ । ତେଣୁ ଯେଉଁ ପରିବାରରେ ପୂର୍ବରୁ ହିଁ କ୍ୟାନସର ମାମଲା ଆଗରୁ ରହିଛି , ସେମାନେ ଆଗୁଆ ସତର୍କତା ଅବଲମ୍ବନ କରିବା ଦରକାର । ଯୁବତୀମାନଙ୍କୁ ଆକ୍ରାନ୍ତ କରୁଥିବା ବିଭିନ୍ନ କ୍ୟାନସର ବଂଶାନୁକ୍ରମିକ ହୋଇଥାଏ ।

ହାରାହାରି ବୟସରେ ବୃଦ୍ଧି-

କ୍ୟାନସର ବୃଦ୍ଧି ମାମଲାର ଆଉ ଏକ କାରଣ ହାରାହାରି ବୟସରେ ବୃଦ୍ଧି ବୋଲି ଡକ୍ଟର ଧାରକର କହନ୍ତି । ବର୍ତ୍ତମାନ ଜଣେ ଲୋକର ହାରାହାରି ଆୟୁ ୬୫ ରୁ ୭୦ ବର୍ଷ । ଅର୍ଥାତ ଆଗ ଅପେକ୍ଷା ଆଜିକାଲି ଲୋକେ ଅଧିକ ବର୍ଷ ବଞ୍ଚନ୍ତି । ଗୁଣାତ୍ମକ ଜୀବନଶୌଳୀ ନୁହେଁ, ବରଂ ମେଡିସିନ ଓ ଟେକ୍ନୋଲୋଜିରେ ଅଗ୍ରଗତି ହିଁ ଏହାର କାରଣ । ଏହା ଦ୍ବାରା ଅନେକ ଜଟିଳ ରୋଗର ଚିକତ୍ସା ସମ୍ଭବ ହୋଇପାରୁଛି । ପରିବେଶ ପ୍ରଦୂଷଣ ହେଉକି ଅନୁନ୍ନତ ଜୀବନଶୈଳୀ,ଆଜିକାଲ କ୍ୟାନସର ଭଳି ଜଟିଳ ରୋଗର ଆଶଙ୍କା ଅଧିକ ରହୁଛି । ଜଣେ ବୟସ୍କ ବ୍ୟକ୍ତିଙ୍କଠାରେ ବି ଏକାଧିକ ଗୁରୁତର ରୋଗର ବିପଦ ଅଧିକ ରହୁଛି ।

ଅସ୍ବାସ୍ଥ୍ୟକର ଜୀବନଶୈଳୀ ସବୁଠୁ ବଡ କାରଣ-

ବର୍ତ୍ତମାନ ମାନ୍ଦା ଓ ଅସ୍ବାସ୍ଥ୍ୟକର ଜୀବନଶୈଳୀ ହିଁ ଯୁବକମାନଙ୍କ ମଧ୍ୟରେ କ୍ୟାନସର ବଢିବାର ମୁଖ୍ୟ କାରଣ । କେବଳ ଯୁବକଯୁବତୀ କାହିଁକି, ସବୁ ବୟସ ଶ୍ରେଣୀର ମହିଳା ପୁରୁଷଙ୍କ ମଧ୍ୟରେ କ୍ୟାନସର ବଢିବା ପଛରେ ଅସ୍ବାସ୍ଥ୍ୟକର ଜୀବନଶୈଳୀ ହିଁ ଦାୟୀ ।

ଆଜିର ଯୁଗରେ ଅନେକ ଲୋର ବିଶୃଙ୍ଖଶଳିତ ଜୀବନ ଯାପନରେ ଅଭ୍ୟସ୍ତ ହୋଇସାରିଲେଣି । ଖାଇବା ପିଇବା, ଶୋଇବା, ବ୍ୟାୟାମ କରିବା ଠିକ୍ ସମୟରେ ହେଉ ନାହିଁ । ଶାରୀରିକ କାର୍ଯ୍ୟକଳାପର ଅଭାବ ରହୁଛି । ମଦ୍ୟପାନ, ଧୂମପାନ ଓ ନିଶା ଔଷଧ ସେବନ ଚିନ୍ତାଜନକ ଭାବେ ବଢିବାରେ ଲାଗିଛି । ଯୁବକଯୁବତୀମାନେ ଏସବୁ ବଦ୍ ଅଭ୍ୟାସକୁ ଆଜିକାଲିର ଫ୍ୟାସନ ବୋଲି ଭାବନ୍ତି ।

ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ-

ବିଶୃଙ୍ଖଳିତ ଓ ନିଶାସକ୍ତ ଜୀବନଶୈଳୀ ସମେତ ଖାଦ୍ୟପାନୀୟରେ ବିଶୃଙ୍ଖଳା ଓ ସଠିକ ଆଧାରର ଅଭାବ ଯୁବକମାନଙ୍କ ମଧ୍ୟରେ କ୍ୟାନସର ସୃଷ୍ଟି କରୁଛି । ପ୍ରକ୍ରିୟାକୃତ ଖାଦ୍ୟ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି ଯୁବଗୋଷ୍ଠୀ । ଏସବୁ କ୍ୟାନସର ସହ ଅନ୍ୟ ରୋଗ ବି ସୃଷ୍ଟି କରେ । ଉପଯୁକ୍ତ ପୋଷକ ଅଭାବରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ହ୍ରାସ ପାଇଥାଏ । ପରିଣାମ ସ୍ବରୂପ କ୍ୟାନସର ଓ ଅନ୍ୟ ଗୁରୁତର ରୋଗ ଆକ୍ରମଣ କରିଥାଏ ।

ଡକ୍ଟର ଧାରକର କହନ୍ତି ଯେ, ଯୁବକମାନଙ୍କ ମଧ୍ୟରେ ବଢି ଚାଲିଥିବା କ୍ୟାନସର ଉଦବେଗଜନକ । ଏହାର ମୁକାବିଲା କରାଯିବା ଦରକାର । ଅସ୍ବାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଜୀବନଶୈଳୀରୁ ଯୁବକମାନଙ୍କୁ ମୁକ୍ତ କରିବାକୁ ହେବ । କାହିଁକି ଯୁବକମାନଙ୍କ ମଧ୍ୟରେ କ୍ୟାନସର ବୃଦ୍ଧି ପାଉଛି, ତାହାର ଆଉ କିଛି ଠୋସ କାରଣ ପାଇଁ ଅଧିକ ଗବେଷଣା କରିବା ଦରକାର ।

ABOUT THE AUTHOR

...view details